Kani River: କାଣୀନଦୀରେ ୨ଟି ଘାଇ, ତଳି ଅଞ୍ଚଳରେ ବନ୍ୟା ଜଳ

1 month ago 24
ARTICLE AD BOX

ଦଶରଥପୁର: ଯାଜପୁରଜିଲ୍ଲାଦଶରଥପୁର ବ୍ଲକ ବୈତରଣୀ ନଦୀର ଶାଖା କାଣୀନଦୀର କଣ୍ଟପଡ଼ା ଠାରେ  ୨ ଟି ଘାଇ ସୃଷ୍ଟି ହୋଇଛି। ପ୍ରଥମଟି ପ୍ରାୟ ୭୦ ଫୁଟ ହୋଇଥିବାବେଳେ ଦ୍ୱିତୀୟଟି ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ପ୍ରଥମ ଘାଇର ୧୫୦ ଦୂରରେ ଦ୍ୱିତୀୟ ଘାଇ ସୃଷ୍ଟି ହୋଇଛି। ଘାଇଟି ନଦୀବନ୍ଧର ଡାହାଣ ପାର୍ଶ୍ୱରେ ହୋଇଥିଲା ବେଳେ ଚାଷ ଜମି ପାଖରେ ଘାଇ ସୃଷ୍ଟି ହୋଇଛି।'

ଆତଙ୍କିତ ଅନାସ୍ଥାରେ ଦଶରଥପୁର ବ୍ଲକବାସୀ

ଘାଇ ହେବା ଫଳରେ ବ୍ଲକର ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ପ୍ରଭାବିତ ହେଉଛି। କିଛି ତଳି ଅଂଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ଜଣାପଡିଛି। ଏହା ଛାଡ ମଲିକାପୁର ଠାରୁ କଣ୍ଟପଡ଼ା ପର୍ଯ୍ୟନ୍ତ ଡାହାଣପାର୍ଶ୍ଵ ନଦୀ ବନ୍ଧ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଧସିଯାଇଛି। ବୈତରଣୀ ନଦୀ କୟାଁ ପଞ୍ଚାୟତସ୍ଥ ଗୁଣ୍ଠୁଣୀପଡା ଠାରେ ପୂର୍ବ ବର୍ଷ ପ୍ରାୟ ୫୦୦ ମିଟର ନଦୀ ବନ୍ଧ ଧସିଯାଇଥିବାବେଳେ ଏଯାବତ ସମ୍ପୂର୍ଣ୍ଣ ମରାମତି ହୋଇନାହିଁ। ଫଳରେ ଆତଙ୍କିତ ଅନାସ୍ଥାରେ ଦଶରଥପୁର ବ୍ଲକବାସୀ।

SCB: ଏସ୍‌ସିବି ଶିଶୁ ବିକ୍ରି ପ୍ରସଙ୍ଗ: ତିନି ଥର ଚିଠି ପରେ ଏସ୍‌ସିବି କର୍ତ୍ତୃପକ୍ଷ ଦେଲେ ଉତ୍ତର, ୧୪ରୁ ମାତ୍ର ୫ ଶିଶୁଙ୍କ ରେକର୍ଡ ଅଛି

Read Entire Article
LEFT SIDEBAR AD

Hidden in mobile, Best for skyscrapers.