ARTICLE AD BOX
ରିୟାଦ:ହୁତି ଏବଂ ସାଉଦି ଆରବ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ହୁତିମାନେ ରିୟାଦରେ ଆରାମକୋ ତୈଳ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଥିବା ଦାବି କରିଛନ୍ତି। ଏହାର ଜବାବରେ ୟେମେନ ସରକାର ସାନା ଏବଂ ସାଦାରେ ହୁତିଙ୍କ ଶିବିର ଉପରେ ଆକ୍ରମଣ କରିଥିଲେ ଏବଂ ସେମାନଙ୍କର ସାମରିକ କ୍ଷମତାକୁ ନଷ୍ଟ କରିବାକୁ ଚେତାବନୀ ଦେଇଛନ୍ତି। ଆରାମକୋ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ବାରା ଆକ୍ରମଣ କରାଯାଇଛି। ଇରାନ ସମର୍ଥିତ ହୁତି ଏବଂ ସାଉଦି ଆରବ ମଧ୍ୟରେ ଲଢ଼େଇ ତୀବ୍ର ହେଉଥିବାରୁ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ବିବୃତିରେ ହୁତି ସାମରିକ ମୁଖପାତ୍ର ୟାହ୍ୟା ସାରି କହିଛନ୍ତି ଯେ, ରିୟାଦରେ ଆରାମକୋକୁ ଟାର୍ଗେଟ କରି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରାଯାଇଛି। ଯାହା ଫଳରେ ଅଞ୍ଚଳରେ ନିଆଁ ଲାଗିଯାଇଥିଲା।ତେବେ ସାଉଦି କର୍ତ୍ତୃପକ୍ଷ କୌଣସି ଆକ୍ରମଣର ରିପୋର୍ଟ କରିନାହାନ୍ତି, କିମ୍ବା ସରକାରୀ ତେଲ କମ୍ପାନି ଆରାମକୋ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହିଁ।
୪୪ ସାମରିକ ଯାନ ନଷ୍ଟ
ରବିବାର ସକାଳେ ସାଉଦି ନେତୃତ୍ୱାଧୀନ ମେଣ୍ଟ କହିଛି ଯେ, ଆମର ସେନା ଟୋର ଅଲ-ବାହା ଫ୍ରଣ୍ଟ ଏବଂ ତାଇଜ୍ ଆକ୍ସିସରେ ହୁତିଙ୍କ ଉପରେ ୯୭ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆକ୍ରମଣରେ ଯୁଦ୍ଧ ବିମାନ, ଡ୍ରୋନ୍, ତୋପ, କ୍ଷେପଣାସ୍ତ୍ର ଏବଂ ସ୍ନାଇପର ବ୍ୟବହାର କରାଯାଇଥିଲା। ୟେମେନର ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସରକାରୀ ବାହିନୀର ମୁଖପାତ୍ର କର୍ଣ୍ଣେଲ ମାଜିଦ ଅବଦୁଲ୍ଲା ଅଲ-ନାଜିଲି କହିଛନ୍ତି ଯେ, ଏହି ଆକ୍ରମଣରେ ପ୍ରାୟ ୨୬୦ ହୁତିଙ୍କୁ ଟାର୍ଗେଟ କରାଯିବା ସହ ୪୪ ସାମରିକ ଯାନ ନଷ୍ଟ କରାଯାଇଛି।
Air Ambulance Missing: ବରମୁଡାରୁ ବୋଷ୍ଟନ ଯାଉଥିବା ନିଖୋଜ ବିମାନର ଭଗ୍ନାବଶେଷ ଆଟଲାଣ୍ଟିକରେ ମିଳିଲା: ଆମେରିକା ତଟରକ୍ଷୀ ବାହିନୀର ସୂଚନା
ସାଉଦି ଆରବ ବିଶ୍ୱର ପ୍ରମୁଖ ତୈଳ ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ତେଣୁ ଏହାର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ବିଶ୍ୱ ବଜାର ଉପରେ ଚାପ ପକାଇବାର ଆଶଙ୍କା ରହିଛି। ଆରାମକୋ ଉପରେ ଆକ୍ରମଣର ସମ୍ପ୍ରତି ଦାବି ପରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ଯଦି ୟେମେନ ଏବଂ ସାଉଦି ଆରବ ମଧ୍ୟରେ ସାମରିକ ଉତ୍ତେଜନା ଦୀର୍ଘ ସମୟ ଧରି ଜାରି ରହେ ତେବେ ପଶ୍ଚିମ ଏସିଆକୁ ତେଲ ଯୋଗାଣ ଏବଂ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଶକ୍ତି ମାର୍ଗ ପ୍ରତି ପୁଣି ବିପଦ ସୃଷ୍ଟି ହୋଇପାରେ।

3 weeks ago
7


