Hunger strike: ତୃତୀୟ ଦିନରେ ଅଭିଭାବକ ମହାସଂଘର ଅନଶନ: ସମର୍ଥନ ଜଣାଇଲେ ବୁଦ୍ଧିଜୀବୀ

1 week ago 5
ARTICLE AD BOX

ଭୁବନେଶ୍ବର: ଭୁଲ୍‌ ପାଠ୍ୟପୁସ୍ତକ ପ୍ରତ୍ୟାହାର, ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ଶିକ୍ଷା ଅଧିକାର (ଆର୍‌ଟିଇ) ମାଗଣା ଶିକ୍ଷା ଯୋଜନାକୁ ଦ୍ୱାଦଶ ଶ୍ରେଣୀକୁ ବୃଦ୍ଧି ତଥା କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ ବୃତ୍ତିଗତ ଶିକ୍ଷାକୁ ସାମିଲ କରିବା ଦାବିରେ ଲୋୟର ପିଏମ୍‌ଜିରେ ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଓଡ଼ିଶା ଅଭିଭାବକ ମହାସଂଘର ଚାଲିଥିବା ଶିକ୍ଷା ସତ୍ୟାଗ୍ରହ ଓ ଆମରଣ ଅନଶନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନକାରୀ ବାସୁଦେବ ଭଟ୍ଟଙ୍କ ଉଚ୍ଚ ରକ୍ତଚାପ ଦେଖାଦେଇଛି। ଏହା ସହିତ ପଲ୍ସ‌ରେଟ୍‌ରେ ବିଚ୍ୟୁତି ଦେଖା ଦେଉଥିବା ଜଣାପଡ଼ିଛି।

Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ

ତୃତୀୟ ଦିନରେ ଆଜି ଶିକ୍ଷା ସତ୍ୟାଗ୍ରହକୁ ସମର୍ଥନ ଜଣାଇ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ, ସିପିଆଇ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ ଓ ପ୍ରଦୀପ୍ତ ନାୟକ, ପ୍ୟାରେଣ୍ଟ୍ସ ଫେଡରେସନର ପ୍ରଦୀପ୍ତ ମିଶ୍ର, ରଞ୍ଜନ ଦାସ ଓ ଅନନ୍ତ ରାଉତ, ଫରୱାର୍ଡ ବ୍ଲକ୍‌ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, କର୍ମଚାରୀ ମହାମଞ୍ଚ ନେତା ପ୍ରଭାତ ମହାନ୍ତି, ଶିକ୍ଷକ ନେତା ଅମୀୟ ମହାନ୍ତି, ବିଜେଡି ନେତା ଅମରେଶ ପତ୍ରି, ସ୍ନେହାଶିଷ ଜେନା, ବରିଷ୍ଠ ସାମ୍ବାଦିକ ସତୀଶ ମିଶ୍ର, ଭୁବନେଶ୍ୱରର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ଦୁର୍ଗା ଦାଶ ପ୍ରମୁଖ ଯୋଗ ଦେଇଥିଲେ। ପୁରୁଣା ବହିରେ ପାଠପଢ଼ା ଓ ଭୁଲ୍‌ ବହି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏ ସତ୍ୟାଗ୍ରହ ଏବଂ ଅନଶନ ଚାଲିବ ବୋଲି ମହାସଂଘର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି। ଏହି ସତ୍ୟାଗ୍ରହରେ ମହାସଂଘ କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ପରିଜା, ମହାସଚିବ ଅଶୋକ ପାଇକରାୟ, ସଂଗଠନ ସମ୍ପାଦକ ପ୍ରକାଶ ମିଶ୍ର, କଟକ ସଭାପତି ଦେବବ୍ରତ ରାୟ, ଲିଙ୍ଗରାଜ ଭୋଇ, ପ୍ରଦ୍ୟୁମ୍ନ ଦାଶ, ସଞ୍ଜୟ ଦାସ, ମିନା ଦାସ, ମିଲି ସାହୁ, ସନ୍ତୋଷିନୀ ଦାସ, ବେବିନା ମହାରଣା, ବିଜୟଲଷ୍ମୀ ସାହୁ, ପୁଷ୍ପା ରାଉତ, ତପନ ରାଉତରାୟଙ୍କ ସହ ରାଜ୍ୟର ଅନେକ ରାଜନୈତିକ ନେତୃତ୍ୱ ଗଣ ସଂଗଠନ, ବୁଦ୍ଧିଜୀବୀ, ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଆଜି ମଧ୍ୟ ଯୋଗ ଦେଇଥିଲେ।

Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ! ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.