Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_8v4prgthcaedlh4c02538p5hs2, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Illegal liquor: ରାତିଅଧରେ ମାଫିଆଙ୍କ ୪ ଘଣ୍ଟାର ଦୁଃସାହିକ ଜଳଯାତ୍ରା; ୩୬୦ ଲିଟର ମଦ ଜବତ - CGPT.IN

Illegal liquor: ରାତିଅଧରେ ମାଫିଆଙ୍କ ୪ ଘଣ୍ଟାର ଦୁଃସାହିକ ଜଳଯାତ୍ରା; ୩୬୦ ଲିଟର ମଦ ଜବତ

1 hour ago 1
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ଚୋରା ମଦ କାରବାର ପାଇଁ ମାଫିଆ ସ୍ବତନ୍ତ୍ର ରଣନୀତି ଆପଣାଇଛନ୍ତି। ଜଳପଥରେ ମଦ ଚୋରା ଚାଲାଣ କରାଯାଉଥିବା ଧରାପଡ଼ିଛି। ଗୁଇନ୍ଦା ସୂଚନା ଆଧାରରେ ଯାଜପୁର ଅବକାରୀ ପୁଲିସ ଶୁକ୍ରବାର ବିଳମ୍ବିତ ରାତି ସାଢ଼େ ୧୨ଟାରେ ବ୍ରାହ୍ମଣୀ ନଦୀ କୂଳ ଯାଜପୁରରୋଡ଼ ଥାନା ପହଙ୍ଗା ପମ୍ପ୍ ହାଉସ ପାଖରୁ ଏକ ସ୍ବତନ୍ତ୍ର ବାଉଁଶ ଭେଳାରେ ଥିବା ୩୬୦ ଲିଟର ଦେଶୀ ରନ୍ଧା ମହୁଲିମଦ ଓ ୮ଟି ଟ୍ରକ୍‌ ଟ୍ୟୁବ୍‌ ଜବତ କରିଛି। 

ବାଉଁଶ ଭେଳା ଚଳାଇ ମଦ ଆଣୁଥିବା ଜଣେ ଅଭିଯୁକ୍ତ ପୁଲିସ ପଞ୍ଝାରେ ପଡ଼ିଛି। ଅଭିଯୁକ୍ତ ଯାଜପୁରରୋଡ଼ ଥାନା କୁମ୍ଭିରଗାଡ଼ିଆ ବ୍ରାହ୍ମଣଗାଁର ସ୍ବର୍ଗତ କାମଦେବ ପ୍ରଧାନଙ୍କ ପୁଅ ବିଚିତ୍ର ପ୍ରଧାନ(୪୧)। ଡୋଲିପୁର ଅବକାରୀ ଥାନା କେସ୍ ନମ୍ବର ୧୩୦/୨୦୨୬-୨୭ ଆଧାରରେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତ ପଠାଯାଇଛି।

Excise raid: ୫୫୦ ଲିଟର ମଦ, ୫ ହଜାର ଲିଟର ପୋଚ ଜବତ

ସୁକିନ୍ଦା ଥାନା ବ୍ରାହ୍ମଣୀନଦୀ କୂଳ କନ୍ତିରାରୁ ଜଳପଥରେ ମଦ ଚୋରା ଚାଲାଣ କରାଯାଉଥିଲା। ଅଭିଯୁକ୍ତମାନେ ଜଳଯାତ୍ରାରେ ମୋଟ୍‌ ୮ଟି ବଡ଼ ଟ୍ୟୁବ୍‌, ୬ଟି ଜରି ବସ୍ତା, ୪ଟି ବାଉଁଶ ଓ ଆବଶ୍ୟକ ପ୍ଲାଷ୍ଟିକ୍‌ ଦଉଡ଼ି ବ୍ୟବହାର କରିଥିଲେ। ପବନ ଭର୍ତ୍ତି ୨ଟି ଟ୍ୟୁବ୍‌କୁ ୪ଟି ବାଉଁଶ ଥାଇ ଭେଳାର ଉଭୟପାର୍ଶ୍ବରେ ବାନ୍ଧି ଦିଆଯାଇଥିଲା। ଅନ୍ୟ ୬ଟି ଟ୍ୟୁବ୍‌ରେ ୬୦ ଲିଟର ଲେଖାଏଁ ମଦ ଭର୍ତ୍ତି କରାଯାଇ ଏହାକୁ ଜରି ବସ୍ତାରେ ରଖାଯାଇଥିଲା। ବାଉଁଶ ଭେଳା ତଳେ ମଦଭର୍ତ୍ତି ଜରିବସ୍ତା ସବୁକୁ ଭାରସାମ୍ୟ ରଖି ବାନ୍ଧି ଦିଆଯାଇଥିଲା। ଏହି ଓଜନିଆ ବସ୍ତା ସବୁ ପାଣି ଭିତରକୁ ରହି ଜଳଯାତ୍ରାରେ ସହାୟକ ହୋଇଥିଲା। 

Paradip, Dhamra Port: ଜଳପଥ ପାଇଁ ୧୨,୨୦୦ କୋଟିର ଚୁକ୍ତି: ପାରାଦୀପ, ଧାମରା ବନ୍ଦର ସହିତ ମହାନଦୀ, ବ୍ରାହ୍ମଣୀ ଜଳପଥ ବିକାଶ

କନ୍ତିରାରୁ ରାତି ୯ଟାରେ ବାହାରିଥିବା ମାଫିଆମାନେ ଜଳପଥରେ ସ୍ରୋତର ଅନୁକୂଳରେ ଆହୁଲ‌ା ମାରି ସାଢ଼େ ୩ ଘଣ୍ଟାରେ ୧୧ ରୁ ୧୨ କିଲୋମିଟର ଯାତ୍ରା କରିଥିଲେ। ସାଢ଼େ ୧୨ଟାରେ ପୁଲିସ ଏହି ଭେଳାକୁ ମାଡ଼ି ବସିଥିଲା। ଅନ୍ୟ ୨ ଜଣ ଅଭିଯୁକ୍ତ ଅନ୍ଧାର ସୁଯୋଗରେ ନଦୀକୁ ଡେଇଁ ଖସି ପଳାଇଥିଲେ।‌ ଅବକାରୀ ଅଧୀକ୍ଷକ ଅଜୟ କୁମାର ବେହେରା ଓ ନିରୀକ୍ଷକ ସସ୍ମିତା ହୋତାଙ୍କ ନିର୍ଦ୍ଦେଶରେ ଡୋଲିପୁର ଥାନା ଭାରପ୍ରାପ୍ତ ଅଧିକାରୀ ରାମେଶ୍ବର ମହାନ୍ତି ଓ କନଷ୍ଟେବଲ୍‌ ବିକ୍ରମ ବେହେରା ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଚଢ଼ଉ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.