Horoscope 2026 October 31: ଜାଣନ୍ତୁ ଆଜିର ରାଶିଫଳ...

1 hour ago 2
ARTICLE AD BOX

‌ମେ‌ଷ: ଯାହା ବି କାମ କରିବାକୁ ଚାହିବେ ତାହା ସଂପୂର୍ଣ୍ଣ ହୋଇଯିବ। ପାଖଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।     ‌

Aries

ବୃଷ: ଅଧୁରା କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ। ବାପାମାଆଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। ସମାଜରେ ଉଚିତ ଆଦର ସମ୍ମାନ ପାଇବେ। ‌   ‌    

Taurus

ମିଥୁନ: ବ୍ୟବସାୟିକ ଯାତ୍ରା ଫଳପ୍ରଦ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଚାକିରି ପାଇଁ ଡାକରା ଆସିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।  ‌

Gemini

କର୍କଟ: ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। କୌଣସି କାମରେ ଅଧିକ ଯାତୟାତ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ।  ‌ ‌

Cancer
ସିଂହ: ଆପଣ ସକାରାତ୍ମକ ମାନସିକତା ରଖନ୍ତୁ। ନିଜର ଶକ୍ତିକୁ ସଠିକ ଦିଶାରେ ଲଗାନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ସଫଳତା ପାଇବେ। ବୈବାହିକ ଜୀବନ ଖୁସି ଭରା ରହିବ।  ‌‌  ‌

Leo

କନ୍ୟା: କାମରେ ବଡ଼ଙ୍କର ସହଯୋଗ ପାଇବେ। ଭଲ ଚାକିରିର ଆଶା ବଢ଼ିବ। ବିବାହଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଇଂଜିନିୟରିଂ ଛାତ୍ରଙ୍କ ଲାଗି ଦିନଟି ଶୁଭ।         

Virgo

ଆହୁରି ପଢ଼ନ୍ତୁ- 'Eetha' Trailer Out: ଲାବଣୀ ନୃତ୍ୟର ସାମ୍ରାଜ୍ଞୀ 'ବିଠାବାଈ' ଭୂମିକାରେ ଶ୍ରଦ୍ଧା କାପୁର: ମୁକ୍ତିଲାଭ କଲା 'ଇଥା' ଟ୍ରେଲର୍

ତୁଳା: ଆପଣଙ୍କ ମନ ଶାନ୍ତ ରହିବ। ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ। ଅଫିସ କାମ ପାଇଁ ଦିନଟି ଅନୁକୂଳ ରହିବ। ବେପାରରେ ଉନ୍ନତି ହେବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ।    ‌     

Libra
ବିଛା: ଦିନଟି ଆତ୍ମବିଶ୍ବାସ ଭରା ରହିବ। କୌଣସି ଧାର୍ମିକ ସତସଙ୍ଗକୁ ଯିବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ରୋଜଗାରର ନୂଆ ଅବସର ପାଇବେ। ପ୍ରିୟ ବନ୍ଧୁଙ୍କୁ ମନର କଥା କହିବେ।      

Scorpio

ଧନୁ: ନୂଆ କାମ ପାଇଁ ମନରେ ବିଚାର ଆସିବ। ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ରାଜନୀତିକ କାର୍ଯ୍ୟକ୍ରମରେ ରୁଚି ନେବେ।

Sagittarius

ମକର: ନିଜର ଲୋକ ଆପଣଙ୍କୁ ଠିକ୍‌ ଦିଗରେ ନେଇଯିବେ। ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ଅଫିସ କାମରେ କୌଣସି ଆହ୍ବାନ ଆସିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

Capricorn
କୁମ୍ଭ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। କାମରେ ଦୂରସ୍ଥାନକୁ ଯିବେ। ପରିବାର ସମ୍ବନ୍ଧରେ କୌଣସି ଖୁସି ଖବର ପାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ଅନ୍ୟଦିନ ଅପେକ୍ଷା ଅଧିକ ରହିବ।      

Aquarius

ମୀନ: ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ଲାଗି ରହିଥିବା ସମସ୍ୟା କମ୍ ହେବ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଆନନ୍ଦ ପାଇବେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ।

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.