How to Clean Gold Jewellery: ସୁନା ଗହଣା କଳା ପଡ଼ିଗଲା କି? ଘରେ ମାତ୍ର ୫ ମିନିଟ୍‌ରେ ଫେରାନ୍ତୁ ଚମକ, ଜାଣନ୍ତୁ ସହଜ ଟ୍ରିକ୍!

54 minutes ago 1
ARTICLE AD BOX

ନୂଆଦିଲ୍ଲୀ: ସୁନା ଗହଣା ପିନ୍ଧିବାକୁ ସମସ୍ତଙ୍କର ଭାରି ସଉକ। ସୁନା ଚେନ୍ ହେଉ କି କାନଫୁଲ, ଏହାର ଚମକ ଲୁକ୍‌କୁ କରିଦିଏ ଆହୁରି ଆକର୍ଷଣୀୟ। ହେଲେ ଦିନକୁ ଦିନ ସୁନା ଗହଣାର ଚମକ କମିଯାଉଛି କି? ଧୂଳି, ଝାଳ ଓ ତେଲ ଲାଗି ଗହଣା କଳା ପଡ଼ିଯାଉଛି କି? ତେବେ ଆଉ ଯିବାକୁ ପଡ଼ିବନି ସୁନା ଦୋକାନ। ଘରେ ଥିବା କିଛି ସାମଗ୍ରୀରେ ସଫା କରିପାରିବେ ଗହଣା। ଜାଣନ୍ତୁ ସୁନାର ଚମକ ଫେରାଇବାର ସହଜ ଉପାୟ। ସୁନା ଗହଣା କିଣିବାକୁ ଯେତିକି ଟଙ୍କା ଖର୍ଚ୍ଚ ହୁଏ, ତାର ଯତ୍ନ ନେବା ମଧ୍ୟ ସେତିକି ଜରୁରୀ। ନିୟମିତ ବ୍ୟବହାର ଯୋଗୁଁ ସୁନା ଚେନ୍, ମୁଦି ଓ କାନଫୁଲରେ ଧୂଳି, ଝାଳ, ତେଲ ଓ ଲୋସନ ଜମିଯାଏ। ଫଳରେ ଗହଣାର ଚମକ କମିବାକୁ ଲାଗେ। ତେବେ କିଛି ସହଜ ଉପାୟରେ ଏହାକୁ ସଫା ରଖିପାରିବେ।

Special Trains For Diwali, Chhath: ଦୀପାବଳି ଓ ଛଟ୍ ପୂଜା ପାଇଁ ରେଳବାଇର ବଡ଼ ଘୋଷଣା

୧. ହାଲୁକା ସାବୁନ ପାଣିରେ ସଫା କରନ୍ତୁ
ଏକ ପାତ୍ରରେ ହାଲୁକା ଉଷୁମ ପାଣି ନିଅନ୍ତୁ। ସେଥିରେ ଅଳ୍ପ ମାଇଲ୍ଡ ଲିକ୍ୱିଡ୍ ସୋପ୍ ମିଶାନ୍ତୁ। ସାଧା ସୁନା ଗହଣାକୁ କିଛି ମିନିଟ୍ ଭିଜାଇ ରଖି ନରମ ବ୍ରଶ୍‌ରେ ଧୀରେ ସଫା କରନ୍ତୁ। ପରେ ସଫା ପାଣିରେ ଧୋଇ ନରମ କପଡ଼ାରେ ପୋଛି ଦିଅନ୍ତୁ।

୨.ନରମ ବ୍ରଶ୍‌ରେ ହଟାନ୍ତୁ ମଇଳା
ଗହଣାର କୋଣ ଓ ଚେନ୍‌ର ଛୋଟ ଛୋଟ ଜାଗାରେ ମଇଳା ଜମିଥାଏ। ଏଥିପାଇଁ ନରମ ବ୍ରଶ୍ ବ୍ୟବହାର କରନ୍ତୁ। ଅଧିକ ଜୋରରେ ଘଷନ୍ତୁ ନାହିଁ।

୩.ଗହଣାର ଚମକ ରଖିବାକୁ ନିଅନ୍ତୁ ଯତ୍ନ
ଗହଣା ପିନ୍ଧିବା ପୂର୍ବରୁ ପରଫ୍ୟୁମ୍, ଲୋସନ ଓ କ୍ରିମ୍ ଲଗାଇ ଶୁଖିବାକୁ ଦିଅନ୍ତୁ। ବ୍ୟବହାର ପରେ ନରମ କପଡ଼ାରେ ପୋଛି ଅଲଗା ଡବାରେ ରଖନ୍ତୁ।

 ଜାଣିରଖନ୍ତୁ
ସବୁ ସୁନା ଗହଣାକୁ ଏକାଭଳି ସଫା କରିବା ଠିକ୍ ନୁହେଁ। ଗହଣାରେ ମୋତି, ହୀରା କିମ୍ବା ଅନ୍ୟ ନାଜୁକ ପଥର ଲାଗିଥିଲେ ଉଷୁମ ପାଣିରେ ଭିଜାନ୍ତୁ ନାହିଁ। ଗୋଲ୍ଡ ପ୍ଲେଟେଡ୍ ଗହଣାକୁ ଘଷିବା କିମ୍ବା ରାସାୟନିକ ପଦାର୍ଥ ଲଗାଇବାରୁ ଦୂରେଇ ରୁହନ୍ତୁ। ବେକିଂ ସୋଡ଼ା, ଟୁଥପେଷ୍ଟ ଓ ହଳଦୀ ଲଗାଇ ଘଷିବା ମଧ୍ୟ ଏଡ଼ାନ୍ତୁ। ସନ୍ଦେହ ଥିଲେ ଗହଣା ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ମନେରଖନ୍ତୁ, ସଠିକ୍ ଯତ୍ନ ନେଲେ ଆପଣଙ୍କ ପ୍ରିୟ ସୁନା ଗହଣାର ଚମକ ଦୀର୍ଘଦିନ ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.