Jio: ପ୍ରଥମ ଦିନରେ ଜିଓ ଆଇପିଓ ସବ୍‌ସ୍କ୍ରିପ୍‌ସନ୍‌ ୩ ଗୁଣ

6 days ago 3
ARTICLE AD BOX

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ୩୦,୨୧୩ କୋଟି ଟଙ୍କାର ଜିଓ ଆଇପିଓକୁ ନିବେଶକମାନେ ଭରପୂର ସମର୍ଥନ ଦେଇଛନ୍ତି। ବୁଧବାର ସକାଳେ ଖୋଲିଥିବା ଜିଓ ପ୍ଲାଟଫର୍ମସର ଆଇପିଓ ମାତ୍ର ୧୦୦ ମିନିଟ୍ ମଧ୍ୟରେ ୧୦୦ ପ୍ରତିଶତ ସବସ୍କ୍ରାଇବ୍ ହୋଇଯାଇଥିଲା। ଜିଓ ଆଇପିଓ ଖୋଲିବାର ପ୍ରଥମ ଦିନରେ ସନ୍ଧ୍ୟା ସୁଦ୍ଧା ୩ ଗୁଣ ବା ୩୦୦ ପ୍ରତିଶତରୁ ଅଧିକ ସବସ୍କ୍ରାଇବ୍ ହୋଇସାରିଛି। ବଡ଼ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ଙ୍କ ପାଇଁ ଉଦ୍ଦିଷ୍ଟ ଅଂଶ ୯ ଗୁଣ ସବସ୍କ୍ରାଇବ୍ ହୋଇଥିଲା। ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ୨୯.୨୧ ଲକ୍ଷରୁ ଅଧିକ ଆବେଦନ ମିଳିଛି। ନିବେଶ ପାଇଁ ଜିଓ ଆଇପିଓ ଅକ୍ଟୋବର ୨୩ ପର୍ଯ୍ୟନ୍ତ ଖୋଲା ରହିବ।

ଜିଓ ଆଇପିଓ ପ୍ରତି ନିବେଶକଙ୍କ ଉତ୍ସାହର ଝଲକ ପୂର୍ବରୁ ହିଁ ଦେଖିବାକୁ ମିଳିଥିଲା। ଆଙ୍କର ନିବେଶକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାୟ ୮,୧୧୦ କୋଟି ଟଙ୍କାର ସେୟାର ତୁଳନାରେ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଡ୍ ମିଳିଥିଲା। ଏହି ବର୍ଗରେ ଚାହିଦା ୩୦ ଗୁଣରୁ ଅଧିକ ଥିଲା। ଏଥିରେ ସର୍ବାଧିକ ଆବଣ୍ଟନ ଏଲ୍‌ଆଇସିକୁ ମିଳିଥିଲା ଯାହାର ମୂଲ୍ୟ ପ୍ରାୟ ୫୦୦ କୋଟି ଟଙ୍କା ଥିଲା। ଜିଓ ଆଇପିଓ ଆକାର ଦୃଷ୍ଟିରୁ ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ପୂର୍ବରୁ ହୁଣ୍ଡାଇ ମୋଟର ଇଣ୍ଡିଆର ଆଇପିଓ ଦେଶର ସବୁଠାରୁ ବଡ଼ ଆଇପିଓ ଥିଲା ଯାହାର ଆକାର ୨୭,୮୭୦ କୋଟି ଟଙ୍କା ଥିଲା। ଜିଓ ଆଇପିଓ ପାଇଁ ପ୍ରତି ସେୟାର ପିଛାର ମୂଲ୍ୟ ୧,୦୬୫ ଟଙ୍କାରୁ ୧,୧୧୯ ଟଙ୍କା ମଧ୍ୟରେ ରଖାଯାଇଛି। 

Jio: ପ୍ରଥମ ଦିନରେ ଜିଓ ଆଇପିଓ ସବ୍‌ସ୍କ୍ରିପ୍‌ସନ୍‌ ୩ ଗୁଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.