ARTICLE AD BOX
ମେଷ: ଅଳଙ୍କାର ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ବିଲଡର୍ସଙ୍କୁ କୌଣସି ବଡ଼ ଠିକା କାମର ମଉକା ମିଳିବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧ ଆହୁରି ମଜଭୁତ ହେବ। ସରକାରୀ ବିଭାଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ଯୋଗ ରହିଛି।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ଦାମ୍ପତ୍ୟ ଜୀବନରେ କୌଣସି ବଡ଼ ଖୁସି ଖବର ପାଇବେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି ବନ୍ଧୁ ଯୋଗୁଁ ଚାକିରି ମିଳିବା ସହଜ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ବକେୟା ଅର୍ଥ ପାଇବେ। ଓକିଲ କୌଣସି ମକଦ୍ଦମାକୁ ନେଇ ବ୍ୟସ୍ତ ରହିବେ। ବେପାରରେ ଲାଭ ହେବ। ଯେଉଁମାନେ ବାହାରେ ରହୁଛନ୍ତି ସେମାନେ ଜୀବନସାଥୀ ସହ ମିଶିବାର ମଉକା ପାଇବେ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ବେପାରରେ କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ। ପ୍ଲାଷ୍ଟିକ କାରବାର କରୁଥିବା ଲୋକଙ୍କର ଜିନିଷ ଭଲ ବିକ୍ରୀ ହେବ। ଝିଅର ବଡ଼ ସଫଳତାରେ ଘରେ ଖୁସିର ବାତାବରଣ ସୃଷ୍ଟି ହେବ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ଅଫିସ କାମକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିଦେବେ। ପ୍ରେମୀଯୁଗଳ ନିଜର ସମ୍ବନ୍ଧ କଥା ଘର ଲୋକଙ୍କୁ କହିବେ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ଆହୁରି ପଢ଼ନ୍ତୁ- IT Use in Anti-Corruption Drive ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬: ଭିଜିଲାନ୍ସ ଧରପଗଡ଼ରେ ଏଣିକି ବଢ଼ିବ ଆଇଟିର ପ୍ରୟୋଗ
ତୁଳା: ବେପାରରେ ଲାଭ ହେବ। ଘନିଷ୍ଠ ବନ୍ଧୁର ସହଯୋଗ ପାଇବେ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବା ଯୋଗୁଁ ଆପଣଙ୍କୁ ଖୁସି ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ପ୍ରାଧାନ୍ୟ କାଏମ୍ ରହିବ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ଧର୍ମକାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ ମିଷ୍ଠତା ବଢ଼ିବ। ସୋସିଆଲ ମିଡ଼ିଆରେ ଆପଣଙ୍କର ରୁଚି ବଢ଼ିବ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ଶୁଖିଲା ଖାଦ୍ୟ ବ୍ୟବସାୟୀଙ୍କର କାମ ଭଲ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ପ୍ରେମୀଯୁଗଳ ଫୋନରେ ଦୀର୍ଘ ସମୟ ଧରି କଥା ହେବେ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ଜମି ବ୍ୟବସାୟୀଙ୍କୁ ବଡ଼ ଡିଲରୁ ଭଲ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମାରୋହରେ କୌଣସି ବଡ଼ ଦାୟିତ୍ବ ମିଳିବ। ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସମୟ ସାଥ ଦେବ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ପରିବାରରେ କୌଣସି ଧର୍ମାନୁଷ୍ଠାନ ହେବାର ଯୋଗ ଅଛି। ଶିକ୍ଷକଙ୍କର ବଦଳିରେ ଲାଗି ରହିଥିବା ବାଧା ଦୂର ହେବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ବହୁତ ଭଲ ମାର୍ଗଦର୍ଶନ ମିଳିବ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

53 minutes ago
3


