ARTICLE AD BOX
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଛକରେ ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଜଣେ ହୋଟେଲ୍ ମାଲିକ ଗରିଫ ହୋଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ଘରେ ପଶି ସଶସ୍ତ୍ର ଡକାୟତି ଉଦ୍ୟମ, ଭୁଜାଲିରେ ମହିଳାଙ୍କୁ ଆକ୍ରମଣ
ସୂଚନାନୁସାରେ, ହାରାବତୀ ନାମ୍ନୀ ଜଣେ ମହିଳାଙ୍କୁ ହୋଟେଲ୍ ମାଲିକ ଲକ୍ଷ୍ମୀନାରାୟଣ ଓରଫ ଲଳିତ ସୁବୁଦ୍ଧି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ହାରାବତୀଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି।
ଏହି ମାମଲାରେ ଲକ୍ଷ୍ମୀପୁର ପୁଲିସ କୋରାପୁଟ ଫରେନ୍ସିକ୍ ଟିମ୍ର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।
ଘର, ଜମି ଛାଡ଼ିବାକୁ ମହିଳାଙ୍କୁ ଆକ୍ରମଣ: ରାଜଧାନୀରେ ଜମିମାଫିଆଙ୍କ ଆତଙ୍କରାଜ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଆଖପାଖର ସିସିଟିଭି ଫୁଟେଜ୍ ସଂଗ୍ରହ କରି ପୁଲିସ ପ୍ରମାଣ ସଂଗ୍ରହ କରିଥିଲା। ଆକ୍ରମଣରେ ବ୍ୟବହୃତ ଘାଗଡ଼ାକୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ଲକ୍ଷ୍ମୀନାରାୟଣକୁ ଗିରଫ କରି କୋର୍ଟରେ ହାଜର କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଜେଲ୍କୁ ପଠାଇଦିଆଯାଇଥିବା ତଦନ୍ତ ଅଧିକାରୀ ରଂଜିତ ମିଶ୍ର ସୂଚନା ଦେଇଛନ୍ତି ।

2 days ago
5


