Higher Education: କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ୩ ମାସରେ ଖାଲି ପଦବି ପୂରଣ କର, ଏନ୍‌ଇପି କାର୍ଯ୍ୟକାରିତା ନେଇ ମାନସମନ୍ଥନ

6 days ago 3
ARTICLE AD BOX

ଭୁବନେଶ୍ୱର: ସରକାରୀ ବିଶ୍ବବିଦ୍ୟାଳୟରେ ଖାଲିଥିବା ପ୍ରଫେସର ଓ କର୍ମଚାରୀ ପଦବିଗୁଡ଼ିକ ଆସନ୍ତା ୩ ମାସରେ ପୂରଣ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ପାଇଁ ବିଷୟଭିତ୍ତିକ ଚୟନ କମିଟି ଗଠନଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କୁଳପତି, କୁଳସଚିବ ଓ ପିଜି କାଉନସିଲ୍‌ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଏଥିସହ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଲାଗୁ ପରେ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ଏବଂ ବିଶ୍ୱବିଦ୍ୟାଳୟରେ ଏହାର କାର୍ଯ୍ୟକାରିତାକୁ ନେଇ ବୈଠକରେ ଆଲୋଚନା ହୋଇଛି। ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ, ଆପ୍ରେଣ୍ଟିସିପ୍ ଏମବେଡେଡ୍‌ ଡିଗ୍ରି ପ୍ରୋଗ୍ରାମ(ଏଇଡିପି) ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ଆପ୍ରେଣ୍ଟିସିପ୍ ପ୍ରଦାନ, ଅଧିକରୁ ଅଧିକ ପାଠ୍ୟକ୍ରମରେ ଏଇଡିପି ଲାଗୁ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉଚ୍ଚକୋଟୀର ଗବେଷଣାକୁ ପ୍ରୋତ୍ସାହନ, ସେଣ୍ଟର ଅଫ୍ ଏକ୍ସେଲେନ୍ସର ସ୍ଥାପନ ଓ କାର୍ଯ୍ୟକାରିତା ସମ୍ବନ୍ଧରେ ସବିସ୍ତୃତ ଆଲୋଚନା ହୋଇଛି।

Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’

ଏନ୍‌ଇପି କାର୍ଯ୍ୟକାରିତା ନେଇ ମାନସମନ୍ଥନ
ଷ୍ଟାର୍ଟଅପ୍‌, ଗବେଷଣାକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ

ସମସ୍ତ ବିଶ୍ୱବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ଗୁରୁତ୍ୱାରୋପ କରିଛନ୍ତି। କୃତ୍ରିମ ବୁଦ୍ଧିମତା(ଏଆଇ) କ୍ଷେତ୍ରରେ ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ, ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଏଆଇ ସମ୍ବନ୍ଧୀୟ ପାଠ୍ୟକ୍ରମ ଅନ୍ତର୍ଭୁକ୍ତୀକରଣ, ଭାରତୀୟ ଶିକ୍ଷା ପ୍ରଣାଳୀ(ଆଇକେଏସ୍‌) ସହ ଆଧୁନିକ ପାଠ୍ୟକ୍ରମର ସଂଯୋଗୀକରଣ, ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଯେପରି ନୂତନ ଓ ସମସାମୟିକ ବିଷୟବସ୍ତୁକୁ ନେଇ ଉଚ୍ଚକୋଟୀର ଗବେଷଣା କରିବେ, ସେଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ସୁରଜ ପରାମର୍ଶ ଦେଇଛନ୍ତି। ବୈଠକ ଅବସରରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଏମ୍-ଉଷା ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରାଯାଇଛି। ଏଥିସହ ଛାତ୍ରୀଙ୍କ ପାଇଁ ଶକ୍ତିଶ୍ରୀ ଯୋଜନା କାର୍ଯ୍ୟକାରୀ, ଆଭ୍ୟନ୍ତରୀଣ କମିଟି(ଆଇସି) ପରିଚାଳନା, ବିଶ୍ୱବିଦ୍ୟାଳୟରେ ସିନେଟ୍‌ ଗଠନ ଏବଂ ସିନେଟ୍‌ ବୈଠକ ଅନୁଷ୍ଠିତ ହେବା ଆଦି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ଼ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ପ୍ରାଧାନ୍ୟ ଏବଂ ଏକ ସମାବେଶୀ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ହିଁ ସରକାରଙ୍କ ପ୍ରାଥମିକତା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ମତପ୍ରକାଶ କରିଥିଲେ। ଆଜିର ବୈଠକରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ଶାସନ ସଚିବ ସଂଗ୍ରାମ ଶେଖର ପଣ୍ଡା, ଧରଣୀଧର ନନ୍ଦ, ପ୍ରତିଭା ସାହୁଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Protest: ଯନ୍ତର-ମନ୍ତରରେ ‘ଆରକ୍ଷଣ ହଟାଅ’ ଆନ୍ଦୋଳନ, ୟୁଜିସି ନିୟମକୁ ନେଇ ବିକ୍ଷୋଭ

Read Entire Article
LEFT SIDEBAR AD

Hidden in mobile, Best for skyscrapers.