Lingaraja Temple: ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ଅନ୍ତରୀଣ ଆଦେଶକୁ ଫୁ’: ହେଲାନି ଶ୍ରୀଲିଙ୍ଗରାଜଙ୍କ ପଇତା ଲାଗି

17 hours ago 3
ARTICLE AD BOX

ଭୁବନେଶ୍ୱର: ପବିତ୍ର ରାଖୀ ପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ବିଧି ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ପଇତା ଲାଗି ବା ପବିତ୍ରରୋପଣ ନୀତି କରାଯାଇଥାଏ। ଏହି ନୀତିକାନ୍ତି ଲିଙ୍ଗରାଜ ମନ୍ଦିରର ପ୍ରାଚୀନ ପ୍ରଥା ଓ ପରମ୍ପରା। କିନ୍ତୁ ୨୦୨୦ ମସିହାରୁ ଏହି ପବିତ୍ରାରୋପଣ ନୀତିରେ ବିଭ୍ରାଟ ଦେଖିବାକୁ ମିଳୁଛି। ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦ ତୁଟି ପାରୁ ନଥିବାରୁ ପରମ୍ପରା ଅନୁସାରେ ପବିତ୍ରରୋପଣ ବା ପଇତା ଲାଗି ନୀତି ହୋଇପାରୁନି। ଏଥର ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ପଇତା ଲାଗି ହୋଇପାରିଲା ନାହିଁ। ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ଅନ୍ତରୀଣ ଆଦେଶ ସତ୍ତ୍ବେ ଏହି ବିଧି ପାଳନ ହୋଇପାରିଲା ନାହିଁ। ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ଆଦେଶକୁ ଫୁ’ କରି ଉଡ଼ାଇ ଦିଆଗଲା। ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଥିଲା ଏବଂ ସେ ତଦନୁଯାୟୀ ସମସ୍ତ ସେବାୟତଙ୍କୁ ଚିଠି କରିଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ହେଲା ନାହିଁ। ତେଣୁ ଅତିରିକ୍ତ ଜିଲ୍ଲାପାଳ ହାତ ଟେକିବାକୁ ବାଧ୍ୟ ହେଲେ ଏବଂ ବିନା ପଇତା ଲାଗିରେ ଆଜି ମନ୍ଦିରରେ ଅନ୍ୟ ସବୁ ନୀତିକାନ୍ତି ସଂପନ୍ନ ହୋଇଛି। 

Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା

୨୦୧୯ ପୂର୍ବରୁ ମନ୍ଦିରରେ ପ୍ରଚଳିତ ପ୍ରଥା ଅନୁସାରେ ପବିତ୍ରରୋପଣ ନୀତିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ୨୭ଟି ପଇତା ଲାଗି କରାଯାଇଥାଏ। ପୂଜାପଣ୍ଡା ସେବାୟତ ୩ଟି ଓ ବଡ଼ୁ ସେବାୟତ ୨୪ଟି ପଇତା ଲାଗି କରନ୍ତି। ପ୍ରଥମେ ପୂଜାପଣ୍ଡା ସେବାୟତ ପଇତା ଲାଗି କରିବା ବିଧି ଚଳିଆସୁଥିଲା। କିନ୍ତୁ ୨୦୨୦ ମସିହାରେ ବିବାଦ ମୁଣ୍ଡ ଟେକିଲା। ବଡ଼ୁ ସେବାୟତ ୨୭ଟିଯାକ ପଇତା ଲାଗି କରିବାକୁ ଦାବିକଲେ। ପଇତା ଲାଗି ନୀତିକାନ୍ତିରୁ ପୂଜାପଣ୍ଡା ସେବାୟତଙ୍କୁ ବାଦ୍‌ ଦେବାକୁ ଅଡ଼ିବସିଲେ। ଫଳରେ ବିଭ୍ରାଟ ଉପୁଜିଲା ଏବଂ ପଇତା ଲାଗି ବନ୍ଦ ହୋଇଗଲା। ପରିସ୍ଥିତି ଏମିତି ହେଲା ଯେ ନୀତିକାନ୍ତିରେ ବିଶୃଙ୍ଖଳା ହେବା ଯୋଗୁଁ ମହାପ୍ରଭୁ ଲିଙ୍ଗରାଜ ଖାଡ଼ା ଉପାସରେ ରହିଲେ। ଆପୋସ ସମାଧାନ ମାଧ୍ୟମରେ ଏହି ବିବାଦ ତୁଟି ପାରିଲା ନାହିଁ।

