ARTICLE AD BOX
ସ୍ମରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ କଳିଯୁଗର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରିଛନ୍ତି । ବିଶ୍ୱର କୋଟି କୋଟି ଭକ୍ତଙ୍କ ପାଇଁ ସେ କେବଳ ଜଣେ ଦେବତା ନୁହେଁ, ବରଂ ଆସ୍ଥା ଓ ଭକ୍ତିର ପ୍ରତୀକ। କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀ ଜଗନ୍ନାଥଙ୍କ ଅତୀତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ୱଦନ୍ତୀ ଓ ଇତିହାସ ସେ ରହସ୍ୟକୁ ଭେଦକରି ପାରି ନାହାନ୍ତି । କୁହାଯାଏ ଯେ ,ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର। ସାଧାରଣ ମାନବ ପକ୍ଷେ ସେ ରହସ୍ୟ ଭେଦ କରିବା ସମ୍ଭବ ନୁହେଁ। ଶ୍ରୀଜଗନ୍ନାଥ ବେଦବର୍ଣ୍ଣିତ ବିରାଟ ପୁରୁଷଙ୍କ ପ୍ରତୀକ ବିଗ୍ରହ। ସେ ଦୁର୍ବୋଧ୍ୟ ଉନିଷଦ ଦର୍ଶନର ମୂର୍ତ୍ତିମନ୍ତ ବିଗ୍ରହ। ହେଲେ ସେ ମଣିଷ ପରି ଲୀଳା କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଣିଷର ରାଶିକୁ ବିଶେଷ ଗୁରୁତ୍ୱ ଦିଆଯାଏ। ତେବେ ଯିଏ ସାରା ସୃଷ୍ଟିର ଅଧିପତି, ତାଙ୍କର ମଧ୍ୟ ରାଶି ରହିଛି କି ? ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରାଶିକୁ ନେଇ କ'ଣ ରହିଛି ମାନ୍ୟତା? ଆସନ୍ତୁ ଜାଣିବା।

1 month ago
15


