Literature: ଅନୁବାଦ ଗଳ୍ପ ବାଇଗଣ ଭରତା: ମୂଳ ହିନ୍ଦୀ: ଜ୍ୟୋତି ଜୈନ, ଅନୁସୃଜନ: ନଗେନ୍ଦ୍ର ନାଥ ପଟ୍ଟନାୟକ...

1 hour ago 1
ARTICLE AD BOX

ବାଇଗଣ ଭରତା

ହିନ୍ଦୀ: ଜ୍ୟୋତି ଜୈନ
ଅନୁସୃଜନ: ନଗେନ୍ଦ୍ର ନାଥ ପଟ୍ଟନାୟକ

ଶୁଣ... ଆଜି ବେଗାବେଗି ଆସିବ। ନାଇଟ୍‌ ଡ୍ୟୁଟି ରଖିବନି।  ମୁଁ ତମ ମନମାଫିକ ବାଇଗଣ ଭରତା ବନେଇଛି।’’ ପୋଲିସ୍ ଇନସ୍ପେକ୍ଟର ସ୍ୱାମୀଙ୍କୁ ଫୋନ୍‌ କରି ନରମ ଗଳାରେ କହିଲେ କୋମଳ।  

‘‘ବାଇଗଣ ଭରତା ଶୁଣି ଭୋକ ବଢ଼ିଗଲାଣି, ଖୁବ୍‌ ଶୀଘ୍ର ଘରେ ପହଞ୍ଚିବି’’ କହି ଫୋନ୍‌ଟାକୁ ରଖିଦେଲେ ସୁମନ୍ତ ସିଂହ। ତେବେ ପ୍ରାୟ ଦି’ଘଣ୍ଟା ପରେ ସେ ଘରେ ପହଞ୍ଚିଲେ। ହାତ ମୁହଁ ଧୁଆଧୋଇ ହୋଇ ଯେମିତି ଖାଇବାକୁ ବସିଛନ୍ତି ହଠାତ୍ ଫୋନ୍‌ଟି ବାଜିଉଠିଲା। କଲ୍‌ଟି ଆସିଥିଲା ଥାନାରୁ। ‘‘ସାର୍, ସୂଚନା ମିଳିଛି କେହି ଜଣେ ନିଶା ମାଦକ ଦ୍ରବ୍ୟ ଚୋରାରେ ନେଇକି ଆସୁଛି।’’ ଏହାପରେ ସେପଟୁ ଜାଗା ସମ୍ପର୍କରେ ସୂଚନା ଦେବା ପରେ ଫୋନ୍‌ଟି କଟିଯାଇଥିଲା। 

ଆହୁରି ପଢ଼ନ୍ତୁ- Review meeting: ମହିଳା ବିରୋଧୀ ହିଂସା ତତ୍ତ୍ୱଙ୍କ ବିରୋଧରେ କଠୋର ନୀତି କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ପତ୍ନୀ କୋମଳର ରୁକ୍ଷ ଚେହେରା ଆଡ଼େ ଦୃଷ୍ଟିପାତ ନକରି ସୁମନ୍ତ ସିଂହ ଫେରିଲେ ଥାନାକୁ। ନିର୍ଦ୍ଦିଷ୍ଟ ଜାଗାରେ ପୂରା ପୋଲିସ୍ ମୁତୟନ ହୋଇଥିଲେ ସଦଳବଳେ। ବହଳ ଅନ୍ଧାର ରାତି ହେତୁ ରାସ୍ତାଘାଟ ଶୂନ୍‌ଶାନ୍‌ ଥିଲା। ଠିକ୍ ସେ ସମୟରେ ଜଣେ ତରୁଣ ଦ୍ରୁତଗତିରେ ସାଇକେଲ୍‌ ଚଳାଇ ସେଇ ବାଟଦେଇ ଗଲାବେଳେ ଦୁଇଜଣ ସିପାହି ତାକୁ କାବୁ କରିନେଲେ। 

: କ’ଣ ହେଲା, ସାର୍ ?
: ଆବେ ତୁ କୁଆଡ଼େ ଯାଉଛୁ ?
: କାମକୁ ସାର୍। 
:ଏଇଟା  କ’ଣ ଠିକଣା ସମୟ କାମକୁ ଯିବାର?
: ସାର୍, ମୋର ରାତିଡ୍ୟୁଟି ଅଛି। 
: ଏ ମୁଣାରେ କ’ଣ ଅଛି? ଖୋଲିକି ଟିକେ ଦେଖାଇଲୁ।
: ଟିଫିନ ସାର୍ ... ସତ କହୁଛି ସାର୍‌। 
:ଏବେ ଜଣାପଡ଼ିଯିବ। ତାକୁ ଯାଞ୍ଚ ପରଖ କରିନିଅ। ନିର୍ଦ୍ଦେଶ ଦେଲେ ସୁମନ୍ତ ସିଂହ। 
:କିଛି ନାହିଁ ସାର୍‌... ଟିଫିନ୍‌ରେ ଖାଇବା ଅଛି। ଗୋଟିଏ ହାତରେ ସାଇକେଲ୍‌ ଆଉ ଆର ହାତରେ ଟିଫିନ ଧରି ସେ ତରୁଣଜଣକ ନେହୁରା ହେଉଥିଲା। 
:‘ଆବେ ଶଃ... ଆଜିକାଲି  ଡ୍ରଗ୍‌ସ ଲୁଚେଇବାର ଏ କ’ଣ ଏକ  ନୂଆ ତରିକା!

ଆହୁରି ପଢ଼ନ୍ତୁ- Godavari River: ପୋଲ ଉପରେ ଛୁଆକୁ ଛାଡ଼ି ନଦୀକୁ ଡେଇଁ ପଡ଼ିଲେ ବାପା-ମା’

ଏହାକହି ସିପାହିମାନେ ତାକୁ ଗୋଇଠା ଧକ୍କା ମାରିବାକୁ ଲାଗିଲେ। ପ୍ରାଣ ବଞ୍ଚାଇବା ପ୍ରଚେଷ୍ଟାରେ ଯୁବକଟିର  ଟିଫିନ ଢାଙ୍କୁଣୀଟା ଫିଟିଗଲା। ପରକ୍ଷଣରେ ଧୂଳିରେ ବିଛେଇ ହୋଇଗଲା କେଇପଟ ରୁଟି ଓ ଆଉ ତା’ ଭିତରେ ବାଇଗଣ ଭରତା। ବାଲି ପଶିଯାଇଥିଲା ସେଥିରେ। ଯୁବକଟିର ଆଖିରୁ ବିବଶତାର ଲୁହ ଥପ୍‌ଥପ୍‌ ହୋଇ ନିଗିଡ଼ିପଡୁଥିଲା। କେଜାଣି  କାହିଁକି ସେ ଲୁହରେ ସୁମନ୍ତ ସିଂହଙ୍କୁ ଦିଶୁଥିଲା ସ୍ତ୍ରୀ କୋମଳର ରୁକ୍ଷ ଚେହେରା ବାରମ୍ବାର।  ତାଙ୍କ ମନକୁ ଆସିଗଲା ସେଇ ସ୍ତ୍ରୀ ଲୋକଟିର କଥା, ଯିଏ କେତେ ସ୍ନେହ ସରାଗରେ ନିଜସ୍ୱାମୀ ପାଇଁ ଖାଇବା ବନେଇ ପଠେଇଥିଲା!

ମୋ:୯୪୩୮୩୩୨୧୩୮

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.