Literature: ଜୀବନର କୋଲାଜ୍‌: କବି ଅକ୍ଷୟ ସ୍ବାଇଁଙ୍କ କଲମରୁ ନିଃସୃତ...

5 days ago 5
ARTICLE AD BOX

ଜୀବନର କୋଲାଜ୍‌

ଅକ୍ଷୟ ସ୍ବାଇଁ

ଜୀବନ, ଗୋଟେ ଭଙ୍ଗା ଆଇନାର କୋଲାଜ,
ପ୍ରତିଟି ଖଣ୍ଡରେ ପ୍ରତିଫଳିତ ହୁଏ
ଅଧୁରା ଅଚିହ୍ନା ଚେହେରା
ଆମେ ସଜାଉଥାଉ ମୁହୂର୍ତ୍ତକୁ ଶବ୍ଦର ଅଳଙ୍କାରରେ,
ହେଲେ ଜୀବନ ଲୁଚକାଳି ଖେଳୁଥାଏ
ଶବ୍ଦ ଓ ଶବ୍ଦର ଫାଙ୍କରେ।

କେବେ ଦେଖିଛ
ଶେଷ ଶୀତର ସେଇ ହଳଦିଆ ପତ୍ରର ପତନ?
ତା’ ପାଖରେ କୌଣସି ଅଭିଯୋଗ ନଥାଏ
ଆକାଶ ପାଇଁ,
ସେ ଜାଣେ, ତା’ର ଝଡ଼ିବା ହିଁ
ନୂତନ ପଲ୍ଲବର ସ୍ବାଗତ ସଙ୍ଗୀତ
ଆମେ କିନ୍ତୁ ଚୋଟ ମାରୁ ସମୟର ପାଦରେ,
ଋତୁ ବଦଳିବା ପୂର୍ବରୁ ହିଁ ଜଳିଯାଉ
ଭୟର କୁହୁଡ଼ିରେ।

ଆହୁରି ପଢ଼ନ୍ତୁ- Store Lemons: ଫ୍ରିଜ୍‌ରେ ରଖିବା ପରେ ବି ଲେମ୍ବୁ ଶୁଖିଯାଉଛି କି? ଏପରି ରଖି ଦୀର୍ଘ ଦିନ ପର୍ଯ୍ୟନ୍ତ ତାଜା ରଖନ୍ତୁ...

ଜୀବନ ତ ଏକ ସନ୍ଧ୍ୟା ନଈର ନଉକା,
ଯେଉଁଠି ବହ୍ନି ନାହିଁ, ଅଛି କେବଳ
ପାଣିର ସ୍ନିଗ୍ଧ ଆଲିଙ୍ଗନ;
ଆହୁଲା ମାର ବା ନମାର,
ସ୍ରୋତ ହିଁ ଭସାଇନେବ ଅବଶି‌ଷ୍ଟ ମୁହୂର୍ତ୍ତମାନଙ୍କୁ
ଦାରୁ ଖଣ୍ଡେ ଲୋଡ଼ୁଥାଏ ନବ କଳେବର
ସମୁଦ୍ରରେ ମିଶିବା ବେଳକୁ

ଆମେ ଖୋଜୁଥାଉ ଈଶ୍ୱରଙ୍କୁ
ପଥର ଓ ନିହଣର ଆବାଜ ଭିତରେ,
ସେ କିନ୍ତୁ ଭେଟ ହେଇଯାଆନ୍ତି କେବେ କେବେ
ରୂପକାରର ନିଃଶ୍ୱାସରେ
ତା’ ଲୋତକ ଓ ‌ସ୍ବେଦରେ, ଯିଏ ଝରିବା ବେଳକୁ
ହସଟିଏ ଆଙ୍କି ସାରିଥାଏ ଅନ୍ୟର ଓଠରେ
ବିଶ୍ବାସଟେ ବୁଣି ସାରିଥାଏ କେତେ ହୃଦୟରେ।

ଯୋଗାଯୋଗ- ୯୩୩୮୨୧୧୯୫୯

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.