India Poland Relations: ଭାରତକୁ ‘ଆଶାର ଆଲୋକବର୍ତ୍ତିକା’ କହି ପ୍ରଶଂସା କଲେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ

5 days ago 5
ARTICLE AD BOX

ନୂଆଦିଲ୍ଲୀ: ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଆଜି ଭାରତକୁ ‘ଆଶାର ଆଲୋକବର୍ତ୍ତିକା’ କହି ପ୍ରଶଂସା କରିଛନ୍ତି। ଅନ୍ତର୍ଜାତୀୟ ବାଣିଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ପରେ ଟସ୍କ ଭାରତ-ପୋଲାଣ୍ଡ ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ନେଇ ଆଶା ପ୍ରକାଶ କରିଛନ୍ତି।

ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଳିତ ପ୍ରେସ୍‌ ବିବୃତି ଜାରି କରି ଟସ୍କ ରାଜନୈତିକ ଅସ୍ଥିରତା ସମୟରେ ବିଶ୍ୱସ୍ତରରେ ଭାରତର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ‘ପ୍ରଧାନମନ୍ତ୍ରୀ ମହୋଦୟ, ଭାରତ ଭଳି ଏକ ଶକ୍ତିଶାଳୀ ଦେଶରେ ଆପଣଙ୍କ ଭଳି ନେତା ଆମ ସମସ୍ତଙ୍କ ପାଇଁ ଆଶାର ଆଲୋକବର୍ତ୍ତିକା।’ ଭାରତ ଓ ପୋଲାଣ୍ଡ ମଧ୍ୟରେ ଦୃଢ଼ ବିଶ୍ୱାସ ଏବଂ ଅହିଂସା ସମେତ ସମାନ ମୂଲ୍ୟବୋଧ ରହିଥିବା ସେ ଉଲ୍ଲେଖ କରିଥିଲେ। ଦୁଇ ଦେଶ ମଧ୍ୟରେ ଐତିହାସିକ ସଂଘର୍ଷ ନଥିବା କହିବା ସହ ମୋଦୀଙ୍କୁ ନିଜର ବନ୍ଧୁ ବୋଲି ପରିଚୟ ଦେବାରେ ସେ ବ୍ୟକ୍ତିଗତ ଭାବେ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ।

Bus Accident: ହଙ୍ଗେରୀ ହାଇୱେରେ ପୋଲାଣ୍ଡ ବସ୍ ଦୁର୍ଘଟଣାଗ୍ରସ୍ତ: ୧୨ ମୃତ, ୧୦ ଗୁରୁତର

୨୦୨୪ ଅଗଷ୍ଟରେ ମୋଦୀଙ୍କ ୱାର୍ସ ଗସ୍ତ ସମୟରେ ସ୍ଥାପିତ ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ନେଇ ଦୁଇ ନେତା ଆଲୋଚନା କରିଥିଲେ। ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଇ ଟସ୍କ କହିଥିଲେ ଯେ ତାଙ୍କ ପ୍ରତିନିଧିମଣ୍ଡଳରେ ବହୁ ସଂଖ୍ୟକ ପୋଲାଣ୍ଡ କମ୍ପାନିର ପ୍ରତିନିଧି ସାମିଲ ହୋଇଛନ୍ତି। ଭାରତ-ପୋଲାଣ୍ଡ ସମ୍ପର୍କ ଇତିହାସରେ ଏହା ସବୁଠାରୁ ବଡ଼ ପ୍ରତିନିଧିମଣ୍ଡଳ ବୋଲି ସେ କହିଥିଲେ। ଖଣି ଖନନ ଓ ଜାହାଜ ନିର୍ମାଣ ଭଳି ପାରମ୍ପରିକ କ୍ଷେତ୍ର ସହ ମହାକାଶ ପ୍ରଯୁକ୍ତିବିଦ୍ୟା, ଡିଜିଟାଲକରଣ, ଉପଗ୍ରହ ଓ ଡ୍ରୋନ୍‌ ସମେତ ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀ କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ଉଚ୍ଚାଭିଳାଷୀ ସହଯୋଗ ପାଇଁ ଯୋଜନା କରୁଛନ୍ତି। ଏହି ସହଯୋଗ ଉଭୟ ଦେଶ ସହ ସମଗ୍ର ବିଶ୍ୱକୁ ଲାଭ ପହଞ୍ଚାଇବ ବୋଲି ଟସ୍କ ମତ ଦେଇଥିଲେ। ଏଥିସହ ଜି-୨୦ ଭଳି ଅନ୍ତର୍ଜାତୀୟ ମଞ୍ଚରେ ପରସ୍ପରକୁ ସମର୍ଥନ ଜରିଆରେ ଏହି ସହଭାଗିତା ବିଶ୍ୱସ୍ତରରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.