Horoscope 2026 August 29: ଜାଣନ୍ତୁ ଆଜିର ରାଶିଫଳ...

1 hour ago 2
ARTICLE AD BOX

ମେଷ: ଶିକ୍ଷାକ୍ଷେତ୍ରରେ ଆପଣଙ୍କର କୌଣସି ମନୋକାମନା ପୂରଣ ହେବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ପ୍ରତିଯୋଗୀ ପରୀକ୍ଷାରେ ଫର୍ମ ଭରିବା ପାଇଁ ମନ ହେବ। ‌

ବୃଷ: ବ୍ୟବସାୟ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ। ଆପଣଙ୍କ ଭିତରେ କଳାତ୍ମକ ଜିନିଷ ପ୍ରତି ଉତ୍ସାହ ରହିବ। କୌଣସି ବି କଥାରେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ‌ ‌

ମିଥୁନ: ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିବା ଯୋଗ ଅଛି। ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ନୂତନତ୍ବ ଆସିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ‌ ‌

କର୍କଟ: ଆପଣଙ୍କୁ ଭଲ ଉଦ୍ୟୋଗରେ ଚାକିରି ପାଇଁ ପ୍ରସ୍ତାବ ମିଳିବ। ଜୀବନସାଥୀ ସହିତ ଭଲ ସମୟ ବିତାଇବେ। ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ। ଆପଣଙ୍କ କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ‌

ସିଂହ: ଆପଣଙ୍କର ଦିନଟି ଶୁଭ ରହିବ। ଅଧ୍ୟୟନ ଓ ଅଧ୍ୟାପନ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। ପ୍ରଶାସନିକ ସେବା ପାଇଁ ପ୍ରୟାସ କରୁଥବା ବ୍ୟକ୍ତି ବିଶେଷଙ୍କୁ ନୂଆ ଅବସର ପ୍ରାପ୍ତ ହେବ। ‌‌

କନ୍ୟା: ଚାକିରିରେ ଉନ୍ନତି ଓ ଆୟ ବୃଦ୍ଧି ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନରେ ଭଲ ତାଳମେଳ ରହିବ। ଆନନ୍ଦପୂର୍ବକ ଦିନଟି ଅତିବାହିତ କରିବେ। ଛାତ୍ର ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ‌

ଆହୁରି ପଢ଼ନ୍ତୁ- Snatching Gang Strikes ଜୟପୁର ସହରରେ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ୍‌, ନିଦରେ ପୁଲିସ

ତୁଳା: ଆପଣଙ୍କ ମନ ପ୍ରସନ୍ନ ରହିବ। ଅଫିସ କାମ ସଂପୂର୍ଣ୍ଣ କରିବାରେ ସଫଳତା ପାଇବେ। ଆପଣଙ୍କୁ ଉନ୍ନତି ପାଇଁ ମଉକା ମିଳିବ। ପଇସା ଦିଆନିଆରେ ଟିକେ ସତର୍କ ରହନ୍ତୁ। ବେପାରରେ ଲାଭ ହେବ। 

‌ବିଛା: ଆପଣ କିଛି ଅନୁଭବୀ ଲୋକଙ୍କ ସହ ମିଶିବେ। ବେପାରରେ ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ଅନୁକୂଳ ପରିଣାମ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।  

ଧନୁ: ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ରହିବ। ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ। କର୍ତ୍ତୃପକ୍ଷ ଆପଣଙ୍କ ଦେଖି ଖୁସି ହେବେ। ଆପଣଙ୍କର ଦରମା ବୃଦ୍ଧି ହୋଇପାରେ। 

ମକର: ପୁରୁଣା ଜମିବାଡ଼ିରେ ଆପଣଙ୍କୁ ଭଲ ଲାଭ ମିଳିବ। ଆପଣଙ୍କୁ କୌଣସି ବଡ଼ ସଫଳତା ହାସଲ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରୀଛାତ୍ରୀ କିଛି ନୂଆ ଶିଖିବେ। 

କୁମ୍ଭ: ଦିନଟି ଆପଣଙ୍କର ଆନନ୍ଦ ଓ ଉତ୍ସାହରେ ପରିପୂର୍ଣ୍ଣ ରହିବ। ବନ୍ଧୁର ସହଯୋଗ ପାଇବେ। ଆଶାଠାରୁ ଅଧିକ ଲାଭର ସମ୍ଭାବନା ବଢ଼ିବ। ସକାରାତ୍ମକ ମାନସିକତା ଆପଣଙ୍କୁ ଚାକିରିରେ ଉନ୍ନତି ଆଣିଦେବେ। 

ମୀନ: କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ। କୌଣସି ବ୍ୟବସାୟ ସମ୍ମିଳନୀରେ ଯୋଗ ଦେବାକୁ ଯିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.