ARTICLE AD BOX
ଶ୍ରୀନଗର: ଜମ୍ମୁ-କାଶ୍ମୀର ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର। ବୁଧବାର ପ୍ରଥମ ଥର ପାଇଁ ଶ୍ରୀନଗର ଗସ୍ତରେ ଆସିଥିବା ଗୋର ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ସାକ୍ଷାତ୍ କରିଥିଲେ। ଏହି ସାକ୍ଷାତ୍ ପରେ ସେ ଆମେରିକାର ଜମ୍ମୁ-କାଶ୍ମୀର ସମ୍ପର୍କିତ ଯାତ୍ରା ପରାମର୍ଶକୁ ପୁନର୍ବିଚାର କରାଯାଇପାରେ ବୋଲି ସଙ୍କେତ ଦେଇଛନ୍ତି।
ଆହୁରି ପଢନ୍ତୁ :Mega Project Reviewed ଏସ୍ସିବି ମେଡିକାଲ ଓ ରାଉରକେଲା ହନୁମାନ ବାଟିକା ପ୍ରକଳ୍ପ ପୁନଃବିକାଶ ସମୀକ୍ଷା
ଗୋର କହିଛନ୍ତି, ଜମ୍ମୁ-କାଶ୍ମୀର ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଅଞ୍ଚଳର ବର୍ତ୍ତମାନ ସ୍ଥିତିକୁ ନେଇ ଆମେରିକା ନଜର ରଖିଛି। ଏହାକୁ ଆଧାର କରି ଆମେରିକା ନିଜର ଯାତ୍ରା ପରାମର୍ଶରେ ପରିବର୍ତ୍ତନ ଆଣିବା ନେଇ ବିଚାର କରିବ ବୋଲି ସେ କହିଛନ୍ତି। ଏହି ବିବୃତି ଭାରତ-ଆମେରିକା ସମ୍ପର୍କ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ବ ବହନ କରୁଛି। ଶ୍ରୀନଗର ଗସ୍ତ ସମୟରେ ଗୋର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ଆଲୋଚନା କରିଥିଲେ।
ଆହୁରି ପଢନ୍ତୁ :Iqbal Treatment: ଯନ୍ତ୍ରଣାରୁ ମୁକ୍ତି ପାଇବ ଇକବାଲ! ଚିକିତ୍ସା ପାଇଁ ହାତ ବଢାଇଲେ ଅନନ୍ତ ଅମ୍ବାନି
ଏହା ଗୋରଙ୍କ ଭାରତରେ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ନେବା ପରେ ଜମ୍ମୁ-କାଶ୍ମୀରକୁ ପ୍ରଥମ ଗସ୍ତ। ତାଙ୍କ ଗସ୍ତକୁ ନେଇ ଅଞ୍ଚଳର ସୁରକ୍ଷା ସ୍ଥିତି, ପର୍ଯ୍ୟଟନ ଓ ଆମେରିକାର ଯାତ୍ରା ପରାମର୍ଶ ନେଇ ଆଲୋଚନା ଗୁରୁତ୍ବ ପାଇଛି। ବର୍ତ୍ତମାନ ଜମ୍ମୁ-କାଶ୍ମୀର ସମ୍ପର୍କରେ ଆମେରିକାର ଯାତ୍ରା ପରାମର୍ଶରେ ନାଗରିକଙ୍କୁ ସୁରକ୍ଷା ଦୃଷ୍ଟିରୁ ସତର୍କ ରହିବାକୁ କୁହାଯାଇଛି।

1 week ago
5


