ARTICLE AD BOX
ଏବେ ସାରା ପରିବେଶରେ କାଶତଣ୍ଡୀ ଫୁଲର ରାଜୁତି। ନଈପଠା ହେଉ କି ଶସ୍ୟକ୍ଷେତ୍ର, ବିଲ ହେଉ କି ପଡ଼ିଆ—ସବୁଠି ମାଳମାଳ ହୋଇ ଫୁଟି ଖିଲି ଖିଲି ହସୁଛି କାଶତଣ୍ଡୀ। ଶାନ୍ତିର ବାର୍ତ୍ତା ନେଇ ଆସୁଥିବା ଶରତକୁ ଯେମିତି ଧଳା ଚାମର ହଲାଇ ସ୍ୱାଗତ କରୁଛି କାଶତଣ୍ଡୀ।
ଧଳା ଶାଢ଼ି ପିନ୍ଧି ସଜେଇ ହୋଇଛି ପ୍ରକୃତି ରାଣୀ। କିଛି ମାସର ବର୍ଷଣ ପରେ ବିଦାୟ ନେଇଛି ବର୍ଷା। ଆମ ପରିବେଶକୁ ସ୍ପର୍ଶ କରିବାକୁ ଯାଉଛି ଶୀତ। ଆଉ ଏହି ଦୁଇ ଋତୁ ବର୍ଷା ଓ ଶୀତର ମଝିରେ ପୃଥିବୀକୁ ଛୁଇଁ ଛୁଇଁ ଯାଉଛି ଶରତ ଋତୁ। ଏଥିପାଇଁ ନିଜକୁ ସଜେଇଥିବା ବର୍ଷା ଧରାପୃଷ୍ଟ ସତେ ଯେମିତି ଦିଶୁଛୁ ଧଳା ଶାଢ଼ୀ ପିନ୍ଧିଥିବା କାମିନୀ ନାରୀଟିଏ। ଶାଢ଼ିର ଧଡ଼ି ହେବା ପାଇଁ ଶରତ ନିଜ ସାଙ୍ଗରେ ନେଇ ଆସିଛି କାଶତଣ୍ଡୀ ଫୁଲ। ଏବେ ସାରା ପରିବେଶରେ କାଶତଣ୍ଡୀ ଫୁଲର ରାଜୁତି। ନଈପଠା ହେଉ କି ଶସ୍ୟକ୍ଷେତ୍ର, ବିଲ ହେଉ କି ପଡ଼ିଆ ସବୁଠି ମାଳମାଳ ହୋଇ ଫୁଟି ସେ ଖିଲି ଖିଲି ହୋଇ ହସୁଛି। ଶରତର ସୁଲୁ ସୁଲିଆ ପବନ ବି କାଶତଣ୍ଡୀକୁ ଦେଖି ଟିକେ ବେଶୀ ଚଗଲା ହେଉଛି। ମଝିରେ ମଝିରେ ତା ସହ ମାତିଯାଉଛି ନାନା ଖେଳରେ। ପବନରେ ହଲି ହଲି ଦୋହଲୁଥିବା କାଶତଣ୍ଡୀ ତା ସୁନ୍ଦର ରୂପକୁ ଦେଖେଇ ସଂସାରକୁ କହିଯାଉଛି, ଆରେ ଜାଣିଛ କି, ମୁଁ ଆସିଲିଣି ମାନେ ଜାଣ ଆଉମାତ୍ର କିଛିଦିନ ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଜଗତଜନନୀ ମାଆ ମହାମାୟୀ। ଯିଏ ମହିଷାସୁରର ପାପରୁ ପୃଥିବୀକୁ ରକ୍ଷା କରିଥିଲେ। ଅଶାନ୍ତ ପୃଥିବୀକୁ ଶାନ୍ତ କରିଥିଲେ। ଆଉ ସେ ଯେତେବେଳେ ଆସୁଛନ୍ତି ଶାନ୍ତିର ବାର୍ତ୍ତା ସ୍ୱରୂପ କାଶତଣ୍ଡୀ ବି ହଲି ହଲି ନିଜ ଧଳା ଚାମରକୁ ହଲାଇ ତାଙ୍କୁ ସ୍ୱାଗତ କରୁଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
5


