JRA Caught Red-Handed ୬ହଜାର ଟଙ୍କା ଲାଞ୍ଚ ନେଇ କେନ୍ଦୁଝର ଜେଆର୍‌ଏ ଗିରଫ

1 hour ago 2
ARTICLE AD BOX

ଭୁବନେଶ୍ବର: ଜମି ପଟ୍ଟା (ଆର୍‌ଓଆର୍‌) ପ୍ରଦାନ କରିବା ନିମନ୍ତେ କେନ୍ଦୁଝରଜିଲ୍ଲା ପାଟଣା ତହସିଲର କନିଷ୍ଠ ରାଜସ୍ବ ସହାୟକ (ଜେଆର୍‌ଏ) ବିଏଚ୍‌ ଉମାଶଙ୍କର ହିତାଧିକାରୀଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି।

B.H. Umashankar-Patana Tahasil vigilanceଅଭିଯୁକ୍ତ ଜେଆର୍‌ଏ ବିଏଚ୍‌ ଉମାଶଙ୍କର

ଅଭି‌ଯୋଗ ଅନୁସାରେ, ହିତାଧିକାରୀ (ଅଭିଯୋଗକାରୀ) ଜୁନ୍‌ ୩ ତାରିଖରେ ଜମିର ମ୍ୟୁଟେସନ୍‌ ନିମନ୍ତେ ଆବେଦନ କରିଥିଲେ। ଆବେଦନର କାର୍ଯ୍ୟକାରୀ ନେଇ ଅଭିଯୋଗକାରୀ ଜେଆର୍‌ଏଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ପଟ୍ଟା ଯୋଗାଇଦେବା ନିମନ୍ତେ ଉକ୍ତ ଜେଆର୍‌ଏ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ହିତାଧିକାରୀ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ।

ଅଭିଯୋଗ ଭିତ୍ତିରେ ଭିଜିଲାନ୍‌ସ ଉକ୍ତ ଜେଆର୍‌ଏଙ୍କୁ ରଙ୍ଗେହାତ ଧରିବାକୁ ଯୋଜନା କରିଥିଲା। ଆଜି (ଶୁକ୍ରବାର) ଉକ୍ତ ଟଙ୍କା ହିତାଧିକାରୀଙ୍କ ନିକଟରୁ ନେବା ବେଳେ ଛକି ରହିଥିବା ଭିଜିଲାନ୍‌ସ ଟିମ୍‌ ରଙ୍ଗେହାତ ଧରିଥିଲା। ଏନେଇ ଭିଜିଲାନ୍‌ସ ବିଭାଗ ବାଲେଶ୍ବର ଭିଜିଲାନ୍‌ସ ଥାନାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭ରେ ନଂ ୭/୨୦୨୬ରେ ଏକ ମାମଲା ରୁଜୁ କରିଛି। 

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍‌ସ ଟିମ୍‌ ଏକକାଳୀନ ଜେଆର୍‌ଏ ଉମାଶଙ୍କରଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ତଦନ୍ତ ଜାରି ରହିଛି, ଏନେଇ ପରବର୍ତ୍ତୀ ସୂଚନା ଦିଆଯିବ ବୋଲି ଭିଜିଲାନ୍‌ସ ବିଭାଗ କହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.