ARTICLE AD BOX
ଲୁଟ୍
ନୃସିଂହ ତରାଇ
ମୁଁ ଆସିବା ବେଳକୁ
ଶେଷ ହେଇ ସାରିଥିଲା
ସେମାନଙ୍କ ଅଭିସନ୍ଧି-ଉବାଚ
ପୋଖତ ମଗଜର କସରତ।
ଦୀର୍ଘମିଆଦି ସୂତ୍ରରେ
ସଜା ଯାଇଥିଲା
ଇହକାଳ, ପରକାଳର ରୂପରେଖ
ପାପ ପୁଣ୍ୟର ବିଶଦ ବ୍ରହ୍ମାଣ୍ଡ
ଅମୃତ ଓ ବିଷର ଭାଗୀଦାର।
ଆହୁରି ପଢ଼ନ୍ତୁ- Hyundai: ଏର୍ଟିଗା ଓ କ୍ୟାରେନ୍ସକୁ ଟକ୍କର ଦେବାକୁ ଆସୁଛି ହୁଣ୍ଡାଇର ନୂତନ ୭-ସିଟର ଏମପିଭି 'ନେଇରା'
ସତକୁ ସତ
ମୋ ଭାଗରେ ପଡ଼ିଛି
ସବୁତକ ପଚାମାଛ
ଅପନ୍ତରା ରାସ୍ତା
ଅଳିଆ ଆବର୍ଜନା!
ସେମାନେ ଲୁଟି ନେଇଥିଲେ ଘର
ଲୁଟି ନେଇଥିଲେ କ୍ଷେତ
ଲୁଟି ନେଇଥିଲେ
ପାଣି ପବନ ବିଶ୍ୱାସ।
ଫରକ କେଉଁଠି ଥିଲା
ରାତି ନା ଦିନ
ସକାଳ ନା ସନ୍ଧ୍ୟା
ନା ଉଦୁଉଦିଆ ଦ୍ୱିପ୍ରହର?
ଆହୁରି ପଢ଼ନ୍ତୁ- Jantar Mantar: ତ୍ରିରଙ୍ଗା ଯାତ୍ରା ପୂର୍ବରୁ ଦୀପ୍କେଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ
ଜାଣି ସାରିଥିଲି
ଫେରିବନି ଲୁଟ୍ର
ପ୍ରିୟ ଆସବାବପତ୍ର,
ବିଭାନରେ ଥିବା ମାନସିକ ପଇସା
ଓ ସ୍ତ୍ରୀର ଗହଣା।
ଯେମିତି ବହୁଥିଲା
ଲୁଟ୍ର ଖର ନଦୀ
ନଦୀରେ ଭାସି ଯାଉଥିଲା
ଅସହାୟ ଜୀବନବୀଥିକା
ମଣିଷମାନଙ୍କର ମେହେନତ,
ସ୍ୱାଭିମାନର ପ୍ରିୟ ଘର।
ଲୁଟ୍ର ରାତିମାନେ
କେବେ କେବେ ଖୋଜୁଥାନ୍ତି
ଆହୁରି ଅନ୍ଧାର
ଆହୁରି ଔଦ୍ଧତ୍ୟ,
ଅବୈଧ ଅଭିସନ୍ଧିର ପଶାପାଲିରେ
କଚେ ପୋ ବା’ର।
ମୋ: ୭୯୭୮୩୮୧୨୧୩
ଅଧିକ ଦେଖନ୍ତୁ-

1 week ago
7


