ARTICLE AD BOX
ପଟାଙ୍ଗି: ଦିନରେ ଓଡ଼ିଶା ନେତା, ଅଧିକାରୀଙ୍କ ହାଉଜାଉ। ଆଉ ରାତିରେ ଆନ୍ଧ୍ର ନେତାଙ୍କ ଅନ୍ଧାରି ବିଜେ। ପଞ୍ଚାୟତ ଭୋଟ ପୂର୍ବରୁ କୋଟିଆରେ ଏମିତି ଛକାପଞ୍ଝା ଯୋଗୁଁ ଦିନକୁ ଦିନ ସ୍ଥିତି ରୋଚକ ହେଉଥିଲା ବେଳେ ସୀମାନ୍ତ ଗ୍ରାମବାସୀ କିନ୍ତୁ ନିଷ୍ପତ୍ତି ନେଇସାରିଛନ୍ତି। ଅନେକ ଗାଁ’ର ଲୋକ ସିଧାସଳଖ ଓଡ଼ିଶା ପ୍ରଶାସନ ଓ ନେତାଙ୍କୁ ଚ୍ୟାଲେଞ୍ଜ କରି ପରିସ୍ଥିତି ଯାହା ହେଲେ ମଧ୍ୟ ନିଶ୍ଚୟ ଭୋଟ ଦେବୁ ବୋଲି କହିଛନ୍ତି।
Helicopter crash: ହେଲିକପ୍ଟର ଦୁର୍ଘଟଣାର ସମସ୍ତ ଛଅ ଜଣଙ୍କ ମରଶରୀର ଉଦ୍ଧାର
ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ବିବାଦ ଆହୁରି ଉଗ୍ର ହେବ ବୋଲି ଯାହା ଆକଳନ କରାଯାଉଥିଲା ଧୀରେ ଧୀରେ ସତ ହେବାକୁ ଯାଉଛି। ଆନ୍ଧ୍ରର ନିର୍ବାଚନକୁ ଭଣ୍ଡୁର କରିବାକୁ ଓଡ଼ିଶା ପକ୍ଷରୁ ପୂରା ଜୋର୍ ଲାଗିଛି। ଓଡ଼ିଶା ପକ୍ଷରୁ ପାଟୁସିନେରି, ତଳସେମ୍ବି ଓ ନେରେଡିବାଲସା ଗାଁରେ ନାକା ଲଗାଇ ୨୪ଘଣ୍ଟିଆ ଯାଞ୍ଚ ଚାଲିଛି। ତଥାପି ଆନ୍ଧ୍ର ନେତାଙ୍କ ଅନୁପ୍ରବେଶ ଜାରି ରହିଛି ଏବଂ ଭୋଟ ପ୍ରଚାର ବନ୍ଦ ହୋଇପାରିନି। ଅକ୍ଟୋବର ୩୦ତାରିଖରେ ପଟାଙ୍ଗି ବ୍ଲକ୍ ପ୍ରଶାସନ ଆନ୍ଧ୍ରର ପ୍ରଚାର ଗାଡ଼ିକୁ ଅଟକ ରଖିବା ପରେ ଆନ୍ଧ୍ର ନେତା ପ୍ରଚାର ପାଇଁ ଆଉ ଦିନରେ ଆସୁନାହାନ୍ତି। ସନ୍ଧ୍ୟା ପରେ ଓଡ଼ିଶା ନେତା, ଅଧିକାରୀଙ୍କ ଗତିବିଧି କମିଲେ ଗଳାବାଟରେ କୋଟିଆରେ ପଶୁଛନ୍ତି। ପ୍ରାର୍ଥୀଙ୍କ ସହ ଜଣେ କିମ୍ବା ଦୁଇ ଜଣ ସମର୍ଥକ ଆସି ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ପ୍ରଚାର କରି ଚାଲି ଯାଉଛନ୍ତି। ଯାହାର ସୁରାକ କେହି ପାଉନାହାନ୍ତି। ପ୍ରଚାର ନିମନ୍ତେ ବ୍ୟାନର କିମ୍ବା ପୋଷ୍ଟର ବ୍ୟବହାର କରୁନାହାନ୍ତି। ଏପରିକି କିଛି ନେତା ପାହାନ୍ତିଆରେ ଅନୁପ୍ରବେଶ କରି କିଛି ଘଣ୍ଟା ପରେ ଫେରି ଯାଉଛନ୍ତି।
ବିନା ପୋଷ୍ଟରରେ ପ୍ରଚାର
ଭୋଟ ନିଶ୍ଚୟ ଦେବୁ: ଗ୍ରାମବାସୀ
Drinking water: ଡିସେମ୍ବର ସୁଦ୍ଧା ଜିଲ୍ଲାର ୧୫୯ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ: ଜିଲ୍ଲାପାଳ
ପ୍ରଚାର ଆଳରେ ଓଡ଼ିଶା ବିରୋଧରେ ବିଷ ଓଗାଳି ଲୋକଙ୍କ ସହାନୁଭୂତି ସାଉଁଟିବାକୁ ମଧ୍ୟ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ଆନ୍ଧ୍ର ନେତା। ଯାହାଫଳରେ ଲୋକଙ୍କ ମଧ୍ୟରେ ବି ଓଡ଼ିଶା ସରକାରଙ୍କ ପ୍ରତି ଅସନ୍ତୋଷ ତେଜିବାରେ ଲାଗିଛି। ସୀମାନ୍ତ ଗ୍ରାମବାସୀ କହିଛନ୍ତି, ଆନ୍ଧ୍ର ପାଇଁ ସେମାନେ ପ୍ରଥମଥର ଭୋଟ ଦେଉନାହାନ୍ତି। ପୂର୍ବ ପୁରୁଷରୁ ଉଭୟ ରାଜ୍ୟ ପାଇଁ ଭୋଟ ଦେଇ ଆସୁଛୁ। ଓଡ଼ିଶାଠାରୁ ଆନ୍ଧ୍ରରୁ ଅଧିକ ସୁବିଧା ତଥା ସୁଯୋଗ ମିଳୁଛି। ଆନ୍ଧ୍ରର ଲୁଣ ଖାଇଛୁ, ତେଣୁ ଆନ୍ଧ୍ର ପାଇଁ ଭୋଟ ଦେବୁ। ଆମକୁ କେହି ରୋକିପାରିବେ ନାହିଁ। ଗ୍ରାମବାସୀଙ୍କ ଏଭଳି ବୟାନ ଓଡ଼ିଶା ପାଇଁ ସତର୍କ ଘଣ୍ଟି ସଦୃଶ। ସେହିପରି କୋରାପୁଟ ଜିଲ୍ଲା ପ୍ରଶାସନର ପୂରା ଫୋକସ୍ ଏବେ କୋଟିଆ ଉପରେ। ଏହାର ସୁଯୋଗ ନେଇ ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଗାଲିଗାବଡ଼ର, ଦିଗୁଗାବଡ଼ର ଓ ଉପରପନିକି ଭଳି ସୀମାନ୍ତ ଗାଁରୁ ଭୋଟ ନେବାକୁ ଆନ୍ଧ୍ର ଯୋଜନା କରିଥିବା ସୂଚନା ମିଳିଛି।

1 hour ago
1


