Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_pb0vka6hpbgc10k8mvlf7klu3m, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Highest waterfall: ସର୍ବାଧିକ ଜଳପ୍ରପାତ: ପର୍ଯ୍ୟଟନର ବିକାଶ ଅଧୁରା - CGPT.IN

Highest waterfall: ସର୍ବାଧିକ ଜଳପ୍ରପାତ: ପର୍ଯ୍ୟଟନର ବିକାଶ ଅଧୁରା

3 weeks ago 7
ARTICLE AD BOX

ନୂଆପଡ଼ା(ଅଶ୍ବିନୀ କୁମାର ପାଣିଗ୍ରାହୀ): ରାଜ୍ୟରେ ସର୍ବାଧିକ ଜଳପ୍ରପାତ କେଉଁଠି ପ୍ରଶ୍ନ ହେଲେ ଉତ୍ତର ଆସେ ନୂଆପଡ଼ାଜିଲ୍ଲା। ୧୫ଟି ଜଳପ୍ରପାତ ରହିଥିଲେ ହେଁ କେବଳ ୩ଟିର ବିକାଶ କିଛିମାତ୍ରାରେ ହୋଇଛି। ଅନ୍ୟ ୧୨ଟି ପ୍ରପାତ ଆଜି ବି ଅଲୋଡ଼ା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହିଥିବା ବିଭିନ୍ନ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ହେଁ ସଡ଼କ ସୁବିଧା ନାହିଁ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମନ ମୋହୁଥିବା ଏହି ଜଳପ୍ରପାତଗୁଡ଼ିକର ଆବଶ୍ୟକ ବିକାଶ କରାଗଲେ ପର୍ଯ୍ୟଟନ ମାନଚିତ୍ରରେ ନୂଆପଡ଼ା ଅଧିକ ସମୃଦ୍ଧ ହୋଇପାରନ୍ତା। ସେ ଦିଗରେ ଆଜି ଯାଏଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇ ନାହିଁ। ସଡ଼କ, ମୋବାଇଲ୍‌ ନେଟ୍‌ୱର୍କ ସହ ମୌଳିକ ସୁବିଧାକୁ ଅଣଦେଖା କରାଯାଇଥିବାରୁ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମି ଅଧୁରା ରହିଯାଇଛି। 

Flood in Odisha: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୁଲିସ କମିସନର

ବଣପାହାଡ଼ଘେରା ନୂଆପଡ଼ା ଜିଲ୍ଲାରେ ପ୍ରାକୃତିକ ଜଳପ୍ରପାତ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ। କୋମନା ବ୍ଲକ୍‌ ସୁନାବେଡ଼ା ଅଭୟାରଣ୍ୟରେ ବେନିଆଧସ, ଚଉଳଧୁଆ, ଖରଲଧସ, ରୁପୁଆମ୍, ଆରିଙ୍ଗ, ବାଖେଡ଼, ସପୋଡ଼ୋ, କାବେଲଦରା, ମଛଲିପଗାର ଭଲି ୧୨ଟି ଜଳପ୍ରପାତ ରହିଛି। ସେହିଭଳି ସିନାପାଲି ବ୍ଲକ୍‌ରେ ଥିପାଖୋଲ, ବୋଡ଼େନ ବ୍ଲକ୍‌ରେ କଦଳୀଝରଣ, ନୂଆପଡ଼ା ବ୍ଲକ୍‌ରେ ଗୋଧସ ଓ ବାଘଝୋଲା ଜଳପ୍ରପାତ ରହିଛି।

Blunt Black Perfume: ବ୍ଲଣ୍ଟ୍‌ ବ୍ଲାକ୍‌ ପରଫ୍ୟୁମ୍‌ ଉନ୍ମୋଚିତ

ବାଘଝୋଲା, ଚଉଳଧୁଆ, ଆରିଙ୍ଗ, ସପୋଡ଼ୋ, ବାଖେଡ଼ ଓ ମଛଲିପଗାର ଜଳପ୍ରପାତକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ ସଡ଼କ ନାହିଁ। ଏଠାକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ୨ କିଲୋମିଟରରୁ ଅଧିକ ବାଟ ଚାଲିବାକୁ ପଡ଼େ। ଜଳପ୍ରପାତକୁ ଆସୁଥିବା ପର୍ଯ୍ୟଟକମାନେ ରାସ୍ତା, ପାନୀୟଜଳ, ଶୌଚାଳୟ, ମୋବାଇଲ ନେଟ୍‌ୱର୍କ ନଥିବାରୁ ହଇରାଣ ହୁଅନ୍ତି। ତେବେ ଜିଲ୍ଲା ପ୍ରଶାସନର ଉଦ୍ୟମକ୍ରମେ ଗୋଧସ, ବେନିଆଁଧସ, ଖରଲସଧ ଜଳପ୍ରପାତର ବିକାଶ ହୋଇଥିବାରୁ ଏଠାରେ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟରୁ ପର୍ଯ୍ୟଟକଙ୍କର ପ୍ରବଳ ଭିଡ଼ ହୋଇଥାଏ। କିନ୍ତୁ ଅନ୍ୟ ଜଳପ୍ରପାତର ବିକାଶ ନେଇ ଏଯାବତ୍‌ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ପର୍ଯ୍ୟଟକମାନେ ଏଠାକୁ ଆସି ନିରାଶରେ ଫେରନ୍ତି। ଇତିମଧ୍ୟରେ ରାଜ୍ୟ ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ନୂଆପଡ଼ା ଗସ୍ତ କରି ପର୍ଯ୍ୟଟନ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଜଳପ୍ରପାତକୁ ସଡ଼କ ସୁବିଧା, ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ୍‌), ସୁରକ୍ଷା ବ୍ୟବସ୍ଥା ସହ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଗଲେ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିପାରନ୍ତା। ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ସାଙ୍ଗକୁ ସରକାରଙ୍କ ପର୍ଯ୍ୟଟନ ରାଜସ୍ବ ମଧ୍ୟ ବୃଦ୍ଧି ପାଆନ୍ତା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.