ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲାର ଇତିହାସ ଓ ସ୍ୱାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ବ୍ରିଟଶ ସରକାର ଅମଳର ଇନ୍ଦ୍ରାବତୀ ନଦୀ ଉପରେ ଥିବା ଲୁହା ବ୍ରିଜ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। ବ୍ରିଟିଶ ଶାସନ ସମୟରେ ନିର୍ମିତ ଏହି ଐତିହ୍ୟ ସମ୍ପନ୍ନ ବ୍ରିଜର ସଂରକ୍ଷଣ ଓ ପୁନରୁଦ୍ଧାର ଦାବିରେ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ଓ ବୁଦ୍ଧିଜୀବୀମାନେ ସ୍ୱର ଉଠାଇଛନ୍ତି।
ୟୁନାଇଟେଡ କିଙ୍ଗଡମର ଲିଭରପୁଲ ସହରରେ ସ୍ଥାପନା ହୋଇଥିବା ଲୁହା ନିର୍ମାଣ ସାମଗ୍ରୀ, ଫେନ୍ସିଂ, ରେଲୱେ ଉପକରଣ ଓ ଅନ୍ୟାନ୍ୟ ଶିଳ୍ପଜାତ ଦ୍ରବ୍ୟ ତିଆରି କରୁଥିବା ଫ୍ରାନସିସ୍ ମୋର୍ଟନ ଏଣ୍ଡ କୋ ନାମକ ଏକ କମ୍ପାନି ୧୯୦୯ ମସିହାରେ ଏହି ବ୍ରିଜ ନିର୍ମାଣ କରିଥିବା ଲିପିବଦ୍ଧ ରହିଥିବା ଦେଖିବାକୁ ମିଳିଛି। ୧୯୦୯ ମସିହାରେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ବ୍ରିଜ ଅଞ୍ଚଳର ଯୋଗାଯୋଗ ଓ ବିଭିନ୍ନ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲା।
ମହତ୍ ଉଦ୍ଦେଶ୍ୟରେ ନିର୍ମାଣ
ଏହି ବ୍ରିଜ ପଡୋଶୀ କୋରାପୁଟ ଜିଲ୍ଲାକୁ ସଂଯୋଗ କରୁଥିବାରୁ ତତ୍କାଳୀନ ଇଂରେଜ ସରକାର ତରଫରୁ ଗମନାଗମନର, ବାଣିଜ୍ୟକୁ ଦୃଷ୍ଟି ରଖି ତଥା ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କୁ କୋରାପୁଟ ଜେଲକୁ ସ୍ଥାନାନ୍ତର ଉଦ୍ଦେଶ୍ୟ ନେଇ ଏହି ବ୍ରିଜ ତିଆରି ହୋଇଥିଲା। ହେଲେ ସମୟ ସହିତ ଏହି ଐତିହ୍ୟର ପ୍ରତୀକ ଆଜି ଜରାଜୀର୍ଣ୍ଣ ହୋଇପଡ଼ିଛି। ବ୍ରିଜର ଲୁହା ଅଂଶରେ କଳଙ୍କି ଲାଗିଥିବା ବେଳେ ବିଭିନ୍ନ ସ୍ଥାନରେ ଖାଲ ଖମା ରେ ଭରି ରହିଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି।
/filters:format(webp)/sambad/media/media_files/2026/11/04/ngp-bridge-3-2026-11-04-20-44-51.jpg)
ଅସ୍ତିତ୍ୱ ହରାଇବାକୁ ବସିଛି
ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏହି ଐତିହାସିକ ସମ୍ପଦ ଧୀରେ ଧୀରେ ତାର ଅସ୍ତିତ୍ୱ ହରାଇବାକୁ ବସିଛି। ଭବିଷ୍ୟତ ପିଢ଼ି କେବଳ କାହାଣୀ ରେ ନୁହଁ ବରଂ ତଥ୍ୟ ଭିତ୍ତିକ ପ୍ରମାଣ ରେ ବିଶ୍ୱାସ ରଖୁଥିବାରୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ରେ ନବରଙ୍ଗପୁର ଜିଲ୍ଲାର ଭୂମିକା ଅବଗତ କରାଇବା ନିମନ୍ତେ ଏହାର ସଂଗ୍ରକ୍ଷଣ ନିହାତି ଆବଶ୍ୟକ ବୋଲି ସ୍ୱାଧୀନତା ସଂଗ୍ରାମୀଙ୍କ ଦୟାଦ ରିକି ତ୍ରିପାଠୀ, ଭିକି ତ୍ରିପାଠୀ, ସିରାଜଉଦ୍ଦିନ ଅହମ୍ମଦ, ମୁନ୍ନା ତ୍ରିପାଠୀ କହିଛନ୍ତି। ଏଭଳି କି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ସଦାଶିବ ତ୍ରିପାଠୀଙ୍କ ଦାୟଦ ମାନେ ରିକି , ଭିକି ଓ କାମିନୀ ତ୍ରିପାଠୀ ଭେଟି ଏହି ବ୍ରିଜର ପୁନଃରୁଦ୍ଧାର ପାଇଁ ଦାବି ଉପସ୍ଥାପନ କରିଥିଲେ।
/filters:format(webp)/sambad/media/media_files/2026/11/04/ngp-bridge-5-2026-11-04-20-45-04.jpg)
Indravati Dam: ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପରୁ ମିଳୁନି ପାଣି: ଉପରମୁଣ୍ଡ ଶସ୍ୟଶ୍ୟାମଳା, ତଳମୁଣ୍ଡ ପଡ଼ିଆ
ନବରଂଗପୁର ଜିଲ୍ଲାର ଗୌରବମୟ ଇତିହାସ
ଏହି ବ୍ରିଜ କେବଳ ଏକ ପୁରୁଣା ନିର୍ମାଣ ନୁହେଁ, ବରଂ ଜିଲ୍ଲାର ଗୌରବମୟ ଇତିହାସ ସହ ଜଡ଼ିତ ଏକ ଐତିହ୍ୟ। ତେଣୁ ଏହାକୁ ଐତିହ୍ୟ ସମ୍ପଦ ଭାବେ ସଂରକ୍ଷଣ କରି ପୁନରୁଦ୍ଧାର କରିବା ସହ ନୂଆ ପିଢ଼ିକୁ ଏହାର ଇତିହାସ ସହ ପରିଚିତ କରାଇବାକୁ ଦାବି କରିଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ଓ ବୁଦ୍ଧିଜୀବୀ।ଅନ୍ୟପଟେ ସରକାର ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ପ୍ରତ୍ୟେକ ସ୍ମାରକୀ ର ସଂଗ୍ରକ୍ଷଣ ପାଇଁ ଯତ୍ନବାନ ଅଛନ୍ତି । ଇଂରେଜ ଅମଳର ଏହି ଐତିହାସିକ ବ୍ରିଜର ଗୁରୁତ୍ୱକୁ ସରକାର ଅବଗତ ଅଛନ୍ତି। ଏହାର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ଏବଂ ସମ୍ପୃକ୍ତ ବିଭାଗ ସହ ଆଲୋଚନା ଚାଲିଥିବା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ପ୍ରକାଶ କରିଛନ୍ତି ।ଇତିହାସର ମୁକସାକ୍ଷୀ ପାଲଟିଥିବାରୁ ଏହାକୁ ଜାତୀୟ ସ୍ମାରକୀ ମାନ୍ୟତା ଘୋଷଣା କରାଯାଉ ବୋଲି ଜିଲ୍ଲାଓକିଲ ସଂଘ ସଭାପତି ସନ୍ତୋଷ ମିଶ୍ର ଦାବି କରିଛନ୍ତି।
/filters:format(webp)/sambad/media/media_files/2026/11/04/ngp-bridge-2-2026-11-04-20-45-20.jpg)

1 hour ago
1


