Imran Hasmi: ବକ୍ସ ଅଫିସରେ 'ଆୱାରାପନ୍ ୨'ର ଧମାକା: 'ଏକ୍ ଥା ଟାଇଗର୍'କୁ ଟପି ୨ୟ ଦିନରେ ଭାଙ୍ଗିଲା ରେକର୍ଡ

1 week ago 4
ARTICLE AD BOX

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ହାଶମୀଙ୍କ ନୂଆ ଫିଲ୍ମ 'ଆୱାରାପନ୍ ୨' ବକ୍ସ ଅଫିସରେ ଧମାକାଦାର ପ୍ରଦର୍ଶନ ଜାରି ରଖିଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରଠାରୁ ଦର୍ଶକ ଏବଂ ସମୀକ୍ଷକଙ୍କ ଠାରୁ ଏହାକୁ ବେଶ୍ ଭଲ ପ୍ରତିକ୍ରିୟା ମିଳୁଛି।

ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାରରେ ୫୩.୪% ଅଭିବୃଦ୍ଧି ଦେଖିବାକୁ ମିଳିଛି। ଶନିବାର (ଦ୍ୱିତୀୟ ଦିନ) ଫିଲ୍ମଟି ୩୪.୦୯ କୋଟି ଟଙ୍କାର ବ୍ୟବସାୟ କରିବା ସହ ଭାରତରେ ଏହାର ମୋଟ ନେଟ୍ କଲେକ୍ସନ୍ ୫୭.୪୯ କୋଟି ଟଙ୍କାରେ ପହଞ୍ଚିଛି।

ଇମ୍ରାନ୍ ହାଶମୀଙ୍କ ୩ୟ ସବୁଠାରୁ ଅଧିକ ଆୟକାରୀ ଫିଲ୍ମ
ମାତ୍ର ଦୁଇ ଦିନର ରୋଜଗାର ସହ 'ଆୱାରାପନ୍ ୨', ଇମ୍ରାନ୍ ହାଶମୀଙ୍କ କ୍ୟାରିୟରର ତୃତୀୟ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ (ମୁଖ୍ୟ ଭୂମିକାରେ) ସାବ୍ୟସ୍ତ ହୋଇଛି। ଏହି ମାମଲାରେ ଏହା ଅଜୟ ଦେବଗନ୍‌ଙ୍କ ସହ ଥିବା ତାଙ୍କ ଫିଲ୍ମ 'ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ' (୫୫.୪୭ କୋଟି) ର ରେକର୍ଡ ଭାଙ୍ଗିଛି।

ଆହୁରି ପଢନ୍ତୁ: Health: ରୋଗୀସେବାରେ ଯୋଡ଼ିହେବ ଏକାଧିକ ନୂତନ ବ୍ୟବସ୍ଥା: ଏମ୍‌ସ ଭୁବନେଶ୍ବର

'ଏକ୍ ଥା ଟାଇଗର୍'କୁ ପଛରେ ପକାଇଲା
ସ୍ୱାଧୀନତା ଦିବସ ଅବସରରେ ରିଲିଜ୍ ହୋଇ ବକ୍ସ ଅଫିସରେ ବମ୍ପର କଲେକ୍ସନ୍ କରିବାରେ 'ଆୱାରାପନ୍ ୨' ୫ମ ସ୍ଥାନରେ ରହିଛି। ଏହି କ୍ରମରେ ଏହା ସଲମାନ୍ ଖାନ୍‌ଙ୍କ ହିଟ୍ ଫିଲ୍ମ 'ଏକ୍ ଥା ଟାଇଗର୍' (୩୨.୯୩ କୋଟି) ର ଦିନିକିଆ ରେକର୍ଡକୁ ମଧ୍ୟ ଟପିଯାଇଛି।

ଆହୁରି ପଢନ୍ତୁ: Solar Warriors Honoured ସବୁଜ ଶକ୍ତିର ପ୍ରଗତି ପାଇଁ କାର୍ଯ୍ୟ କରୁଥିବା ସୋଲାର୍ ୱାରିୟର୍ସ ସମ୍ମାନିତ

ଉଲ୍ଲେଖ ଥାଉ କି ଏହି ଫିଲ୍ମରେ ମୁଖ୍ୟ କଳାକାର ଭାବରେ ଇମ୍ରାନ୍ ହାଶମୀ ଏବଂ ଦିଶା ପାଟନୀ ଅଭିନୟ କରିଥିବାବେଳେ ନିତିନ୍ କକ୍କଡ଼ ନିର୍ଦ୍ଦେଶନା ଦେଇଛନ୍ତି | ୨୦୦୭ ମସିହାରେ ଆସିଥିବା ସୁପରହିଟ୍ ଫିଲ୍ମ 'ଆୱାରାପନ୍'ର ଏହା ହେଉଛି ସିକ୍ୱେଲ୍। ରୋମାନ୍ସ ଏବଂ ଜବରଦସ୍ତ ଆକ୍ସନରେ ଭରପୂର ଏହି ଫିଲ୍ମକୁ ଦର୍ଶକ ମନଭରି ଉପଭୋଗ କରୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.