ARTICLE AD BOX
ମେଷ: ଘର କାମ ପୂରା କରିବାରେ ପରିବାରର ସହଯୋଗ ପାଇବେ। ବଡ଼ଙ୍କର ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ରହିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
ବୃଷ: ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ବେପାରରେ ଲାଭ ହେବ। ଏକାନ୍ନବର୍ତ୍ତୀ ପରିବାରର ଲୋକଙ୍କ ମଧ୍ୟରେ ପ୍ରୀତି ବଢ଼ିବ। ଯାନ କିଣିବା ଲାଗି ମନ ବଳାଇବେ।
ମିଥୁନ: ପୂଜାପାଠରେ ସମୟ ବିତିବ। ଡେକୋରସନ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ରାଜନୀତି କ୍ଷେତରେ ଥିବା ଲୋକଙ୍କ ପାଇଁ ଦିନଟି ସାଧାରଣ ରହିବ। ଆପଣଙ୍କ ପିଲାଠାରୁ ଭଲ ଖବର ପାଇବେ।
କର୍କଟ: ଓକିଲଙ୍କ ଲାଗି ଦିନଟି ଭଲ ରହିବ। କୌଣସି ମକଦ୍ଦମାରେ ଜୟଲାଭ କରିବେ। ଘର ଲୋକ ଆପଣଙ୍କର କୌଣସି କାମରେ ଖୁସି ହେବେ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ।
ସିଂହ: ଅଧୁରା ଥିବା କାମ ପୂରା କରିପାରିବେ। ଚାକିରିରେ ଉନ୍ନତି ଯୋଗ ଅଛି। ବନ୍ଧୁର ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଘର ପାଇଁ ବିଦ୍ୟୁତ୍ ଉପକରଣ କିଣିପାରନ୍ତି।
କନ୍ୟା: ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ ରହିବ। ଅଫିସରେ ଆପଣଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପସନ୍ଦ ହେବ। ଯାନ କିଣିବା ପାଇଁ ପରିବାରର ପୂରା ସହଯୋଗ ପାଇବେ।
ଆହୁରି ପଢ଼ନ୍ତୁ- Rakhi: ଭାଇ ତତେ ଅପେକ୍ଷା କରିଛି ରାକ୍ଷୀ
ତୁଳା: ବାପାମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିବ। ବୈବାହିକ ଜୀବନରେ ଖୁସି ଆସିବ। ଛାତ୍ରଙ୍କୁ କିଛି ଶିଖାଇବା ପାଇଁ ଦିନଟି ଭଲ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ।
ବିଛା: ବ୍ୟବସାୟ ଦୃଷ୍ଟିରୁ ସଫଳତା ପାଇବେ। ନିବେଶ ବିଷୟରେ ବଡ଼ଙ୍କର ମତ ନେବା ଠିକ୍ ରହିବ। ଛୋଟ ଛୋଟ ସଫଳତାରେ ଶୀଘ୍ର ଉନ୍ନତି ହେବ। ରାଜନୀତି କାର୍ଯ୍ୟରେ ମନ ଲାଗିବ।
ଧନୁ: ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ସୁସ୍ଥ ରହିବେ। ପ୍ରେମୀଯୁଗଳ ନିଜର ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିପାରନ୍ତି। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ମକର: କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହେବେ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଢ଼ିବ। ଆପଣ ଆଜି ଯାହା ଶିଖିବେ ତାହା ଆପଣଙ୍କ ଲାଗି ଲାଭଦାୟକ ହେବ।
କୁମ୍ଭ: ଆପଣଙ୍କର ଅଶାନ୍ତି ନିବାରଣ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଧନଲାଭ ହେବ। ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।
ମୀନ: ଆପଣଙ୍କୁ ଭଲ ଚାକିରି ମିଳିବ। ଧନ ଚିନ୍ତା ଦୂର ହୋଇଯିବ। ପୁରୁଣା ବନ୍ଧୁ ସହିତ ଫୋନରେ କଥା ହେବେ। ପରିବାରରେ ସୌହାର୍ଦ ବଜାୟ ରହିବ। ପ୍ରେମୀଯୁଗଳଙ୍କର ସମ୍ବନ୍ଧ ମଧୁରତାପୂର୍ଣ୍ଣ ରହିବ।

4 hours ago
2


