Judgement: ‘ଭିଡ଼ ଭିତରେ ଫସିଯାଇଥିଲେ ପୁଲିସକର୍ମୀ, ଆତ୍ମରକ୍ଷା ପାଇଁ ଫାଙ୍କା ଗୁଳି ଚଳାଇଥିଲେ’

1 week ago 5
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ନେଇ ବିହାରର ସିୱାନରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ଜଣେ ପୁଲିସକର୍ମୀ ଏକେ-୪୭ ଚଳାଇବା ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟରେ ରାଜ୍ୟ ସରକାର ନିଜ ପକ୍ଷ ରଖିଛନ୍ତି। ଭିଡ଼ ମଧ୍ୟରେ ପୁଲିସକର୍ମୀ ଜଣକ ଫସିଯାଇଥିଲେ ଏବଂ ନିଜ ଜୀବନ ସହ ସରକାରୀ ସମ୍ପତ୍ତିକୁ ବଞ୍ଚାଇବା ପାଇଁ ସେ ଏକେ-୪୭ରୁ ଚାରି ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ ଏବଂ ଏଥିରେ କେହି ଆହତ ହୋଇନାହାନ୍ତି ବୋଲି ବିହାର ସରକାର କୋର୍ଟଙ୍କୁ ଜଣାଇଛନ୍ତି।

ଜୁଲାଇ ୨୫ରେ ବିହାରରେ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଓ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଥିଲା। ସିୱାନରେ ଏହି ଆନ୍ଦୋଳନ ଉଗ୍ର ରୂପ ନେଇଥିଲା ଏବଂ ପ୍ରଦର୍ଶନକାରୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏହି ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜଣେ ପୁଲିସକର୍ମୀ ଏକେ-୪୭ ଧରି ଗୁଳି ଚଳାଉଥିବା ଦୃଶ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା। 

ପୁଲିସକର୍ମୀଙ୍କୁ ପରେ ନିଲମ୍ବିତ କରାଯାଇଥିଲା ଏବଂ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଘଟଣାରେ ତିନିଜଣ ଆହତ ହୋଇଥିବା ପ୍ରାଥମିକ ଖବର ଆସିଥିଲା। କିନ୍ତୁ ଏଥିରେ କେହି ଆହତ ହୋଇ ନ ଥିବା ବିବହାର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି।

Ram Temple: ରାମମନ୍ଦିର ଦାନ ଅର୍ଥ ହେରଫେର ମାମଲାର ଶୀଘ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ

ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଘେରିଥିଲେ। ବିହାରର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଥିଲେ। ରାଜ୍ୟସଭା ସାଂସଦ ମନୋଜ କୁମାର ଝା ମଧ୍ୟ ଏହି ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହା ସହ ଛାତ୍ର ଆନ୍ଦୋଳନ ସମୟରେ ପୁଲିସର ଅତ୍ୟଧିକ ବଳ ପ୍ରୟୋଗ ଅଭିଯୋଗକୁ ନେଇ ସର୍ବୋଚ୍ଚ ଅଦାଲତରେ ବ୍ୟାପକ ଶୁଣାଣି ଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.