ARTICLE AD BOX
ଝୁମ୍ପୁରା: ଝୁମ୍ପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର କଟଲପଶି ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ରିମୁଳି ଫାଣ୍ଡି ଅଧିନ ପ୍ରତାପପଶି ଗ୍ରାମର ନିରାଶ ମହାନ୍ତ ( ୬୦ ବର୍ଷ) ଅଟନ୍ତି।
Khantapada Road Accident:ଖନ୍ତାପଡ଼ା ସଡ଼କ ଦୁର୍ଘଟଣାରେ ୯ମ ଶ୍ରେଣୀ ଛାତ୍ର ମୃତ, ଚାଳକ ଗୁରୁତର
ସୂଚନାମୁତାବକ, ନିରାଶ ମହାନ୍ତଙ୍କ ଜଣେ ସମ୍ପର୍କୀୟଙ୍କ ମୋଟରସାଇକଲର ପଛରେ ବସି ନିଜ ସମ୍ପର୍କୀୟଙ୍କ ଘର ଘୁଣ୍ଟିପଶି ଯାଉଥିଲେ। ଏହି ସମୟରେ କଟଲପଶି ଛକ ନିକଟରେ ମୋଟରସାକଲ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ମୋଟରସାଇକଲ୍ରୁ ଛିଟିକି ପଡ଼ି ତଳେ ବଡ଼ିଯାଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ କିଛି ସମୟ ପାଇଁ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରଶାସନ ପହଞ୍ଚି ବୁଝସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଝୁମ୍ପୁରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

6 days ago
4


