ARTICLE AD BOX
ତାଳଚେର (ବିକାଶ ଚନ୍ଦ୍ର ସାହୁ): ଅନୁଗୁଳ ଅତିରିକ୍ତ ଜିଲ୍ଲାଦୌରାଜଜ ସତ୍ୟନାରାୟଣ କର ଏକ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ବିଚାର କରି ଅଭିଯୁକ୍ତ ବଙ୍ଗାଳୀତଇଳା ଗ୍ରାମର ଜୀବନ ବେହେରାଙ୍କୁ ଆଜୀବନ ଶଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଜୀବନ ବେହେରା ତାର ସ୍ତ୍ରୀ ହୀନ ବେହେରାଙ୍କୁ ୨୦୨୧ ମସିହା ଜୁନ ମାସ ୪ ତାରିଖରେ ଏକ କୁରାଢ଼ିରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ମୁଣ୍ଡକୁ ଏକ ପଲିଥିନ ବସ୍ତାରେ ପୁରାଇ ରଖିଥିଲା। ତାର ପୁତ୍ର ମହେଶ୍ବର ବେହେରା ଏତଲାକୁ ଅଧାର କରି ତାଳଚେର ଥାନା ଅଧିକାରୀ ଏକ ହତ୍ୟା ମାମଲା ରଜୁକରିବା ସହିତ ତଦନ୍ତ କରି ଭାରତୀୟ ଙ୍ଗଳ କୋଡ଼ ୩୦୨/୨୦୧ ଧାରାରେ ଚାର୍ଜସିଟ ଦାଖଲ କରିଥିଲେ।
ନବ ଦାସ ହତ୍ୟା ମାମଲା: ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ହାଜର ହେଲା ଗୋପାଳ
ଏହି ଘଟଣାରେ ସରକାରଙ୍କ ତରଫରୁ ୨୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରି ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ଗଦାଧର ମୁର୍ମୁ, ଅର୍ଜୁନ ଭୂତିଆ ମକଦମା ପରିଚାଳନା କରିଥିଲେ।

2 weeks ago
7


