Knife Attack: କାନାଡ଼ାର ଗୁରୁଦ୍ବାରାରେ ଛୁରାମାଡ଼: ୨ ଆହତ, ୨୭ ବର୍ଷୀୟ ଯୁବକ ଗିରଫ

5 days ago 3
ARTICLE AD BOX

ଏଡମଣ୍ଟନ: କାନାଡ଼ାର ଏଡମଣ୍ଟନସ୍ଥିତ ନାନକସର ଗୁରୁଦ୍ବାରାରେ ଶୁକ୍ରବାର ସକାଳେ, ଏବଂ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ପ୍ରାୟ ୬.୩୦ମିନିଟରେ ପ୍ରାର୍ଥନା ଚାଲିଥିବା ସମୟରେ ଏକ ଭୟାନକ ଛୁରାମାଡ଼ ଘଟଣା ଘଟିଛି। ଜଣେ ୨୭ ବର୍ଷୀୟ ଯୁବକ ଗୁରୁଦ୍ବାରା ମଧ୍ୟକୁ ପଶି ଦୁଇ ଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଛି। ଉପସ୍ଥିତ ଶ୍ରଦ୍ଧାଳୁମାନେ ସାହସିକତାର ସହ ଆକ୍ରମଣକାରୀକୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଆହତ ଦୁଇ ଜଣ ହେଲେ ଜଣେ ୭୫ ବର୍ଷୀୟ ପୂଜକ ଏବଂ ଜଣେ ୫୧ ବର୍ଷୀୟ ସ୍ବେଚ୍ଛାସେବୀ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି।

ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଜରୁରୀ

ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଏହି ମାମଲାରେ ପୁଲିସର ''ହେଟ୍ କ୍ରାଇମ'' ତଦନ୍ତକାରୀ ଦଳ ଘଟଣାର ତଦନ୍ତ ଆରମ୍ଭ କରିଛି। ଗିରଫ ଯୁବକଙ୍କର ପୂର୍ବରୁ ଅନେକ ଅପରାଧିକ ରେକର୍ଡ ରହିଛି ଏବଂ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗୁରୁବାର ସେ ଆଲବର୍ଟାର ଏକ ଫେଡେରାଲ ଜେଲରୁ ମୁକ୍ତ ହୋଇଥିଲା। ଜେଲରୁ ଖଲାସ ହେବା ପରେ ସେ ନିର୍ଦ୍ଧାରିତ ''ହାଫୱେ ହାଉସ''କୁ ନଯାଇ ଏହି ଆକ୍ରମଣ କରିଛି। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଉପାସନା ସ୍ଥଳରେ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଜରୁରୀ ବୋଲି କହିଛନ୍ତି। ସେହିପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସେ ଏଡମଣ୍ଟନ ପୁଲିସ ସେବାକୁ ଧନ୍ୟବାଦ ଜଣାଇଛନ୍ତି।

Captain Arrested: ମୋ ସ୍ବାମୀଙ୍କୁ ‘ବଲିକା ବକ୍ରା’ ସଜାଯାଇଛି: ବ୍ରିଟେନରେ ଭାରତୀୟ କ୍ୟାପଟେନ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.