High Court: ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୟ ଅଗ୍ରୱାଲ

1 hour ago 1
ARTICLE AD BOX

ଜୟପୁର: ଜଷ୍ଟିସ୍‌ ସଞ୍ଜୟ କେ ଅଗ୍ରୱାଲ ସୋମବାର ରାଜସ୍ଥାନ ହାଇକୋର୍ଟର ୪୪ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ହରିଭାଉ ବାଗାଡେ ଲୋକଭବନରେ ଆୟୋଜିତଶପଥଗ୍ରହଣ ଉତ୍ସବରେ ତାଙ୍କୁ ଶପଥ ପାଠ କରାଇଥିଲେ ଏବଂ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ନିଯୁକ୍ତି ୱାରେଣ୍ଟରେ ସ୍ୱାକ୍ଷର କରିଥିଲେ। ଜଷ୍ଟିସ ଅଗ୍ରୱାଲଙ୍କୁ ଛତିଶଗଡ଼ ହାଇକୋର୍ଟରୁ ବଦଳି କରାଯାଇଛି। 

ଆହୁରି ପଢନ୍ତୁ :National Capacity Building ସର୍ବଭାରତୀୟ ସମ୍ମିଳନୀରେ ଓଡ଼ିଶା ବାଚସ୍ପତି ବଖାଣିଲେ ରାଜ୍ୟର ମହିଳାଙ୍କ ପ୍ରଗତି

ସେପ୍ଟେମ୍ବର ୪ ତାରିଖରେ ମୁଖ୍ୟ ବିଚାରପତି ରମେଶ ସିହ୍ନାଙ୍କ ଅବସର ପରେ ଜଷ୍ଟିସ ଅଗ୍ରୱାଲ ସ୍ବଳ୍ପ ସମୟ ପାଇଁ ଛତିଶଗଡ଼ ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ତୁଳାଇଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଓ ପ୍ରେମ ଚନ୍ଦ ବୈରୱା, ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଓ ରାଜସ୍ଥାନ ହାଇକୋର୍ଟର ବିଚାରପତିମାନେ ଶପଥ ଗ୍ରହଣ ସହାମୋହରେ ଯୋଗ ଦେଇଥିଲେ।

ଆହୁରି ପଢନ୍ତୁ :Kharif Procurement 2026-27 ୨୦୨୬-୨୭ ଖରିଫ ମଣ୍ଡି ପାଇଁ ସରିଲା ଅବଧି, ୨୧ଲକ୍ଷରୁ ଅଧିକ ଚାଷୀଙ୍କ ପଞ୍ଜୀକରଣ

ରାଜସ୍ଥାନ ହାଇକୋର୍ଟରେ ଚାଲିଥିବା ‘ଦୁର୍ନୀତି, ସ୍ୱଜନପୋଷଣ ଓ ପକ୍ଷପାତିତା’ ଅଭିଯୋଗମଧ୍ୟରେ କେନ୍ଦ୍ର ସରକାର ଶନିବାର ରାତିରେ ଜଷ୍ଟିସ୍‌ ସଞ୍ଜୟ କୁମାର ଅଗ୍ରୱାଲଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହାଦ୍ୱାରା ପ୍ରାୟ ଏକ ବର୍ଷ ପରେ ରାଜସ୍ଥାନ ହାଇକୋର୍ଟକୁ ଜଣେ ନିୟମିତ ମୁଖ୍ୟ ବିଚାରପତି ମିଳିଛି। ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ପ୍ରକାଶ ଶର୍ମାଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ସନ୍ଦୀପ ମେହେଟ୍ଟା ଅଭିଯୋଗ ଆଣିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.