ARTICLE AD BOX
ବଲିଉଡ୍ରୁ ଆସିଲା ଖୁସି ଖବର । ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି କିଆରା ଆଡଭାନୀ । ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଏହି ଖବର ସେୟାର କରିଛନ୍ତି କିଆରା ।
୩୫ ବର୍ଷୀୟା କିଆରା ଆଡଭାନୀ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଶିଶୁର ପାଦଚିହ୍ନ ଦେଖିବାକୁ ମିଳିଛି । ପୁଣିଥରେ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ ମିଳିଥିବା ନେଇ ସେ ଲେଖିଛନ୍ତି । ଏହି ଖବରକୁ ନେଇ ଉଭୟଙ୍କ ପରିବାରରେ ଖୁସିର ମାହୋଲ୍ ରହିଛି ।
‘ଶେରଶାହ’ ଫିଲ୍ମର ସୁଟିଂ ସମୟରୁ କିଆରା ଓ ସିଦ୍ଧାର୍ଥଙ୍କ ପ୍ରେମକାହାଣୀ ଆରମ୍ଭ ହୋଇଥିଲା । ୨୦୨୩ ଫେବୃଆରୀରେ ରାଜସ୍ଥାନର ଜୈସଲମେରରେ ଉଭୟ ବିବାହ କରିଥିଲେ । ୨୦୨୫ ଜୁଲାଇରେ ସେମାନେ ପ୍ରଥମ କନ୍ୟା ସନ୍ତାନର ମାତାପିତା ହୋଇଥିଲେ । ଏବେ ଦ୍ୱିତୀୟ ସନ୍ତାନକୁ ନେଇ ଖୁସି ଖବର ସେୟାର କରିଛନ୍ତି ଏହି ଷ୍ଟାର୍ ଦମ୍ପତି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
12


