ARTICLE AD BOX
ନୂଆଦିଲ୍ଲୀ: ଆଇଆର୍ସିଟିସି ହୋଟେଲ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପାଇଁ ଶନିବାର ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ, ପୁଅ ତେଜସ୍ବୀ ଯାଦବ ଓ ଅନ୍ୟ ୬ ଅଭିଯୁକ୍ତ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ତେବେ କୋର୍ଟ ଆଜି ଲାଲୁଙ୍କ ସମେତ ଅନ୍ୟ ୮ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍କୁ ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ଶୁଣାଣି ୩୦ ଅକ୍ଟୋବରରେ ହେବ।
ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ବରୁଣ ଜୈନ କହିଛନ୍ତି, ଅଦାଲତ ଚାର୍ଜଫ୍ରେମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଆନୁଷ୍ଠାନିକ ଅଭିଯୋଗ ଦାଖଲ ହେବାର ଥିଲା। ଆଦେଶରେ କୁହାଯାଇଛି ଯେ, ପୂର୍ବ ଅଦାଲତ ଚାର୍ଜଫ୍ରେମ୍ କରି ଏହି କୋର୍ଟକୁ ପଠାଇବେ। ଏହା ଏକ ଆଇନଗତ ପ୍ରକ୍ରିୟା, ତେଣୁ କୋର୍ଟ ଆନୁଷ୍ଠାନିକ ଅଭିଯୋଗ ଫ୍ରେମ୍ ସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଇଡି ଅକ୍ଟୋବର ୩୦ ତାରିଖରେ କୋର୍ଟରେ ଏହି ପ୍ରସଙ୍ଗରେ ନିଜର ସ୍ଥିତି ସ୍ପଷ୍ଟ କରିବ।
IRCTC hotel scam: ଲାଲୁ, ରାବଡ଼ି ଓ ତେଜସ୍ୱୀଙ୍କ ବିରୋଧରେ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ
ଲାଲୁଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ବ୍ୟକ୍ତିଗତ ହାଜିର ହେବାରୁ ଛାଡ଼୍ ମିଳିଛି। ପୂର୍ବରୁ ସେପ୍ଟେମ୍ବର ୧୦, ୨୦୨୬ରେ, ରାଉଜ୍ ଆଭେନ୍ୟୁ କୋର୍ଟ ଲାଲୁ, ତେଜସ୍ୱୀ ଓ ରାବ୍ରୀ ଦେବୀଙ୍କ ସମେତ ନଅ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଅନ୍ୟ ସାତ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହି ମାମଲାରେ ଇଡି ୧୬ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।

3 weeks ago
6


