India won: ଭାରତ ୧-୦ରେ ଶୃଙ୍ଖଳା ଜିତିଲା: ଶ୍ରୀଲଙ୍କାକୁ ବଞ୍ଚାଇ‌ଲେ ସୋନାଲ, କଲମ୍ବୋ ଟେଷ୍ଟ ଡ୍ର’

1 hour ago 1
ARTICLE AD BOX

କଲମ୍ବୋ: କଲମ୍ବୋ ଟେଷ୍ଟରେ ବିଜୟର ଦ୍ବାର ଦେଶରେ ଥାଇ ମଧ୍ୟ ବିଜୟ ହାସଲ କରିବାରେ ବିଫଳ ହୋଇଛି ଭାରତୀୟ ଦଳ। ସୋନାଲ ଦିନୁଶାଙ୍କ ଅପରାଜିତ ଶତକ ମାଧ୍ୟମରେ ଏହି ଟେଷ୍ଟକୁ ଡ୍ର’ କରିବାରେ ସଫଳ ହୋଇଛି ଶ୍ରୀଲଙ୍କା। ଏହା ସହିତ ମୂଳପୋଛ ସୁଯୋଗ ହରାଇ ଭାରତ ଏହି ଶୃଙ୍ଖଳାକୁ ୧-୦ରେ ଜିତିନେଇଛି। ପଞ୍ଚମ ଦିନ ତମାମ ଲାଗି ମଧ୍ୟ ଫଲୋଅନ ଖେଳୁଥିବା ଶ୍ରୀଲଙ୍କାର ଅବଶିଷ୍ଟ ୪ ୱିକେଟ୍‌ ଝାଡ଼ି ନପାରିବା ଭାରତୀୟ ବୋଲରଙ୍କ ୱିକେଟ୍‌ ନେବା ଦକ୍ଷତା ଏବଂ ଏକାଗ୍ରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିଭଳି ଏହି ଟେଷ୍ଟ ଡ୍ର’ ହେବା ଭାରତର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଅଭିଯାନରେ ପ୍ରଶ୍ନଚିହ୍ନ ଲଗାଇଛି।

Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା

ଡବ୍ଲୁଟିସି ମାନ୍ୟତା : ପଞ୍ଚମରେ ରହିଲା ଭାରତ
କଲମ୍ବୋ ଟେଷ୍ଟ ଡ୍ର’ ହେବା ପରେ ଭାରତର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ରାସ୍ତା କଷ୍ଟକର ହୋଇଯାଇଛି। ଏହି ଡ୍ର’ ଫଳରେ ଭାରତ ୪ ପଏଣ୍ଟ ପାଇଛି। ଦଳର ମୋଟ ପଏଣ୍ଟ ୬୮ରେ ପହଞ୍ଚିଛି। କିନ୍ତୁ ପଏଣ୍ଟ ପ୍ରତିଶତ ୫୧.୫୨କୁ ହ୍ରାସ ପାଇଛି। ଫଳରେ ଭାରତ ୧୧ ମ୍ୟାଚ୍‌ରୁ ୫ ବିଜୟ ସହ ପଞ୍ଚମ ସ୍ଥାନ ବଜାୟ ରହିଛି। ବାଂଲାଦେଶ ୫୫.୫୬ ପଏଣ୍ଟ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ୬ ଟେଷ୍ଟରୁ ଏକ ମାତ୍ର ବିଜୟ ହାସଲ କରିଥିବା ଶ୍ରୀଲଙ୍କା ୩୩.୩୩ ପଏଣ୍ଟ ପ୍ରତିଶତ ସହ ଷଷ୍ଠ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୧୦ ଟେଷ୍ଟରୁ ୮ ବିଜୟ ହାସଲ କରି ତାଲିକାର ଶୀର୍ଷରେ ରହିଛି। ଦଳର ପଏଣ୍ଟ ପ୍ରତିଶତ ୮୦ ରହିଛି। ଦ୍ବିତୀୟ ସ୍ଥାନରେ ବର୍ତ୍ତମାନର ଚାମ୍ପିଅନ ଦକ୍ଷିଣ ଆଫ୍ରିକା ରହିଛି। ଏହି ଦଳ ୪ ମ୍ୟାଚରୁ ୩ ବିଜୟ ସହ ୭୫ ପଏଣ୍ଟ୍ ପ୍ରତିଶତ ହାସଲ କରିଛି। ୬ ମ୍ୟାଚ୍‌ରୁ ୪ ବିଜୟ ସହ ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଛି। ବର୍ତ୍ତମାନର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଚକ୍ରରେ ଭାରତ ହାତରେ ଏବେ ୭ଟି ଟେଷ୍ଟ ରହିଛି। ଫାଇନାଲକୁ ଯିବାକୁ ହେଲେ ସେଥିରୁ ଭାରତକୁ ଅତି କମ୍‌ରେ ୫ରେ ବିଜୟ ହାସଲ କରିବାକୁ ହେବ।

