Luxury Watch: ରାମାୟଣ' ଟ୍ରେଲର୍ ଲଞ୍ଚ୍‌ରେ ରଣବୀର କପୁରଙ୍କ ୭୮ ଲକ୍ଷ ଟଙ୍କାର ଘଣ୍ଟା ଚର୍ଚ୍ଚାରେ

1 week ago 6
ARTICLE AD BOX

ମୁମ୍ବାଇ: ବେଙ୍ଗାଲୁରୁରେ ଆୟୋଜିତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ' ର ଅନ୍ତର୍ଜାତୀୟ ଟ୍ରେଲର୍ ଲଞ୍ଚ୍‌ କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତା ରଣବୀର କପୁର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କାର୍ଯ୍ୟକ୍ରମରେ ରଣବୀର କନ୍ନଡ଼ ଭାଷାରେ କଥା ହୋଇ ପ୍ରଶଂସକଙ୍କ ମନ ଜିଣିଥିବା ବେଳେ, ତାଙ୍କ ହାତରେ ଶୋଭା ପାଉଥିବା ୭୮ ଲକ୍ଷ ଟଙ୍କାର ଏକ ବିଳାସପୂର୍ଣ୍ଣ ଘଣ୍ଟା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଆହୁରି ପଢ଼ନ୍ତୁ: କବିତା ଲୁଟ୍: କବି ନୃସିଂହ ତରାଇଙ୍କ କଲମରୁ ନିଃସୃତ....

'ଜାକବ୍‌ ଏଣ୍ଡ୍‌ କୋ'ର ସ୍ୱତନ୍ତ୍ର ସଂସ୍କରଣ

କ୍ରାତି ପୁରୱାରଙ୍କ ଏହି ରିପୋର୍ଟ ଅନୁଯାୟୀ, ରଣବୀର କପୁର ଜାକବ୍‌ ଆଣ୍ହ୍‌ କୋ ଏପିକ୍‌ ଏକ୍ସ୍‌ ରାମ୍‌ ଜନ୍ମଭୂମି ରୋଜ୍‌ ଗୋଲ୍ହ୍‌ ସ୍ପେସିଆଲ୍‌ ଏଡିସନ୍‌ ଘଣ୍ଟା ପିନ୍ଧିଥିଲେ। ଇଥୋସ୍‌ ୱାଚେସ୍‌ ଅନୁଯାୟୀ, ଏହି ସ୍ୱତନ୍ତ୍ର ଘଣ୍ଟାର ମୂଲ୍ୟ ୭୮,୦୦,୦୦୦ ଟଙ୍କା (୭୮ ଲକ୍ଷ ଟଙ୍କା) ଅଟେ।

ଏହି ଘଣ୍ଟାରେ କ’ଣ ସବୁ ସ୍ୱତନ୍ତ୍ରତା ରହିଛି?

ଏହି ଘଣ୍ଟାଟି ରାମ ଜନ୍ମଭୂମିର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାକୁ ଆଧାର କରି ନିର୍ମାଣ କରାଯାଇଛି:

  • ଅଯୋଧ୍ୟା ରାମ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ: ଘଣ୍ଟା ଭିତରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରର ଏକ କ୍ଷୁଦ୍ର ପ୍ରତିକୃତି  ଖୋଦିତ ହୋଇଛି।

  • ଭଗବାନ ଶ୍ରୀରାମ ଓ ହନୁମାନ: ଏଥିରେ ଧନୁ ଧରିଥିବା ପ୍ରଭୁ ଶ୍ରୀରାମ ଏବଂ ଭକ୍ତ ହନୁମାନଙ୍କ ସୂକ୍ଷ୍ମ ପ୍ରତିକୃତି ରହିଛି।

  • ଦେବଦେବୀଙ୍କ ନାମ ଓ ଚିହ୍ନ: ଘଣ୍ଟାର ଡାଏଲ୍‌ ଏବଂ ବେଜେଲ୍‌  ରେ ହିନ୍ଦୁ ଦେବଦେବୀଙ୍କ ସହ ଜଡ଼ିତ ସଂସ୍କୃତ ନାମ ଓ ଚିହ୍ନ ଖୋଦିତ ହୋଇଛି, ଯାହା ପ୍ରାଚୀନ ଐତିହ୍ୟ ସହ ଆଧୁନିକ ସୌନ୍ଦର୍ଯ୍ୟର ସୁନ୍ଦର ସମାହାର।

  • ପ୍ରିମିୟମ୍‌ ଡିଜାଇନ୍‌: ଏହି ଘଣ୍ଟାରେ ଏକ କମଳା ରଙ୍ଗର ଷ୍ଟ୍ରାପ୍‌ ଏବଂ ରୋଜ୍‌ ଗୋଲ୍ଡ ରେ ତିଆରି କ୍ଲାସ୍ପ/ବକଲ୍‌ ରହିଛି।

ଆହୁରି ପଢ଼ନ୍ତୁ: ଗଛର ଗଣ୍ଡିରେ ହନୁମାନଙ୍କ ଆକୃତି! ଚମତ୍କାର ଭାବି ଧୂପ, ଦୀପ ଧରି ପହଞ୍ଚିଲେ ଗ୍ରାମବାସୀ

ଅଧିକ ଦେଖନ୍ତୁ: 

Read Entire Article
LEFT SIDEBAR AD

Hidden in mobile, Best for skyscrapers.