Hockey: ଭାରତୀୟ ବାଳିକା ୫ଏସ୍‌ହକି ଶିବିରରେ ଓଡ଼ିଶାରୁ ୪

1 month ago 21
ARTICLE AD BOX

ଭୁବନେଶ୍ବର: ଓମାନରେ ହେବାକୁ ଥିବା ବାଳିକା ୫ଏସ୍‌ହକି ଏସୀୟ ପ୍ରତିଯୋଗିତାକୁ ନଜରରେ ରଖି ଭୋପାଳସ୍ଥିତ ମଧ୍ୟପ୍ରଦେଶ ରାଜ୍ୟ ସୁଟିଂ ଏକାଡେମୀଠାରେ ଚଳିତ ମାସ ୪ରୁ ଆରମ୍ଭ ହୋଇଛି ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର। ୧୮ ତାରିଖ ପର୍ଯ୍ୟନ୍ତ ଭାରତ ପୂର୍ବତନ ଅଧିନାୟିକା ରାଣୀଙ୍କ ତତ୍ତ୍ବାବଧାନରେ ୧୫ ଜଣ ଖେଳାଳିଙ୍କୁ ନେଇ ଏହି ଶିବିର ଚାଲିବ। ଏହି ୧୫ ଜଣିଆ ଦଳରେ ଓଡ଼ିଶାରୁ ୪ ଜଣ ରହିଛନ୍ତି। ସେମାନେ‌ ହେଲେ ରୁବିନା ବକ୍ସଲା, କିରଣ ଏକ୍କା, ସ୍ବିଟି କୁଜୁର ଓ ପ୍ରିୟଙ୍କା ମିଞ୍ଜ। ଏହି ୪ ଜଣ ୧୮ ବର୍ଷରୁ କମ୍‌ ଏସୀୟ କପ୍‌ କାଂସ୍ୟବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ।

ବାଳିକା ଦଳ: ରଶ୍ମିନ କୌର, ରୁବିନା ବକ୍ସଲା, ନାନ୍‌ସି ସରୋହା, ପୁଷ୍ପା ମାଞ୍ଝି, ଖଲି କୁମାରୀ କିରଣ ଏକ୍କା, ସ୍ବିଟି କୁଜୁର, ସ୍ନେହା ଦାବ୍‌ଡ଼େ, ନୌସିନ୍‌ ନାଜ, ଶ୍ରୁତି କୁମାରୀ, ନିଲମ ଟପ୍ନୋ, ପ୍ରିୟଙ୍କା ମିଞ୍ଜ, ଦିୟା, ସନ୍ଦୀପା କୁମାରୀ, ମହକ ପରିହାର।

FIFA Referee Controversy: ଟ୍ରମ୍ପଙ୍କ ରେଡ୍‌କାର୍ଡ ସମା‌ଲୋଚନା: ବ୍ରାଜିଲ ରେଫରିଙ୍କୁ ଫିଫାର ସମର୍ଥନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.