Bank account: ପିଏମ୍‌ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୨୨୯ରେ ୬ ୱିକେଟ୍‌ ହରାଇ ନିଶ୍ଚିତ ପରାଜୟ ଆଡ଼କୁ ଗତି କରୁଥିଲା। ଲାଗୁଥିଲା ପଞ୍ଚମ ଦିନରେ ଭାରତର ବିଜୟ ଏକ ଔପଚାରିକତା ମାତ୍ର ରହିଯାଇଛି। କିନ୍ତୁ ଭାରତର ସବୁ ଯୋଜନାକୁ ପଣ୍ଡ କରିଦେଇଥିଲେ ସୋନାଲ ଦିନୁଶା ଓ କେଶରା ନୁୱାନ୍ଥା। ପ୍ରଥମ ପାଳିରେ ଶତକ ଅର୍ଜନ କରିଥିବା ଦିନୁଶା ଦ୍ବିତୀୟ ପାଳିରେ ବି ଏକ ପ୍ରାଚୀର ସଦୃଶ ଛିଡ଼ା ହୋଇ ଶ୍ରୀଲଙ୍କାକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଥିଲେ। ଭାରତୀୟ ବୋଲରମାନେ ଶ୍ରୀଲଙ୍କାର ଏହି ପ୍ରାଚୀରକୁ ଭେଦ କରିବାରେ ବିଫଳ ହୋଇଥିଲେ। ଗତକାଲି ସୋନାଲ ୭ ରନ୍‌ ଓ ନୁୱାନ୍ଥା ୩ ରନ୍‌ରେ ଅପରାଜିତ ଥିଲେ। ପଞ୍ଚମ ଦିନରେ ଉଭୟ ଭାରତର ପେସ୍‌ ଓ ସ୍ପିନ ଆକ୍ରମଣର ସଫଳ ମୁକାବିଲା କରି ପ୍ରାୟ ୨୩ ଓଭର ଛିଡ଼ା ହେବା ସହ ୫୭ ରନ୍‌ର ଭାଗୀଦାର କରିଥିଲେ। ତେବେ ନୁୱାନ୍ଥା (୪୬)ଙ୍କୁ ଆଉଟ କରି ମାନବ ସୂଥାର ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। ଏହା ପରେ ଶ୍ରୀଲଙ୍କାର ନବମ ସ୍ଥାନରେ ଆସିଥିବା ପ୍ରବଥ ଜୟସୂରିୟାଙ୍କୁ ମାତ୍ର ୨ ରନ୍‌ରେ ରବୀନ୍ଦ୍ର ଜାଡ଼େଜା ପ୍ୟାଭିଲିୟନ ଫେରାଇ ଭାରତୀୟ ବିଜୟ ସମ୍ଭାବନାକୁ ବୃଦ୍ଧି କରିଥିଲେ।  କିନ୍ତୁ ଦଶମ ସ୍ଥାନରେ ଆସିଥିବା ଲାହିରୁ କୁମାରା ଭାରତର ଏହି ଆଶାକୁ ନିରାଶାରେ ପରିଣତ କରିଦେଇଥିଲେ। ସେ ଭାରତୀୟ ଆକ୍ରମଣର ସଫଳ ମୁକାବିଲା କରିବା ସହ ପ୍ରାୟ ୯୦ ବଲ୍‌ ଖେଳି ଦିନୁଶାଙ୍କୁ ଉପଯୁକ୍ତ ସହଯୋଗ ପ୍ରଦାନ କରିଥିଲେ। ଶ୍ରୀଲଙ୍କା ନିଜର ଦ୍ବିତୀୟ ପାଳିରେ ୯ ୱିକେଟ୍‌ ହରାଇ ୪୨୯ ରନ୍‌ କରି ପାଳି ଘୋଷଣା କରିବା ପରେ ମ୍ୟାଚ୍‌ ଡ୍ର’ ହୋଇଥିଲା। ଶୃଙ୍ଖଳାରେ ତିନିଟି ଶତକ ହାସଲ କରିଥିବା ଶ୍ରୀଲଙ୍କାର ନୂଆ ନାୟକ ଦିନୁଶା ୪୨୬ ବଲ୍‌ର ମାରାଥନ ପାଳି ଖେଳି ୧୩୩ ରନ୍‌ରେ ଅପରାଜିତ ଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ଓ ମାନବ ସୂଥାର ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ପ୍ରସିଦ୍ଧ କୃଷ୍ଣ, ସାରାଂଶ ଜୈନ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଦୁଇ ପାଳିରେ ଶତକ ଅର୍ଜନ କରିଥିବା ଦିନୁଶାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଦେବଦତ୍ତ ପଡ଼ିକଲଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। 

