India vs New Zealand: ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟ୍ବେଣ୍ଟି-୨୦ର ସବୁ ଟିକେଟ ଶେଷ

1 hour ago 1
ARTICLE AD BOX

ଅକ୍‌ଲାଣ୍ଡ: ସ୍ଥାନୀୟ ଏଡେନ୍‌ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଥିବା ଚତୁର୍ଥ ‌‌ଟ୍ବେଣ୍ଟି-୨୦ ମ୍ୟାଚ୍‌ର ସମସ୍ତ ଟିକେଟ୍‌ ବିକ୍ରି ହୋଇଯାଇଛି। ଫଳରେ ଷ୍ଟାଡିୟମ୍‌ରେ ପ୍ରାୟ ୪୦,୦୦୦ ଦର୍ଶକ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ଯାହା ଇଡେନ୍ ପାର୍କରେ ଅନ୍ତର୍ଜାତୀୟ କ୍ରିକେଟ୍‌ର ମ୍ୟାଚ୍‌ ବେଳେ ଦର୍ଶକ ଉପସ୍ଥିତିରେ ତୃତୀୟ ସର୍ବାଧିକ ରେକର୍ଡ ହେବ।

ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ଦ୍ବିପାକ୍ଷିକ ଶୃଙ୍ଖଳାରେ କିନ୍ତୁ ଏହା ରେକର୍ଡ କରିବ। ପୂର୍ବରୁ ୨୦୧୯ରେ ଭାରତ-ନ୍ୟୁଜିଲାଣ୍ଡ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ରେ ଇଡେନ୍‌ ପାର୍କରେ ୩୬, ୫୨୩ ଜଣ ଦର୍ଶକ ଉପସ୍ଥିତ ଥିଲେ।

୧ଲକ୍ଷ ୨୬ହଜାର ଟିକେଟ ବିକ୍ରି

ହେଲେ ଇଡେନ୍ ପାର୍କରେ ଏହାଠାରୁ ଅଧିକ ଦର୍ଶକ ଉପସ୍ଥିତି କେବଳ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ସେଗୁଡ଼ିକ ହେଲା ୨୦୧୫ରେ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ସେମିଫାଇନାଲ୍‌ (୪୧ ହଜାର) ଏବଂ ୧୯୮୨ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ (୪୨ ହଜାର)। ଭାରତ ଜିତିଥିବା ପ୍ରଥମ ୩ ମ୍ୟାଚ୍‌ରେ ମଧ୍ୟ ଷ୍ଟାଡିୟମ୍‌ ଭରପୂର ଥିଲା। ଭାରତର ନ୍ୟୁଜିଲାଣ୍ଡ ଗସ୍ତର ସମସ୍ତ ମ୍ୟାଚ୍‌ ପାଇଁ ଏପର୍ଯ୍ୟନ୍ତ ୧ଲକ୍ଷ ୨୬ହଜାର ଟିକେଟ ବିକ୍ରି ହୋଇଥିଛି। ଏଥିରେ ଟ୍ବେଣ୍ଟି-୨୦ ଶୃଙ୍ଖଳାର ୭୧ ହଜାର ଟିକେଟ ରହିଛି। ସଂପ୍ରତି ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳା‌ରେ ଭାରତ ୩-୦ରେ ଆଗରେ ରହିଛି।

Israel Election: ନେତାନ୍ୟାହୁଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ: ଇସ୍ରାଏଲ୍ ନିର୍ବାଚନରେ ବିରୋଧୀଙ୍କ କଡ଼ା ଟକ୍କର

Read Entire Article
LEFT SIDEBAR AD

Hidden in mobile, Best for skyscrapers.