Kolkata Durga puja: ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

1 week ago 6
ARTICLE AD BOX

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ଆଜି ସନ୍ଧ୍ୟାରେ ଘଟିଥିବା ଦଳାଚକଟା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପିଏମ୍‌ଓ ପକ୍ଷରୁ ଲେଖାଯାଇଛି ଯେ, କୋଲକାତାରେ ଘଟିଥିବା ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ କାମନା କରୁଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସମ୍ଭବପର ସମସ୍ତ ସହାୟତା ଯୋଗାଇ ଦିଆଯାଉଛି।

The Prime Minister has announced an ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000. https://t.co/6CLxoRkZy6

— PMO India (@PMOIndia) October 17, 2026

ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ, ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ 'ପିଏମ୍‌ଏନ୍‌ଆର୍‌ଏଫ୍' (PMNRF) ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ସେହିପରି ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ।

Kolkata Durga puja: କୋଲକାତା ଦୁର୍ଗାପୂଜାରେ ଦୁର୍ଘଟଣା; ୧୭ ମୃତ ସୂଚନା; ଅନେକ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.