ARTICLE AD BOX
ନୂଆଦିଲ୍ଲୀ: ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଚିକିତ୍ସା ଖର୍ଚ୍ଚ ନେଇ ଅନ୍ଧାରରେ ରଖିବା କିମ୍ବା ବିଲ୍କୁ ନେଇ ହେଉଥିବା ବିବାଦର ଅନ୍ତ ଘଟାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀାସ୍ତବ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ମାନଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସମସ୍ତ ହସ୍ପିଟାଲ ଓ କ୍ଲିନିକାଲ୍ ପ୍ରତିଷ୍ଠାନଗୁଡ଼ିକରେ ଚିକିତ୍ସା ଓ ସେବାର ମୂଲ୍ୟ ସ୍ପଷ୍ଟ ଏବଂ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ ହେଉଛି କି ନାହିଁ, ତାହା କଡ଼ାକଡ଼ି ଭାବେ ଯାଞ୍ଚ କରିବାକୁ କୁହାଯାଇଛି।
ଆହୁରି ପଢ଼ନ୍ତୁ: ଯାହା ବି ହେଉ, ବଜାର ବନ୍ଦ ହେବ ନାହିଁ: ବ୍ୟବସାୟୀ ସଂଗଠନ ଶୁଣାଇଦେଲା ଚରମବାଣୀ
୧. ନିୟମ କ’ଣ ରହିଛି?
'କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ (ରେଜିଷ୍ଟ୍ରେସନ ଆଣ୍ଡ ରେଗୁଲେସନ) ଆକ୍ଟ, ୨୦୧୦ ଓ ୨୦୧୨ର ନିୟମ ଅନୁଯାୟୀ, ପ୍ରତ୍ୟେକ ହସ୍ପିଟାଲ୍ ଓ ଚିକିତ୍ସା କେନ୍ଦ୍ର ପାଇଁ ଏହା ବାଧ୍ୟତାମୂଳକ ଯେ, ସେମାନେ ପ୍ରଦାନ କରୁଥିବା ବିଭିନ୍ନ ସେବା ଓ ସୁବିଧାର ମୂଲ୍ୟ ସମସ୍ତଙ୍କ ଦୃଷ୍ଟିଗୋଚର ହେବା ଭଳି ଏକ ସ୍ଥାନରେ ପ୍ରଦର୍ଶନ କରିବେ। ଏହି ମୂଲ୍ୟ ତାଲିକା ଇଂରାଜି ସହିତ ସ୍ଥାନୀୟ ଭାଷାରେ ମଧ୍ୟ ପ୍ରଦର୍ଶିତ ହେବା ଆବଶ୍ୟକ ଯାହାଦ୍ୱାରା ସାଧାରଣ ରୋଗୀ ମଧ୍ୟ ଏହାକୁ ସହଜରେ ବୁଝିପାରିବେ।
୨. ବିଦେଶୀ ରୋଗୀଙ୍କ ପାଇଁ ସ୍ୱଚ୍ଛତା
କେନ୍ଦ୍ର ସରକାରଙ୍କ ଏହି ଚିଠିରେ ବିଦେଶରୁ ଆସୁଥିବା ରୋଗୀଙ୍କ ପାଇଁ ମଧ୍ୟ ଚିକିତ୍ସା ଖର୍ଚ୍ଚରେ ସ୍ୱଚ୍ଛତା ରଖିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯେଉଁ ବିଦେଶୀ ନାଗରିକମାନେ 'ମେଡିକାଲ୍ ଏବଂ ଆୟୁଷ ଭିସା' ନେଇ ଭାରତକୁ ଚିକିତ୍ସା ପାଇଁ ଆସୁଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ରେଟ୍ ପ୍ରମୁଖ ସ୍ଥାନରେ ପ୍ରଦର୍ଶନ କରିବାକୁ ହସ୍ପିଟାଲଗୁଡ଼ିକୁ କୁହାଯାଇଛି। ଏହାଦ୍ୱାରା ମୂଲ୍ୟକୁ ନେଇ ବିଦେଶୀ ରୋଗୀଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଅସନ୍ତୋଷ କମିବ।
୩. ରାଜ୍ୟଗୁଡ଼ିକର ଦାୟିତ୍ୱ ଓ ଏହାର ଲାଭ
ସ୍ୱାସ୍ଥ୍ୟ ସେବା ଏକ 'ରାଜ୍ୟ ତାଲିକାଭୁକ୍ତ' ପ୍ରସଙ୍ଗ ହୋଇଥିବାରୁ, ଏହାର କାର୍ଯ୍ୟକାରିତା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଦାୟିତ୍ୱ ଅଟେ। ଏହି ନିୟମ ଦ୍ୱାରା ରୋଗୀମାନେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ କିମ୍ବା ଭର୍ତ୍ତି ହେବା ସମୟରେ ଚିକିତ୍ସା ଖର୍ଚ୍ଚ ସମ୍ପର୍କରେ ପୂର୍ବରୁ ସ୍ପଷ୍ଟ ଧାରଣା ପାଇପାରିବେ। ଚିକିତ୍ସା ଶେଷରେ ଅତ୍ୟଧିକ ବିଲ୍ ଆସିବାକୁ ନେଇ ରୋଗୀ ଏବଂ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯେଉଁ ଯୁକ୍ତିତର୍କ ଓ ବିବାଦ ହୁଏ, ତାହା ଏହାଦ୍ୱାରା ବହୁ ପରିମାଣରେ ହ୍ରାସ ପାଇବ।
ଆହୁରି ପଢ଼ନ୍ତୁ: ଯାହା ବି ହେଉ, ବଜାର ବନ୍ଦ ହେବ ନାହିଁ: ବ୍ୟବସାୟୀ ସଂଗଠନ ଶୁଣାଇଦେଲା ଚରମବାଣୀ

2 weeks ago
6


