High Court: ହାଇକୋର୍ଟରେ ଅଧାରୁ ଅଧିକ ବିଚାରପତି ପଦ ଖାଲି: ବିଚାର ଅପେକ୍ଷାରେ ୧.୭୭ ଲକ୍ଷ ମାମଲା

1 hour ago 1
ARTICLE AD BOX

କଟକ: ଓଡ଼ିଶା ହାଇକୋର୍ଟରେ ଅଧାରୁ ଅଧିକ ବିଚାରପତି ପଦ ଖାଲି ପଡ଼ିଥିବାବେଳେ ୧ ଲକ୍ଷ ୭୭ ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଛି। ଚାରି ଜଣ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଅଗ‌ଷ୍ଟ ୧୮ରେ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ ମଧ୍ୟ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବ ଓ ଏଥିପାଇଁ ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ପ୍ରସଙ୍ଗକୁ ନେଇ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି ଯେ ଓଡ଼ିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ୩୩ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ୧୫ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ୧୮ଟି ବିଚାରପତି ପଦ ଖାଲି ପଡ଼ିଛି। ରିପୋର୍ଟ ଅନୁଯାୟୀ, ହାଇକୋର୍ଟରେ ୧,୭୭,୨୦୭ଟି ମାମଲା ବିଚାରାଧୀନ ରହିଛି।

Ramky waste transport: ରାମ୍‌କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ

ବିଚାର ଅପେକ୍ଷାରେ ୧.୭୭ ଲକ୍ଷ ମାମଲା
କଲେଜିୟମ ସୁପାରିସକୁ ୨ ମାସ, ନିଯୁକ୍ତି ନାହିଁ
ପଦକ୍ଷେପ ନେବାକୁ ଜନସ୍ବାର୍ଥ ମାମଲା ରୁଜୁ

ଅଗଷ୍ଟ ୧୭ରେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏଭଳି ସ୍ଥିତି ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ହାଇକୋର୍ଟରେ ଅଧାରୁ ଅଧିକ ବିଚାରପତି ପଦ ଖାଲି ପଡ଼ିିଥିବାରୁ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହେବା କ୍ଷେତ୍ରରେ ସମସ୍ୟା ଦେଖାଦେଉଛି। ତ୍ବରିତ ନ୍ୟାୟ ପାଇବା ନାଗରିକଙ୍କ ଅଧିକାର ‌ହୋଇଥିବାବେଳେ ଏହା ମଧ୍ୟ ବାଧାପ୍ରାପ୍ତ ହେଉଛି। ମହକିଲ ଓ ଓକିଲ ଉଭୟ ପ୍ରଭାବିତ ହେଉଛନ୍ତି। ତେଣୁ ତୁରନ୍ତ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ବାର୍‌ ପକ୍ଷରୁ ଦାବି କରାଯାଇଥିଲା। ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ କଲେଜିୟମ ଚାରିଜଣ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ନିଯୁକ୍ତିକୁ ଅନୁମୋଦନ ମିଳିନାହିଁ। ଆଉ ଦୁଇ ଜଣ ବିଚାରପତି ନିକଟରେ ଅବସର ଗ୍ରହଣ କରିବାକୁ ଯାଉଥିବାରୁ ହାଇକୋର୍ଟ ବିଚାରପତି ସଂଖ୍ୟା ୧୩କୁ ହ୍ରାସ ପାଇବାର ସମ୍ଭାବନା ରହିଛି। ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ସାମ୍ବିଧାନିକ ବ୍ୟବସ୍ଥା ଭିତରେ ଉପଯୁକ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ରାଜ୍ୟ ଆଇନ ବିଭାଗ, ହାଇକୋର୍ଟ ‌ରେଜିଷ୍ଟ୍ରାର ଜେନେରାଲଙ୍କୁ ପକ୍ଷଭୁକ୍ତ କରାଯାଇଛି।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.