ARTICLE AD BOX
ହାଡ଼େ ହାଡ଼େ ଚିହ୍ନିଛି ତାକୁ
ଶ୍ରୀହରି ଧଳ
ହାଡ଼େ ହାଡ଼େ ଚିହ୍ନିଛି ତାକୁ,
ନିରବି ଯାଉଥିବା ମୋର
ମୁହୂର୍ତ୍ତମାନଙ୍କୁ...
କାକଳିତ କରିବାକୁ
କେବେକେବେ ଆସେ।
ଉଠେଇ ଦିଏ ଅଳସ ପବନକୁ
ଶେଯରୁ,
ମତେଇ ଦିଏ ଫୁଲ ପେଡ଼ିରେ
ବନ୍ଧା ପଡ଼ିଥିବା ମହକ।
ସବୁବେଳେ ତ ମହଳଣ ଇଚ୍ଛାଙ୍କୁ
ଧରେଇ ଦିଏ
ଫୁଲ ତୋଳାକୁ ଚାଙ୍ଗୁଡ଼ି।
ଉଡ଼ିବାକୁ ଯାଚେ
ହଳେ ଡେଣା।
ନୀଳ ଇଚ୍ଛା ସୁଅରେ
ଭସେଇ ଦେବାକୁ
ଗଢ଼ିଦିଏ ମନ ମୁତାବକ
କାଗଜ ଡଙ୍ଗା।
ଝୁଣ୍ଟି ପଡ଼ିଲା ବେଳକୁ
ଉଡ଼େଇ ଧରେ...
ଆହୁରି ପଢ଼ନ୍ତୁ- 🔴Student union election: ଆସିଲା ଛାତ୍ର ସଂସଦ ନିର୍ବାଚନ ଫଳ: କେଉଁଠି କିଏ ମାରିଲା ବାଜି? ଜାଣନ୍ତୁ ଲାଇଭ୍ ଅପ୍ଡେଟ୍…
ସରିନି ବୋଲିତ ଯୁଦ୍ଧ।
କ୍ଷତରେ ଲିପେ
ଜହ୍ନରାତିର ଦରଦ।
ଦୁଃଖ ଶବାରିକୁ
କାନ୍ଧଟେ ବୋଲି
ଆଗେ ଆଗେ ଦେଖାଇଦିଏ ବାଟ।
ଖୋଜିଲା ବେଳକୁ
ଦେହ କାନ୍ଥକୁ
ଆଉଜି ବସିଥିବା
ଛାଇ।
ହଜି ଯିବିନି ବୋଲି
ଭିଡ଼ ରାସ୍ତାରେ ଭିଡ଼ି ଧରିଥାଏ
ହାତ।
ମୋ: ୮୧୧୭୦୮୧୯୦୬
ଅଧିକ ଦେଖନ୍ତୁ-

1 week ago
5


