India's Alcohol Spend Surpassed Jewellery: ଏବେ ଗହଣା କିଣା ଠାରୁ ମଦ ପିଇବାରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ

1 month ago 12
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟମାନେ ଏବେ ଗହଣା କିଣିବାଠାରୁ ମଦ ପିଇବାରେ ଅଧିକ ଖର୍ଚ୍ଚ କରୁଛନ୍ତି। ପୂର୍ବରୁ ସେମାନେ ଅଧିକ ଖର୍ଚ୍ଚ ଗହଣା କିଣିବାରେ କରୁଥିଲେ। କାରଣ ଭାରତରେ ସୁନାର ସାଂସ୍କୃତିକ ମହତ୍ବ ରହିଛି ଓ ତାହାର ଏକ ମୂଲ୍ୟବାନ ଧାତୁ ଭାବେ ମଧ୍ୟ ପରିଚିତ। କିନ୍ତୁ ବର୍ତ୍ତମାନ ସେହି ଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି ବୋଲି ୟୁନିଫାଇ କ୍ୟାପିଟାଲ୍‌ର ସହ ପ୍ରତିଷ୍ଠାତା କୁଶାଲ ଲୋଧା କହିଛନ୍ତି। କମ୍ପାନିର ଅନ୍ୟତମ ପ୍ରତିଷ୍ଠାତା ଜି ମାରନ ଜଣାଇଛନ୍ତି ଯେ ଭାରତରେ ବର୍ଷକୁ ପ୍ରାୟ ୬୦୦୦ କୋଟି ଡଲାର ମୂଲ୍ୟର ଗହଣା ବିକ୍ରି ହୋଇଥାଏ। ୨୦୨୫ରେ ତାଠାରୁ ଅଧିକ ମଲ୍ୟର ମଦ ବିକ୍ରି ହୋଇଥିଲା।

ପଣା ରୂପକ ଅମୃତକୁ ପାନ କରାଇ ଶରୀରୀ ଓ ଅଶରୀରୀଙ୍କୁ ତୋଷ କରାଇବେ ମହାପ୍ରଭୁ

ଏହି ପରିବର୍ତ୍ତନ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବ୍ୟାପକ ରହିଛି। କେବଳ ଦକ୍ଷିଣ ଭାରତୀୟମାନେ ମଦରେ ଯେତିକି ଖର୍ଚ୍ଚ କରିଥିଲେ ତାହା ଦେଶର ଅନ୍ୟ ତିନି ଭାଗରେ ଥିବା ରାଜ୍ୟଗୁଡ଼ିକର ମୋଟ ଖର୍ଚ୍ଚଠାରୁ ମଧ୍ୟ ଅଧିକ। ସେଥିପାଇଁ ଦକ୍ଷିଣ ଭାରତ ମଦର ସବୁଠୁ ବଡ଼ ବଜାର ହୋଇରହିଛି।ଲୋକମାନଙ୍କ ଖର୍ଚ୍ଚରେ ହୋଇଥିବା ପରିବର୍ତ୍ତନରୁ ଏହା ଜଣାପଡ଼ୁଛି ଯେ ଲୋକମାନେ କେବଳ ବିବାହ କିମ୍ବା ଉତ୍ସବ ସମୟ ପାଇଁ ସୁନାରେ ନିବେଶ କରିବାରେ ସୀମିତ ରହୁନାହାନ୍ତି। ମଦରେ ଅଧିକ ଖର୍ଚ୍ଚ ହେଉଥିବାର ଅର୍ଥ ହେଉଛି ସେମାନେ ଚିତ୍ତବିନୋଦନ, ସାମାଜିକ ଓ ଅନୁଭୂତି ବଢ଼ାଇବା ପାଇଁ ଖର୍ଚ୍ଚ କରିବାକୁ ମଧ୍ୟ ଚାହୁଛନ୍ତି। ଆୟରେ ବୃଦ୍ଧି, ସହରୀକରଣ ଓ ମଦକୁ ନେଇ ରହିଥିବା ସାମାଜିକ ଧାରଣା ବଦଳୁଥିବାରୁ ଲୋକମାନେ ଏଥିରେ ନିବେଶ ବଢ଼ାଇଛନ୍ତି। ଅଧିକ ମଦ ବିକ୍ରି ହେବା ସହ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ରାଜକୋଷକୁ ଅଧିକ ଟିକସ ମଧ୍ୟ ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.