ICC: ଯୁବା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରୁ ଭାରତର ଅଭିଯାନ

6 days ago 4
ARTICLE AD BOX

ଦୁବାଇ: ଦୁଇ ଥରର ବିଜେତା ଭାରତ ଆସନ୍ତା ବର୍ଷ ହେବାକୁ ଥିବା ୧୯ ବର୍ଷରୁ କମ୍‌ ମହିଳା (ଯୁବା) ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ୨୦୨୭ ଜାନୁଆରି ୨୧ରୁ ଫେବ୍ରୁଆରି ୬ ତାରିଖ ପର୍ଯ୍ୟନ୍ତ ବାଂଲାଦେଶ ଓ ‌ନେପାଳରେ ଆୟୋଜିତ ହେବାକୁ ଥିବା ଏହି ୧୬ ରାଷ୍ଟ୍ରୀୟ ପ୍ରତିଯୋଗିତା ଲାଗି ବୁଧବାର ଆଇସିସି ସୂଚୀ ଘୋଷଣା କରିଛି। ଗତ ସଂସ୍କରଣ ବିଜେତା ଭାରତ ଗ୍ରୁପ୍‌-ଏ’ରେ ଆୟର୍ଲାଣ୍ଡ, ୱେଷ୍ଟଇଣ୍ଡିଜ୍‌ ଓ ସହ ଆୟୋଜକ ନେପାଳ ସହ ରହିଛି।

ଗ୍ରୁପ୍‌-ବି’ରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ସମୋଆ, ଗ୍ରୁପ୍‌-ସି’ରେ ଅଷ୍ଟ୍ରେଲିଆ, ସହ ଆୟୋଜକ ବାଂଲାଦେଶ, ନାଇଜେରିଆ ଓ ୟୁଏଇ ଏବଂ ଗ୍ରୁପ୍‌-ଡି’ରେ ଇଂଲଣ୍ଡ, ଶ୍ରୀଲଙ୍କା, ଆମେରିକା ଓ ସ୍କଟଲାଣ୍ଡ ରହିଛନ୍ତି। ଜାନୁଆରି ୨୨ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ଖେଳିବା ପରେ ୨୪ରେ ନେପାଳ ଏବଂ ୨୬ରେ ଆୟର୍ଲାଣ୍ଡ ସହ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ।

ଫାଇନାଲ୍‌ ମ୍ୟାଚ୍‌ ୬ ରେ

ଏହି ସମସ୍ତ ମ୍ୟାଚ୍‌ ନେପାଳର ତୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ଗ୍ରୁପ୍‌ ପର୍ଯ୍ୟାୟ ୨୬ରେ ଶେଷ ହେବା ପରେ ସୁପର-୬କୁ ଯୋଗ୍ୟତା ଅର୍ଜନ କରିଥିବା ଦଳକୁ ୨ ଭାଗରେ ବିଭକ୍ତ କରାଯିବ। ସୁପର-୬ର ଦୁଇ ଗ୍ରୁପ୍‌ର ଦୁଇ ଲେଖାଏଁ ଦଳ ସେମିଫାଇନାଲ୍‌ରେ ପହଞ୍ଚିବେ। ସେମିଫାଇନାଲ୍‌ ଦ୍ବୟ ଫେବ୍ରୁଆରି ୪ ତାରିଖରେ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ୬ ତାରିଖରେ ଖେଳାଯିବ। ଉଭୟ ସେମିଫାଇନାଲ୍‌ ଓ ଫାଇନାଲ୍‌ ଲାଗି ରିଜର୍ଭ ଦିନ (ଫେବ୍ରୁଆରି ୫ ଓ ୭) ରଖାଯାଇଛି।

Odisha Ranji Trophy: ରଣଜୀ ଟ୍ରଫିରେ ଓଡ଼ିଶାର ପରାଜୟ ଜାରି; କେରଳଠୁ ପାଳି ଓ ୩୬ ରନ୍‌ରେ ହାରିଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.