Life-Mantra: ଜୀବନ-ମନ୍ତ୍ର: କୁମାର ପୂର୍ଣ୍ଣିମାର କଥା ଓ ବାର୍ତ୍ତା

1 day ago 4
ARTICLE AD BOX

ଆଶ୍ବିନ ପୂର୍ଣ୍ଣିମାର ଲୋକପ୍ରିୟ ନାମ କୁମାର ପୂର୍ଣ୍ଣିମା। ଏହି ପୂର୍ଣ୍ଣିମା ଅଶ୍ବିନୀ ନକ୍ଷତ୍ରଯୁକ୍ତ ହୋଇଥିବାରୁ ମାସର ନାମ ଆଶ୍ବିନ ହୋଇଛି। ଆମ ଋତୁଚକ୍ର ଅନୁସାରେ, ଏହା ସହିତ ଶେଷ ହୁଏ ଶରତ ଋତୁ। ଆସେ କାର୍ତ୍ତିକ ଓ ମାର୍ଗଶିରର ହେମନ୍ତ ଋତୁ। କୁମାର ପୂର୍ଣ୍ଣିମା ବେଳକୁ ଆକାଶ ହୋଇଯାଇଥାଏ ସଂପୂର୍ଣ୍ଣ ସ୍ବଚ୍ଛ। ଏଣୁ ଏହି ପୂର୍ଣ୍ଣିମାର ଜହ୍ନ ସବୁଠୁ ସୁନ୍ଦର ହୋଇଥାଏ। ଏହା ସହିତ ନଦୀ ଓ ପୁଷ୍କରିଣୀ ଆଦି ଆବିଳ ବର୍ଷାଜଳରୁ ମୁକ୍ତ ହୋଇ ସଂପୂର୍ଣ୍ଣ ସ୍ବଚ୍ଛ ହୋଇଥାଆନ୍ତି। ସେଥିପାଇଁ ଏହି ସମୟର ସ୍ବଚ୍ଛଜଳକୁ କାର୍ତ୍ତିକ ମାସର ଇନ୍ଦୁ (ଜହ୍ନ) ସହ ତୁଳନା କରାଯାଇଛି। କୁହାଯାଇଛି, କାର୍ତ୍ତିକେନ୍ଦୁ ପରି ସ୍ବଚ୍ଛ। କୁମାର ପୂର୍ଣ୍ଣିମା ଲୋକମୁଖରେ କୁଆଁର ପୁନେଇଁ ହେବା ପରି, କାର୍ତ୍ତିକେନ୍ଦୁ ଲୋକମୁଖରେ ହୋଇଛି କାଚକେନ୍ଦୁ।

Health: ରାମ୍‌କି ପାଇଁ ଦଲକିରେ କିଡ୍‌ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ

ଆମର ପୁରାଣମାନଙ୍କରେ ଏ ସଂପର୍କରେ ଅନେକ ବର୍ଣ୍ଣନା ଅଛି। ‘ବାମନପୁରାଣ’ (୨/୪)ରେ କୁହାଯାଇଛି- ଏହି ସମୟରେ ଯେପରି ସରୋବରରେ ପଦ୍ମ ଫୁଟେ, ଆକାଶରେ ଅଧିକ ତାରାଫୁଲ ଫୁଟି ଦିଶେ ଏବଂ ଜଳାଶୟର ଜଳ ସ୍ବଚ୍ଛ ଓ ନିର୍ମଳ ହୋଇଥାଏ। ଜଳାଶୟର ଏହି ସ୍ବଚ୍ଛ ଜଳ ପରି, ସାଧୁଜନଙ୍କର ଚିତ୍ତ ନିର୍ମଳ ରହିଥାଏ। ଚନ୍ଦ୍ରକିରଣର ଶୁଭ୍ରତା ପରି, ଏହି ସମୟର ନିର୍ମଳତା ମନକୁ ପବିତ୍ର ଓ ଶାନ୍ତ କରେ। 

କୁମାର ପୂର୍ଣ୍ଣିମା ସଂପର୍କରେ ଅନେକ କଥା ଆମର ଶାସ୍ତ୍ରପୁରାଣରେ ଅଛି। ସେଥିରୁ ଗୋଟିଏ କଥା ଅନୁସାରେ, ଏହାର ନାମ ‘କୋଜାଗରି’ ପୂର୍ଣ୍ଣିମା। ‘କୋଜାଗରି’ “କ୍ବୋ ଜାଗର୍ତ୍ତି”ର ଅପଭ୍ରଂଶ। ଏହି କଥା ଅନୁସାରେ,ଏହି ପୂର୍ଣ୍ଣିମା ଦିନ ଦେବୀ ଲକ୍ଷ୍ମୀ ଘର ଓ ନଗରମାନ ବୁଲି ଦେଖନ୍ତି, କିଏ ଶୋଇଛି ଓ କିଏ ଜାଗ୍ରତ ରହି ଏହି ପୂର୍ଣ୍ଣିମାକୁ ଉପଭୋଗ କରୁଛି। ତେଣୁ ସେ ବୁଲି ବୁଲି ପଚାରନ୍ତି, “କ୍ବୋ ଜାଗର୍ତ୍ତି?” ଅର୍ଥାତ୍ କେଉଁମାନେ ଜାଗ୍ରତ ଅଛ? ଯିଏ ଜାଗ୍ରତ ଥାଇ ଈଶ୍ବରଙ୍କର ସୁନ୍ଦର ସୃଷ୍ଟି ଏହି ଜହ୍ନରାତିକୁ ଉପଭୋଗ କରୁଥାନ୍ତି, ତାଙ୍କ ଉପରେ ସେ ପ୍ରସନ୍ନ ହୋଇ ତାଙ୍କୁ ସଂପଦ ଓ ସୌଭାଗ୍ୟ ପ୍ରଦାନ କରିଥାନ୍ତି।

DMFର ମାର୍ଗଦର୍ଶିକା ବାଟବଣା, ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ପାଚେରୀ ଅର୍ଦ୍ଦପନ୍ତରିଆ ନିର୍ମାଣ

ପୁରୀ ଶ୍ରୀମନ୍ଦିରରେ ଏହି ପୂର୍ଣ୍ଣିମା ଦିନର ଗୋଟିଏ ବିଶେଷ ନୀତି ଅଛି। ତାହା ଅନୁସାରେ, ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ପଶା ଖେଳନ୍ତି ଏବଂ ସେହି ପଶା ଖେଳରେ ହାରି, ଲକ୍ଷ୍ମୀଙ୍କ ମନ୍ଦିରରେ ବନ୍ଧାହୋଇ ରହନ୍ତି। ଆମ ସମାଜ ଓ ପରମ୍ପରାରେ କୁମାର ପୂର୍ଣ୍ଣିମା ଦିନ ପଶା ବା ଜୁଆ ଖେଳିବାର ଯେଉଁ ପ୍ରଥା ଅଛି, ଏହି ନୀତି ସେ ସଂପର୍କରେ ଏକ ବାର୍ତ୍ତା। କାରଣ, ସ୍ବୟଂ ମହାପ୍ରଭୁ ଯେତେବେଳେ ପଶା ଖେଳରେ ହାରି ବନ୍ଧା ହୋଇ ରହୁଛନ୍ତି, ଆମେ ମନୁଷ୍ୟମାନେ ତ ଛାର। ଏଣୁ ଆମେ ଏପରି ହାନିକାରକ ଖେଳ ନ ଖେଳି, ଏହି ନିର୍ମଳ ଜହ୍ନରାତିକୁ ଉପଭୋଗ କରିବା ଉଚିତ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.