ତୁଟିପାରୁନି ସେବାୟତ ନିଯୋଗ ବିବାଦ

ଫଳରେ ପରବର୍ତ୍ତୀ ବର୍ଷରେ ବି ଅନୁରୂପ ପରିସ୍ଥିତି ଉପୁଜିଲା ଏବଂ ପ୍ରଭୁଙ୍କୁ ଉପବାସରେ ରହିବାକୁ ପଡ଼ିଲା। ଶେଷରେ ମାମଲା ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ଅଦାଲତକୁ ଗଲା। ମାମଲାର ଶୁଣାଣି ଶେଷ ହୋଇ ନଥିବାରୁ ଏଥର ପବିତ୍ରରୋପଣ ନୀତିକାନ୍ତିକୁ ବାଧାମୁକ୍ତ କରିବାକୁ ଅଦାଲତ ଅନ୍ତରୀଣ ନିର୍ଦ୍ଦେଶ ଜାରି କଲେ। ସହକାରୀ ଦେବୋତ୍ତର ଆୟୁକ୍ତ ଏହି ମର୍ମରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ମସିହା ପୂର୍ବରୁ ମନ୍ଦିରରେ ଚଳି ଆସୁଥିବା ପରମ୍ପରା ଅନୁସାରେ ଚଳିତବର୍ଷ ପବିତ୍ରରୋପଣ ନୀତି ହେବ ବୋଲି ଆଦେଶ କରିଥିଲେ। ଅଦାଲତଙ୍କ ନିର୍ଦ୍ଦେଶାନୁସାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେନା ମନ୍ଦିର ଜ୍ୟୋତିଷଙ୍କ ଧାର୍ଯ୍ୟ ଦିନ(ବୁଧବାର) ପବିତ୍ରାରୋପଣ ନୀତିକାନ୍ତି କରାଇବାକୁ ସେବାୟତମାନଙ୍କ ସହଯୋଗ ଲୋଡ଼ି ଚିଠି କରିଥିଲେ। ସମସ୍ତ ନିଯୋଗ, ନୀତିକାନ୍ତିରେ ଜଡ଼ିତ ପାଳିଆ ବଡ଼ୁ, ଚପରାସି, ଚର୍ଚ୍ଚିତ ଓ ମନ୍ଦିର ସୁପରଭାଇଜର୍‌ଙ୍କୁ ଚିଠି କରାଯାଇଥିଲା। ମଙ୍ଗଳବାର ପଇତା ଧୁଆ ନୀତି ହେବା କଥା। କିନ୍ତୁ ସବୁ ଉଦ୍ୟମ କେବଳ ଚିଠିରେ ହିଁ ରହିଗଲା। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେନାଙ୍କ କହିବା କଥା କୋର୍ଟଙ୍କ ଆଦେଶ ଅନୁସାରେ ସେ ପଦକ୍ଷେପ ନେଇଥିଲେ ଏବଂ ସମସ୍ତ ନିଯୋଗ ଓ ନୀତିକାନ୍ତିରେ ସମ୍ପୃକ୍ତ ସେବାୟତଙ୍କୁ ସହଯୋଗ ମାଗିଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ କରାଗଲା ନାହିଁ। ତେଣୁ ଏନେଇ ସେ କୋର୍ଟଙ୍କୁ ଅବଗତ କରାଇବେ। 

Indel Money: ଇଣ୍ଡେଲ ମନିର ୫୦୦ କୋଟି ଏନ୍‌ଏସ୍‌ଡି ଜାରି

ଏହି ଘଟଣାଟି ଆଜି ଶ୍ରୀଲିଙ୍ଗରାଜଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି। ଆସନ୍ତାକାଲି ସମସ୍ତେ ପଇତା ପିନ୍ଧିବେ, ଅଥଚ ମହାପ୍ରଭୁ ଲିଙ୍ଗରାଜ ସେଥିରୁ ବାଦ୍‌ ପଡ଼ିଗଲେ। ବାରମ୍ବାର ସେବାୟତ ବିବାଦରୁ ପରମ୍ପରାରେ ବିଭ୍ରାଟ ଉପୁଜୁଛି ଏବଂ ମନ୍ଦିର ପ୍ରଶାସନ ଅସହାୟ ହୋଇ ହାତବାନ୍ଧି ବସିରହୁଛି। ବିଭିନ୍ନ ସମୟରେ ଏଭଳି ବିବାଦକୁ ନେଇ ପ୍ରଭୁ ଲିଙ୍ଗରାଜ ଖାଡ଼ା ଉପାସରେ ରହୁଛନ୍ତି। କିନ୍ତୁ ମନ୍ଦିର ପ୍ରଶାସନ କୌଣସି ଦୃଢ଼ ପଦକ୍ଷେପ ନେଇପାରୁନାହିଁ। ଏମିତିକି ଆଜି ଦେବୋତ୍ତର ଅଦାଲତଙ୍କ ଆଦେଶକୁ ଅବମାନନା କରାଯାଉଥିବା ଭଳି ଦୃଷ୍ଟାନ୍ତ ବି ଦେଖିବାକୁ ମିଳିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.