ଗମ୍ଭୀରଙ୍କ ପ୍ରଥମ ବିଦେଶ ଶୃଙ୍ଖଳା ବିଜୟ
କଲମ୍ବୋ ଟେଷ୍ଟ ବିଜୟ ହାତଛଡ଼ା କରିବା ଭାରତର ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଅଭିଯାନକୁ ଲାଇନଚ୍ୟୁତ କରିପାରେ। ହେଲେ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ବିଦେଶ ମାଟିରେ ପ୍ରଥମ ଟେଷ୍ଟ ଶୃଙ୍ଖଳା ଜିତିବା ଭାରତୀୟ ଦଳ ପାଇଁ ଆଶ୍ବସ୍ତିକର ଖବର ହୋଇଛି। ଭାରତୀୟ ଦଳର ଦାୟିତ୍ବ ନେବାର ଦୁଇବର୍ଷ ପରେ ଗମ୍ଭୀରଙ୍କୁ ବ୍ୟକ୍ତିଗତ ଭାବେ ଏହି ସଫଳତା ମିଳିଛି। ତାଙ୍କ ପ୍ରଶିକ୍ଷଣରେ ଭାରତ ୨୦୨୪-୨୫ର ବର୍ଡର ଗାଭାସ୍କର ଟ୍ରଫି ଲାଗି ଅଷ୍ଟ୍ରେଲିଆ ଗସ୍ତ କରି ପରାଜିତ ହୋଇଥିଲା। ପୁଣି ଇଂଲଣ୍ଡ ଗସ୍ତ ଶୃଙ୍ଖଳାକୁ ୨-୨ରେ ଅମୀମାଂସିତ ରଖିଥିଲା।

Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି-୫୦୩/୯ (ଘୋଷଣା)। ଶ୍ରୀଲଙ୍କା ପ୍ରଥମ ପାଳି-୮୯.୪ ଓଭରରେ ୨୯୦/୧୦ (ସୋନାଲ ଦିନୁଶା ୧୦୩, ପସିନ୍ଦୁ ସୂରିୟାବନ୍ଦରା ୮୦, କାମିନ୍ଦୁ ମେଣ୍ଡିସ ୩୨, ପ୍ରସିଦ୍ଧ କ୍ରିଷ୍ଣା ୩/୫୨, ମାନବ ସୂଥାର ୩/୮୫, ସାରାଂଶ ଜୈନ ୨/୬୯)। ଶ୍ରୀଲଙ୍କା ଦ୍ବିତୀୟ ପାଳି (ଫଲୋଅନ)-୧୫୪ ଓଭରରେ ୪୨୯/୬, ଘୋଷଣା (ସୋନାଲ ଦିନୁଶା ୧୩୩*, ପସିନ୍ଦୁ ସୂରିୟାବନ୍ଦରା ୯୨, କାମିନ୍ଦୁ ମେଣ୍ଡିସ ୫୫, କେଶରା ନୁୱାନ୍ଥା ୪୬, ରବୀନ୍ଦ୍ର ଜାଡ଼େଜା ୩/୯୪, ମାନବ ସୂଥାର ୩/୧୨୧, ପ୍ରସିଦ୍ଧ କ୍ରିଷ୍ଣା ୧/୫୭, ମହମ୍ମଦ ସିରାଜ ୧/୨୬, ସାରାଂଶ ଜୈନ ୧/୯୮)।

Read Entire Article
LEFT SIDEBAR AD

Hidden in mobile, Best for skyscrapers.