ARTICLE AD BOX
ଆଶ୍ବିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ, ନଅଦିନଧରି ଯେଉଁ ନବଦୁର୍ଗା ପୂଜିତା ହୁଅନ୍ତି, ସେମାନଙ୍କ ମଧ୍ୟରୁ ଶେଷଦିନର ଦୁର୍ଗା ହେଉଛନ୍ତି- ସିଦ୍ଧିଦାତ୍ରୀ। ନବଦିନାତ୍ମକ, ସପ୍ତଦିନାତ୍ମକ, ପଞ୍ଚଦିନାତ୍ମକ, ତ୍ରିଦିନାତ୍ମକ ଓ ଦ୍ବିଦିନାତ୍ମକ ଦୁର୍ଗାପୂଜାରେ ମଧ୍ୟ ଏହି ଦୁର୍ଗା ପୂଜିତା ହୋଇଥାଆନ୍ତି। ଏକଦିନାତ୍ମକ ଦୁର୍ଗାପୂଜାରେ ମଧ୍ୟ ଏହି ସିଦ୍ଧିଦାତ୍ରୀ ପୂଜିତା ହୁଅନ୍ତି।
Horoscope 2026 October 19: ଜାଣନ୍ତୁ ଆଜିର ରାଶିଫଳ
ଦୁର୍ଗାଙ୍କର ଏହି ସ୍ବରୂପ ନବରାତ୍ରିର ନବମ ତଥା ଶେଷଦିନ, ଅର୍ଥାତ୍ ମହାନବମୀରେ ପୂଜା ପାଆନ୍ତି। ସିଦ୍ଧିଦାତ୍ରୀ ନାମ ସୂଚିତ କରେ, ଯେ ଏହି ଦେବୀ ସିଦ୍ଧି ବା ଦିବ୍ୟଶକ୍ତି ପ୍ରଦାନ କାରିଣୀ। ଏହି ଦେବୀ ଚତୁର୍ହସ୍ତା। ସେ ତାଙ୍କର ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାଆନ୍ତି। ତାହାଙ୍କର ବାହନ ସିଂହ ହେଲେ ମଧ୍ୟ ସେ ଅନେକ ସମୟରେ ପଦ୍ମାସନରେ ଉପବେଶନ କରିଥାଆନ୍ତି। ତାଙ୍କର ରୂପ ଶାନ୍ତ ଓ ସୌମ୍ୟ ଏବଂ ସେ ଦିବ୍ୟତେଜରେ ବିଭାସିତା। ପୌରାଣିକ ପ୍ରସଙ୍ଗ ତଥା ନାମ ମାହାତ୍ମ୍ୟ ଅନୁସାରେ, ଏହି ଦେବୀ ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ଈଶିତ୍ବ ଓ ବଶିତ୍ବ ନାମକ ଅଷ୍ଟସିଦ୍ଧି ପ୍ରଦାନ କରିଥାଆନ୍ତି। ଏହି ସକଳସିଦ୍ଧି ଯୋଗ ଓ ଆଧ୍ୟାତ୍ମିକ ସାଧନା ସହିତ ସଂପୃକ୍ତ। ଏକ ଧାର୍ମିକ ବିଶ୍ବାସ ପ୍ରଚଳିତ ଅଛି ଯେ ଏହି ଦେବୀଙ୍କ କୃପାରେ ଭଗବାନ ଶିବ ଅଷ୍ଟସିଦ୍ଧି ପ୍ରାପ୍ତ ହୋଇଥିଲେ ଏବଂ ତାଙ୍କର ଶରୀରର ଅର୍ଦ୍ଧାଂଶରେ ଦେବୀଙ୍କର ସ୍ଥାନ ହେବାରୁ ସେ ଅର୍ଦ୍ଧନାରୀଶ୍ବର ରୂପ ଧାରଣ କରିଥିଲେ।
Kolkata: କୋଲକାତା ଦୁର୍ଗାପୂଜା: ଭିଡ଼ ପରିଚାଳନା ପାଇଁ ୯ ଆଇପିଏସ୍ ଅଧିକାରୀଙ୍କୁ ଦାୟିତ୍ବ
ଏହି ଦେବୀଙ୍କ ସହିତ ସଂପୃକ୍ତ ଉଦ୍ଭିଦ (ଲତା) ହେଉଛି ଶତାବରୀ। ଏହାର ରୋଗପ୍ରତିରୋଧକ ଶକ୍ତି, ପାଚନତନ୍ତ୍ରର ସୁସ୍ଥତା ଓ ଶାରୀରିକ ଦୁର୍ବଳତା ଅପନୋଦନ ଆଦି ଔଷଧୀୟ ଗୁଣ ରହିଛି। ମାତ୍ର ମା’ଙ୍କ ସହ ସଂପୃକ୍ତି ଦୃଷ୍ଟିରୁ, ଏହା ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ ବିଶେଷ ଫଳପ୍ରଦ। ଏହା ମହିଳାମାନଙ୍କ ଶରୀରରେ ‘ହରମୋନ୍’ର ସନ୍ତୁଳନ ରକ୍ଷା କରିଥାଏ ଏବଂ ମାସିକଧର୍ମକାଳୀନ ଯନ୍ତ୍ରଣା ହ୍ରାସ କରିବା ସହିତ ମାତୃସ୍ତନ୍ୟକାରକ ହୋଇଥାଏ। ନବରାତ୍ରିର ଅନ୍ତିମ ଦିନରେ ସିଦ୍ଧିଦାତ୍ରୀଙ୍କର ଉପାସନା କଲେ, ସେ ଭକ୍ତଙ୍କୁ ଜ୍ଞାନଦାନ କରନ୍ତି ଏବଂ ତାଙ୍କର ଆଧ୍ୟାତ୍ମିକ ଉନ୍ନତି ଓ ମନୋକାମନ ପୂରଣ କରିଥାନ୍ତି। ଏହା ମାଧ୍ୟମରେ ସେ ଆମକୁ ଶିକ୍ଷା ଦିଅନ୍ତି ଯେ ଭକ୍ତି, ସାଧନା, ଜ୍ଞାନ ଓ ନିଷ୍ଠା ଦ୍ବାରା ମନୁଷ୍ୟ ନିଜ ଜୀବନକୁ ଉନ୍ନତ ଓ ଅର୍ଥପୂର୍ଣ୍ଣ କରିପାରେ। ସେ ଅନନ୍ତ ସିଦ୍ଧିର ଅଧିକାରୀ ହୋଇପାରେ।

1 week ago
6


