Ichchapuram Bridge Flooding ଇଚ୍ଛାପୁର ବ୍ରିଜ୍‌ରେ ବନ୍ୟାଜଳ: ଛତ୍ରପୁର ଷ୍ଟେସନରେ ଅଟକିଲା ଟ୍ରେନ୍

51 minutes ago 2
ARTICLE AD BOX

ଛତ୍ରପୁର(ବସନ୍ତ କୁମାର ମହାରଣା): ବାତ୍ୟା ଅର୍ଣ୍ଣବ ଆଣିଥିବା ପ୍ରବଳ ବର୍ଷା ପ୍ରଭାବରେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ସେହି ରାସ୍ତା ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରେ ଯଶୋବନ୍ଦପୁର-ହାୱଡ଼ା ଟ୍ରେନ୍‌ ଗୁରୁବାର ସକାଳ ପ୍ରାୟ ୫ଟା ସମୟରେ ଛତ୍ରପୁର ବଡ଼ରେଳ ଷ୍ଟେସନରେ ଅଟକି ରହିଥିଲା। ଦୀର୍ଘ ସମୟ ଧରି ଟ୍ରେନ୍‌ ଅଟକି ରହିବା ଯୋଗୁଁ ଯାତ୍ରୀ ମାନେ ଅସୁବିଧାରେ ପଡ଼ିଥିଲେ।

Landslides: ପୁଣି କେ ଆର୍‌ ଲାଇନରେ ଧସିଲା ପଥର; ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ
ଦୀର୍ଘ ସମୟ ଧରି ଟ୍ରେନ୍‌ ଅଟକି ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଖାଦ୍ୟ ଓ ପାନୀୟ ଜଳର ଆବଶ୍ୟକତା ଦେଖାଦେଇଥିଲା। ଅଟକିଥିବା ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ୟୁଥ୍‌ ମାସ ସେବା ସଂଘ ପକ୍ଷରୁ ସହାୟତାର ହାତ ବଢ଼ାଯାଇଥିଲା। ସଂଘର ସଦସ୍ୟମାନେ ଛତ୍ରପୁର ଷ୍ଟେସନରେ ପହଞ୍ଚି ଯାତ୍ରୀମାନଙ୍କୁ ପ୍ରାୟ ୫ ହଜାର ପ୍ୟାକେଟ୍‌ ବିସ୍କୁଟ ଓ ପାଣି ବୋତଲ ବଣ୍ଟନ କରିଥିଲେ।

Multiple Trains Cancelled ସମ୍ବଲପୁର-ମାନେଶ୍ବର ଓ ସମ୍ବଲପୁର-ବଲାଙ୍ଗୀର ସେକ୍ସନ୍‌ରେ ଏକାଧିକ ଟ୍ରେନ୍‌ ଚଳାଚଳ ବାତିଲ

ସେହିପରି, ଛତ୍ରପୁର ମାର୍କେଟ୍‌ ରୋଡ୍‌ କାଳୀପୂଜା କମିଟି ପକ୍ଷରୁ ମଧ୍ୟ ଅଟକିଥିବା ଯାତ୍ରୀମାନଙ୍କୁ ମସଲା ଉପମା ବଣ୍ଟନ କରାଯାଇଥିଲା। ପରେ ଛତ୍ରପୁର ପୌରପରିଷଦ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଭାତ ଓ ଡାଲମା ଯୋଗାଇ ଦିଆଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.