Illegal firecracker: ଦୀପାବଳି ପୂର୍ବରୁ ପୁଲିସ ସକ୍ରିୟ; ଜବତ କଲା ୨୨ ପେଟି ବିସ୍ଫୋରକ ବାଣ, ମୂଲ୍ୟ ୩ ଲକ୍ଷ ଟଙ୍କା

1 hour ago 1
ARTICLE AD BOX

ଜୟପୁର (ଦେବାଶିଷ ସାହୁ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହା ପୂର୍ବରୁ ଜୟପୁର ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ସ୍ଥାନୀୟ ଟାଉନ୍ ଥାନା ପୁଲିସ। ସ୍ଥାନୀୟ ଏନ୍‌କେଟି ରୋଡ୍‌ସ୍ଥିତ ଏକ ଆବାସିକ ଅଞ୍ଚଳରେ ଥିବା ଏକ ଘରେ ବେଆଇନ ଭାବେ ମହଜୁଦ ଥିବା ବିପୁଳ ପରିମାଣର ବାଣ ଜବତ କରାଯାଇଛି। ଜବତ ବାଣର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ ବୋଲି ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ପ୍ରତିକ୍ରିୟାରେ କହିଛନ୍ତି। 

ଆଗକୁ ଦୀପାବଳି ଆସୁଥିବାରୁ ତାହାକୁ ଦୃଷ୍ଟିରେ ରଖି ସହରବାସୀଙ୍କ ଧନ ଜୀବନ ସୁରକ୍ଷା ପାଇଁ ଏସଡିପିଓ ଅର୍ଚ୍ଚିତା ମିତ୍ତଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁଲିସ ପ୍ରଶାସନ ପକ୍ଷରୁ ବେଆଇନ ବାଣ ବ୍ୟବସାୟ ଏବଂ ମହଜୁଦକାରୀଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି କ୍ରମରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଏନ୍‌କେଟି ରୋଡ୍‌ର ଏକ ଆବାସିକ ଘର ଉପର ମହଲାରେ ବ୍ୟାପକ ପରିମାଣର ବାଣ ବେଆଇନ ଭାବେ ଗଚ୍ଛିତ ଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା।

Paralakhemundi police: ବେଆଇନ ବାଣ ଗଚ୍ଛିତ ଅଭିଯୋଗ ପରେ ଗୋଦାମ  ହେଲା ସିଲ୍‌: ଲକ୍ଷାଧିକ ଟଙ୍କାର ବାଣ ଜବତ

୨୨ଟି ବଡ଼ ପେଟିର ବାଣ ଠାବ
ଖବର ପାଇ ଟାଉନ ଥାନା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍‌ଆଇ ଗୋବିନ୍ଦ ହାଁସଦା ଓ ତାଙ୍କ ଟିମ୍ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ। ଯାଞ୍ଚ ବେଳେ ଉକ୍ତ ଘରୁ ମୋଟ ୨୨ଟି ବଡ଼ ପେଟି ବିଭିନ୍ନ ପ୍ରକାରର ବାଣ ଠାବ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଉକ୍ତ ବିସ୍ଫୋରକ ସାମଗ୍ରୀ ରଖିବା ନେଇ କୌଣସି ବୈଧ ଲାଇସେନ୍ସ କିମ୍ବା ପ୍ରଶାସନିକ ଅନୁମତି ପତ୍ର ଦେଖାଇ ପାରିନଥିଲେ। ଏହାପରେ ପୁଲିସ ଏକ ଗାଡ଼ି ଯୋଗେ ସମସ୍ତ ବାଣ ପେଟିକୁ ଜବତ କରି ଟାଉନ୍ ଥାନାକୁ ଆଣିଛି। 

ଆବାସିକ ଅଞ୍ଚଳରେ ବାଣ ରଖିବା ମନା
ଜନଗହଳିପୂର୍ଣ୍ଣ ଆବାସିକ ଅଞ୍ଚଳ ଭିତରେ ବିନା ଅନୁମତିରେ ଏଭଳି ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିବା ସମ୍ପୂର୍ଣ୍ଣ ବେଆଇନ ଓ ଅତ୍ୟନ୍ତ ବିପଦଜନକ ବୋଲି ଟାଉନ ଥାନା ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି। ଏହି ବିପୁଳ ପରିମାଣର ବାଣ କେଉଁଠାରୁ ଆସିଲା ଏବଂ କେଉଁ ଉଦ୍ଦେଶ୍ୟରେ ମହଜୁଦ ରଖାଯାଇଥିଲା, ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ପାର୍ବଣ ଋତୁରେ ସହରରେ ଶାନ୍ତି ଶୃଙ୍ଖଳା ଓ ନିରାପତ୍ତା ବଜାୟ ରଖିବାକୁ ଏଭଳି ଆକସ୍ମିକ ଚଢ଼ଉ ଆଗକୁ ମଧ୍ୟ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.