ARTICLE AD BOX
କୁଜଙ୍ଗ: ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ କୁଜଙ୍ଗ ବ୍ଲକ୍ ବାଲିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆ ଗିରଫ ହୋଇଛନ୍ତି। ଆଜି (ମଙ୍ଗଳବାର) ସନ୍ଧ୍ୟାରେ କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚ଼ାର ବିଭାଗୀୟ ଅଦାଲତରେ ହାଜର କରାଯାଇଥିଲାା ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ଜେଲ୍ ହାଜାତକୁ ପଠାଇ ଦିଆ ଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସ୍ଥାନୀୟ ସରପଞ୍ଚ ସରୋଜିନୀ ନାୟକ ଫେରାର ଅଛନ୍ତି।
ବଡ଼ଚଣା: ଚାଷ ନାଁରେ କୋଟି କୋଟି ଚଳୁ, ପାଣି ପରି ବହିଚାଲିଛି ପାଣି ପଞ୍ଚାୟତ ଟଙ୍କା
ଅଭିଯୋଗ ଅନୁସାରେ, କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆ ଓ ସରପଞ୍ଚ ସରୋଜିନୀ ନାୟକ ସରକାରୀ ଅର୍ଥ ପ୍ରାୟ ୪୬ ଲକ୍ଷ ୮୬ ହଜାର ୨୦୨ଟଙ୍କା ହଡ଼ପ କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୁଜଙ୍ଗ ବିଡିଓ ଦୀପକ ପ୍ରସାଦ ସ୍ୱାଇଁ ନିର୍ବାହୀ ଅଧିକାରୀ ଓ ସରପଂଚଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ ।
ପାର୍କ ନିର୍ମାଣ ନାଁ’ରେ ଅର୍ଥ ଚଳୁ, ଖୋଲୁଛି ବିଷ୍ଣୁପୁରବିନ୍ଧା ପଞ୍ଚାୟତ ଦୁର୍ନୀତି ଗୁମର
ପରେ ଏ ନେଇ କୁଜଙ୍ଗ ବିଡିଓ ଦୀପକ ପ୍ରସାଦ ସ୍ୱାଇଁ ଗତ ଏପ୍ରିଲ ମାସ ୮ ତାରିଖରେ କୁଜଙ୍ଗ ଥାନାରେ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ କୁଜଙ୍ଗ ପୁଲିସ ସେହି ମାସ ୧୦ ତାରିଖରେ କେସ ନମ୍ବର ୧୦୧/୨୬ରେ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଆଜି କୁଜଙ୍ଗ ପୋଲିସ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରିଥିଲେ।
ପାଣି ପଞ୍ଚାୟତ ଦୁର୍ନୀତି-୨:ପାଣି ପଞ୍ଚାୟତକୁ ଦୁର୍ବଳ କରି ଲାଭ ଉଠାଉଛନ୍ତି ଯନ୍ତ୍ରୀ ଓ ଠିକାଦାର
ସୂଚନା ଯୋଗ୍ୟ, ପ୍ରାୟ ଏକ ବର୍ଷ ହେବ ସରପଞ୍ଚ ଅନୁପସ୍ଥିତ ରହିବା ଯୋଗୁ ପଞ୍ଚାୟତର ଉନ୍ନୟନ ମୂଳକ କାମ ଠପ୍ ହୋଇଯାଇଛି । ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେବାରେ ସ୍ଥାଣୁତା ପ୍ରକାଶ ପାଇବା ସହିତ ପଂଚାୟତର ଉନ୍ନୟନ ବାଧାପ୍ରାପ୍ତ ହୋଇଛିା

1 hour ago
7


