ARTICLE AD BOX
ଗାଲେ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଖେଳାଯାଉଛି। ଏହି ମୁକାବିଲାର ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୯ ୱିକେଟ୍ ହରାଇ ୪୬୦ ରନ୍ କରିଛି। କୁଲଦୀପ ଯାଦବ ୧୨ ଏବଂ ପ୍ରସିଦ୍ଧ କୃଷ୍ଣା ୧ ରନ୍ କରି ଅପରାଜିତ ଅଛନ୍ତି। ବର୍ଷା ପ୍ରଭାବିତ ମ୍ୟାଚ୍ର ଦ୍ବିତୀୟ ଦିନରେ କେବଳ ୪୩ ଓଭର ଖେଳାଯାଇ ପାରିଥିଲା।
ଏହି ମୁକାବିଲାରେ ଭାରତୀୟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ୍ ଏହି ମ୍ୟାଚ୍ରେ ୩ଜଣ ସ୍ପିନର ଏବଂ ଦୁଇ ଜଣ ଦ୍ରୁତବୋଲରଙ୍କୁ ସାମିଲ କରିଛି। ଶ୍ରୀଲଙ୍କା ପକ୍ଷରୁ କେଶର ନୁୱାଥା ନିଜର ଟେଷ୍ଟ ପଦାର୍ପଣ କରିଛନ୍ତି।
Cricket: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଜିତିବ ଆଫଗାନିସ୍ତାନର ପ୍ରସ୍ତାବ!

1 week ago
6


