ARTICLE AD BOX
ସୋର: ବାଲେଶ୍ୱରଜିଲ୍ଲା ସୋରରେ ଚୋରି ଥମିବାର ନାଁ ଧରୁନି। କିଛିଦିନର ବ୍ୟବଧାନରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରି ଦୁର୍ବୁର୍ତ୍ତମାନେ ସନ୍ଧ୍ୟା ସମୟରେ ହାତ ଗୋଡ ବାନ୍ଧି ଲୁଟ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସୋର ଥାନା ସବିରା ପଂଚାୟତ ମହାନ୍ତି ସାହିର କୈଳାଶ ମହାନ୍ତି ,ତାଙ୍କ ବୋହୂ ଓ ସ୍ତ୍ରୀ ଘରେ ଥିବା ବେଳେ ତିନିଜଣ ଦୁର୍ବୁର୍ତ୍ତ ଘରକୁ ପଶିଥିଲେ। ପରେ କୈଳାଶଙ୍କୁ ମାଡ଼ ମାରିବା ସହିତ ତାଙ୍କ ସ୍ତ୍ରୀ ଓ ବୋହୂଙ୍କ ହାତ ଗୋଡ ବାନ୍ଧିଥିଲେ।
ଆହୁରି ପଢନ୍ତୁ: Medicare Payment: ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ନିର୍ବାଚନୀ ଥୋପ: ବରିଷ୍ଠ ନାଗରିକଙ୍କୁ ମିଳିବ ୯୦ ଡଲାର
ଦୁଇଘଣ୍ଟା ଧରି ଘରେ ଥିବା ପାଞ୍ଚ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୫ ହଜାର ଟଙ୍କା ଲୁଟ କରିବା ସହ ସେହିଠାରେ ଭାଗବଣ୍ଟା କରିଥିଲେ। ଚୋରମାନେ ଯିବା ପରେ କୈଳାଶ ଗାଁ ଲୋକଙ୍କ ଡାକିବା ସହିତ ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର କିଛିଦିନର ବ୍ୟବଧାନରେ ଚୋରମାନେ ସକ୍ରିୟ ହୋଇଥିବା ବେଳେ ଲୋକେ ଭୟଭୀତ ଥିବା ଜଣାପଡିଛି।

3 weeks ago
7


