ARTICLE AD BOX
ଖଇରା: ଖଇରା ଥାନା ନନ୍ଦୁର ପଞ୍ଚାୟତ ଅଧୀନ ସୁଙ୍ଗୁଡ଼ା ଗାଁରେ ଆଜି ବଜ୍ରାଘାତରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି।
Advertisment
ମୃତ ଚାଷୀ ସୁଦର୍ଶନ: ଫାଇଲ୍ ଫଟୋସୁଦର୍ଶନ ଶଙ୍ଖୁଆ, ଆଜି (ଶୁକ୍ରବାର) ପୂର୍ବାହ୍ଣରେ ନିଜ ଧାନ କ୍ଷେତକୁ ଚାଷ କାର୍ଯ୍ୟ ନିମନ୍ତେ ଯାଇଥିଲେ। ସେଠାରେ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ସୁଦର୍ଶନ ଟଳିପଡ଼ିଥିଲେ। ଅନ୍ୟଚାଷୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି୧୦୮ଆମ୍ବୁଲାନ୍ସ ଯୋଗେ ଖଇରା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

53 minutes ago
2


